Nipah Virus: କୋରୋନା ଭାଇରସ ଭଳି ଘାତକ କି ନିପା ଭାଇରସ, ଜାଣନ୍ତୁ କଣ କହୁଛନ୍ତି ଏକ୍ସପର୍ଟ

Nipah Virus: କୋରୋନା ଭାଇରସ ଭଳି ଘାତକ କି ନିପା ଭାଇରସ, ଜାଣନ୍ତୁ କଣ କହୁଛନ୍ତି ଏକ୍ସପର୍ଟ
କୋରୋନା ଭାଇରସ ଭଳି ଘାତକ କି ନିପା ଭାଇରସ । ଏହି ଭାଇରସ ଜଣଙ୍କଠାରୁ ଅନ୍ୟଜଣଙ୍କୁ ବ୍ୟାପିପାରେ କି ? ପଢନ୍ତୁ ପୁରା ଖବର
ହାଇଦ୍ରାବାଦ: କେରଳରେ ନିପା ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ସାରା ଦେଶରେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଚିନ୍ତା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଅନେକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନେକ ଲୋକ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ମଧ୍ୟ କୁହାଯାଇଛି। କୋଝିକୋଡେ ଜିଲ୍ଲା ଠାରୁ ଆରମ୍ଭ ହୋଇଥିବା ନିପା ଭାଇରସ୍ ସଂକ୍ରମଣ ବର୍ତ୍ତମାନ 30ରୁ ଅଧିକ ସହରରେ ପହଞ୍ଚିଛି। ନିପା ଭାଇରସର ଆତଙ୍କକୁ ନେଇ କେରଳ ଏବଂ ପଡୋଶୀ ରାଜ୍ୟରେ ଏକ ସତର୍କ ସୂଚନା ଜାରି କରାଯାଇଛି। ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପ୍ରଭାବିତ ଅଞ୍ଚଳକୁ ନ ଯାଇ ସଂକ୍ରମଣରୁ ଦୂରେଇ ରହିବାକୁ ପରାମର୍ଶ ଦେଉଛନ୍ତି। ତେବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଉଙ୍କିମାରୁଛି ଯେ, କୋରାନା ଭାଇରସ ଭଳି ନିପା ଭାଇରସ ଜଣଙ୍କ ଠାରୁ ଅନ୍ୟ ଜଣଙ୍କୁ ବ୍ୟାପିବାରେ କି? ତେବେ ଏନେଇ ଏହା କହିଛନ୍ତି ବିଶେଷଜ୍ଞ...
ନିପା ଭାଇର କେତେ ଘାତକ ? ଭାରତରେ ଦେଖାଯାଉଥିବା ନିପା ଭାଇରସର ବାଂଲାଦେଶରୁ ବୋଲି ଜଣାପଡ଼ିଛି । ଅନେକ ଅଧ୍ୟୟନରେ ଏହା କମ୍ ସଂକ୍ରାମକ ବୋଲି ଜଣାପଡିଛି କିନ୍ତୁ ଏହି କାରଣରୁ ମୃତ୍ୟୁ ହେବାର ଆଶଙ୍କା ଅଧିକ ହୋଇପାରେ ବୋଲି ଅନୁସନ୍ଧାନରୁ ଜଣାପଡ଼ିଛି। କୋରୋନାଠୁ 20% ଅଧିକ ଘାତକ ନିପା ଭାଇରସ ବୋଲି ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍)ର ଡିଡି ରାଜୀବ ବହଲ ସୂଚନା ଦେଇଛନ୍ତି।
ଅନୁସନ୍ଧାନକାରୀଙ୍କ ଅନୁଯାୟୀ, ମୁଖ୍ୟତଃ ଦୁଇ ପ୍ରକାରର ନିପା ଭାଇରସ ଚିହ୍ନଟ ହୋଇଛି । ପ୍ରଥମଟି ହେଉଛି ମାଲେସିଆ ଷ୍ଟ୍ରେନ୍ ଏବଂ ଦ୍ୱିତୀୟଟି ହେଉଛି ବାଂଲାଦେଶ ଷ୍ଟ୍ରେନ୍। ମାଲେସିଆ ଷ୍ଟ୍ରେନ୍ ହେତୁ ଜଣେ ସଂକ୍ରମିତ ବ୍ୟକ୍ତିଙ୍କଠାରୁ ଅନ୍ୟ ଜଣକୁ ସଂକ୍ରମଣ ହେବାର ଆଶଙ୍କା କମ୍ ଥିବାବେଳେ ବାଂଲାଦେଶ ଷ୍ଟ୍ରେନ୍ ହେତୁ ଏହି ବିପଦ ଅଧିକ ଥାଏ । ଜଣେ ବ୍ୟକ୍ତିଙ୍କଠାରୁ ଅନ୍ୟ ଜଣକୁ ସଂକ୍ରମିତ ହେବାର ଆଶଙ୍କା ଅଧିକ ରହିଥାଏ ।
ତେବେ ବିଶେଷଜ୍ଞଙ୍କ ଅନୁଯାୟୀ, ନିପା ଭାଇରସ ଜଣେ ବ୍ୟକ୍ତିଙ୍କଠାରୁ ଅନ୍ୟ ଜଣକୁ ସହଜରେ ବ୍ୟାପିପାରେ । ତେଣୁ ସୋସିଆଲ ଆଇସୋଲେସନ୍ରେ ରହିବାକୁ ପରାମର୍ଶ ଦିଆଯାଇଛି । ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ କୋରୋନା ପରି ଲୋକଙ୍କ ମଧ୍ୟରେ ନିପା ସଂକ୍ରମଣ ମଧ୍ୟ ଶୀଘ୍ର ବ୍ୟାପିପାରେ । ଏପରିକି ଜଣେ ସୁସ୍ଥ ବ୍ୟକ୍ତି ସଂକ୍ରମିତ ବ୍ୟକ୍ତିଙ୍କ ଛିଙ୍କିବା ସମୟରେ ପରିସ୍ରା, ରକ୍ତ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇପାରେ । ଏହି କାରଣରୁ କେରଳରେ ସଂକ୍ରମିତଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କ ସଂଖ୍ୟା ଅଧିକ ରହିଥିବା ସୂଚନା ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
