Leech Therapy: ଜୋକକୁ ନେଇ ବିରଳ ଥେରାପି, ଦୂର ହେବ ଆଣ୍ଠୁ ଗଣ୍ଠି ସମସ୍ୟା

author img

By

Published : Sep 27, 2022, 1:02 PM IST

Leech Therapy: ଜୋକକୁ ନେଇ ବିରଳ ଥେରାପି, ଦୂର ହେବ ଆଣ୍ଠୁ ଗଣ୍ଠି ସମସ୍ୟା

ଯେଉଁ ଜୋକ ଚର୍ମକୁ ସ୍ପର୍ଶ କରିବା ଦ୍ବାରା ନାନା ସଂକ୍ରାମକ ହେବାର ଆଶଙ୍କା ଥାଏ ବୋଲି କୁହାଯାଏ, ସେହି ଜୋକ ଏବେ ଆଣ୍ଠୁଗଣ୍ଠି ରୋଗ(knee Treatment) ଦୂର କରିବ । ଅଧିକ ପଢନ୍ତୁ

ଭୋପାଳ: ଚିକିତ୍ସା ଥେରାପିରେ ସହାୟକ ହେବ ଜୋକ । ଆଜ୍ଞା ହଁ, ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । ଯେଉଁ ଜୋକ ଚର୍ମକୁ ସ୍ପର୍ଶ କରିବା ଦ୍ବାରା ନାନା ସଂକ୍ରାମକ ହେବାର ଆଶଙ୍କା ଥାଏ ବୋଲି କୁହାଯାଏ, ସେହି ଜୋକ ଏବେ ଆଣ୍ଠୁ ଗଣ୍ଠି ରୋଗ(knee Treatment) ଦୂର କରିବ । ଏନେଇ ସୂଚନା ଦେଇଛନ୍ତି ଜୋକ ଉପରେ ଅନୁସନ୍ଧାନ କରୁଥିବା ଅବ୍ବାସ ଜୈଦ ।

ଆବ୍ବାସ କହିଛନ୍ତି ଯେ, "ସେ ଏହି ଜୋକ ଥେରାପି(leech therapy)କୁ ଅନେକ ରୋଗୀଙ୍କ ଉପରେ ପ୍ରୟୋଗ କରିଛନ୍ତି । ଅନେକ ରୋଗୀ ଏଥିରୁ ଉପକୃତ ମଧ୍ୟ ହୋଇଛନ୍ତି । ସେ ଆଣ୍ଠୁ ରୋଗୀଙ୍କ ଉପରେ ଗବେଷଣା କରିଛନ୍ତି, ଯାହାକୁ ହମ୍‌ଦର୍ଦ ବିଶ୍ୱବିଦ୍ୟାଳୟ ମଧ୍ୟ ଅନୁମୋଦନ କରିଛି । ଏହି ଚିକିତ୍ସା ପାଇଁ ସେ 50 ରୋଗୀଙ୍କ ଉପରେ ଗବେଷଣା କରିଥିଲେ ଏବଂ ସମସ୍ତ ଆଣ୍ଠୁଗଣ୍ଠି ରୋଗୀ ସୁସ୍ଥ ହୋଇଥିଲେ ।

ଏହିପରି କରାଯାଏ ଜୋକ ଥେରାପି:-

ଅବ୍ବାସଙ୍କ ଅନୁଯାୟୀ, ଶରୀରର ସେହି ସ୍ଥାନରେ ଜୋକ ରଖାଯାଏ ଯେଉଁଠାରୁ ରକ୍ତ ଶୋଷିବାକୁ ପଡିଥାଏ । ଜୋକକୁ ନେଇ ଚର୍ମରେ ଛାଡିବା ପରେ ସେ ରକ୍ତ ଶୋଷିବା ଆରମ୍ଭ କରେ । ଫଳରେ ସେମାନଙ୍କ ପାଟିରୁ ନିର୍ଗତ ହେଉଥିବା ଲାଳ ଶରୀରରେ ରକ୍ତକୁ ଜମାଟ ବାନ୍ଧିବାକୁ ଦିଏ ନାହିଁ । ଜୋକ ରକ୍ତ ଶୋଷିବା ସମୟରେ ଶରୀରରେ କ୍ରମାଗତ ଭାବରେ ରକ୍ତ ସଞ୍ଚାଳନ ହୋଇଥାଏ ଏବଂ ଶରୀରର ସେହି ଅଂଶ ଗତିଶୀଳ ହୋଇଥାଏ । ଜୋକ ଥେରାପି ସମୟରେ, ଯେଉଁ ଉପାଦାନଟି ଜୋକ ତା' ପାଟିରୁ ବାହାର କରିଥାଏ, ଏହି ଉପାଦାନ ରକ୍ତ ଜମାଟ ବାନ୍ଧିବା ପ୍ରକ୍ରିୟାକୁ ଦୂର କରିଥାଏ ।

ଏହି ଚିକିତ୍ସା ଅନୁମୋଦନ ଲାଭ କରିଛି:-

ଅବ୍ବାସ କହିଛନ୍ତି ଯେ, "ଜର୍ମାନୀରେ ଏହା 2003 ରେ ଅନୁମୋଦନ ଲାଭ କରିଥିଲା । ସେବେଠାରୁ ଏହା ସମଗ୍ର ବିଶ୍ୱରେ ପ୍ରସିଦ୍ଧ ହୋଇପାରିଛି, ଯେଉଁ ଥେରାପି ମୂଳତ ଭାରତୀୟ ପରମ୍ପରା ସହିତ ଜଡିତ । ପୁରାତନ କାଳରେ ଏହାର ଚିକିତ୍ସା କରାଯାଉଥିଲା । ଏହି ଚିକିତ୍ସାରେ ଗଣ୍ଠି ଯନ୍ତ୍ରଣା ଦୂର ହୁଏ । ଅବ୍ବାସ ୟୁନାନି ମେଡିକାଲ କଲେଜର ସହକାରୀ ପ୍ରଫେସର ଏବଂ ଏହି ଥେରାପି ମାଧ୍ୟମରେ ଲୋକଙ୍କୁ ଚିକିତ୍ସା ମଧ୍ୟ କରୁଛନ୍ତି ।" ସେ କହିଛନ୍ତି ଯେ, ସରକାରୀ ଡାକ୍ତରଖାନାରେ ଏହି ରୋଗ ମାତ୍ର 400 ରୁ 500 ପର୍ଯ୍ୟନ୍ତ ଚିକିତ୍ସା କରାଯାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.