Type 1 diabetes: ସର୍ବାଧିକ ରୋଗୀ ଥିବା ୧୦ ଦେଶ ମଧ୍ୟରେ ଭାରତ !

author img

By

Published : Sep 22, 2022, 12:39 PM IST

ସର୍ବାଧିକ ଟାଇପ୍ 1 ଡାଇବେଟିସ୍ ଥିବା ୧୦ ଦେଶ ମଧ୍ୟରେ ରହିଛି ଭାରତ: Lancet study

ଲାନସେଟ୍ ଡାଇବେଟିସ୍ ଆଣ୍ଡ ଏଣ୍ଡୋକ୍ରିନୋଲୋଜି ପତ୍ରିକାରେ ପ୍ରକାଶିତ ତଥ୍ୟ ଅନୁସାରେ ସର୍ବାଧିକ ଟାଇପ୍ 1 ଡାଇବେଟିସ୍(Type 1 diabetes) ରୋଗୀ ଥିବା ୧୦ ଦେଶ ମଧ୍ୟରେ ରହିଛି ଭାରତ । ଅଧିକ ପଢନ୍ତୁ

ମେଲବୋର୍ଣ୍ଣ: ମଧୁମେହ ବା ଡାଇବେଟିସ୍(Diabetes) ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ଚିନ୍ତାଜନକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ପ୍ରତି ପରିବାରରେ କେହି ନା କେହି ସଦସ୍ୟ ଏବେ ଡାଇବେଟିସ ରୋଗରେ ଆକ୍ରାନ୍ତ । ଖୁବ୍‌କମ କମ ଭାଗ୍ୟବାନ ପରିବାର ଅଛନ୍ତି ଯେଉଁଠି ଏହି ରୋଗ ପହଞ୍ଚି ପାରିନାହିଁ । ତେବେ ମଧୁମେହ ରୋଗୀଙ୍କ ସଂଖ୍ୟାକୁ ନେଇ ଏକ ବଡ ଖୁଲାସା ହୋଇଛି ଯାହା ଭାରତ ପାଇଁ ବିଶେଷ ଚିନ୍ତାଜନକ ହୋଇଛି ।

ସମଗ୍ର ବିଶ୍ବରେ ଥିବା ମଧୁମେହ ରୋଗୀଙ୍କ ସଂଖ୍ୟା ତୁଳନାରେ ଭାରତରେ ସର୍ବାଧିକ ବୋଲି ସର୍ଭରୁ ଜଣାପଡିଛି । ସର୍ଭେ ଅନୁଯାୟୀ, 2021 ମସିହାରେ ବିଶ୍ବରେ ଟାଇପ୍ 1 ଡାଇବେଟିସ୍‌ ରୋଗୀଙ୍କ ସଂଖ୍ୟା ପ୍ରାୟ 8.4 ନିୟୁତ ରହିଥିଲା । ଏହା ମଧ୍ୟରୁ 10ଟି ଦେଶରେ ରୋଗୀଙ୍କ ସଂଖ୍ୟା ସର୍ବାଧିକ । ଏହି 10 ଦେଶ ମଧ୍ୟରେ ଭାରତ ଥିବା ଲାନସେଟ୍ ଡାଇବେଟିସ୍ ଆଣ୍ଡ ଏଣ୍ଡୋକ୍ରିନୋଲୋଜି(The Lancet Diabetes & Endocrinology journal) ପତ୍ରିକାରେ ପ୍ରକାଶିତ ଏକ ମଡେଲିଂ (India among top 10 countries with highest Type 1 diabetes) ଅଧ୍ୟୟନରେ ପ୍ରକାଶ ପାଇଛି ।

2040 ସୁଦ୍ଧା ଟାଇପ୍ 1 ଡାଇବେଟିସ୍‌ ରୋଗୀଙ୍କ ସଂଖ୍ୟା 13.5-17.4 ନିୟୁତ ଲୋକଙ୍କୁ ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରାଯାଇଛି । ସେହିପରି 2040 ମସିହାରେ ସମସ୍ତ ଦେଶରେ T1D ରୋଗୀଙ୍କ ସଂଖ୍ୟା 17.5 ନିୟୁତ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି । ଆମର ଫଳାଫଳ ସମାଜ ତଥା ସ୍ୱାସ୍ଥ୍ୟସେବା ପାଇଁ ଗୁରୁତ୍ବପୂର୍ଣ୍ଣ ନକରାତ୍ମକ ପ୍ରଭାବ ପାଇଁ ଚେତାବନୀ ଦେଇଥାଏ ବୋଲି ଅଷ୍ଟ୍ରେଲିଆର ସିଡନୀ ବିଶ୍ୱବିଦ୍ୟାଳୟରେ ହୋଇଥିବା ଅଧ୍ୟୟନର ଜଣେ ଲେଖକ ପ୍ରଫେସର ଗ୍ରାହାମ୍ ଓଗଲେ କହିଛନ୍ତି ।

ଓଗଲେ କହିଛନ୍ତି ଯେ, "ଆଗାମୀ ଦଶନ୍ଧୀରେ T1D ରୋଗୀଙ୍କ ସଠିକ୍ ସମୟରେ ଯତ୍ନନେବା ଏବଂ ଲକ୍ଷଣ ବାବଦରେ ସଚେତନତା ସୃଷ୍ଟି କରାଇପାରିଲେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ରକ୍ଷା କରାଯାଇ ପାରିବ । ସେମାନେ ମଧ୍ୟ 20ଟି ଦେଶରେ 201 ମସିହାରେ T1D ରୋଗ, ପ୍ରାଦୁର୍ଭାବ ଏବଂ ମୃତ୍ୟୁହାର ପୂର୍ବାନୁମାନ କରିବାକୁ 37ଟି ଦେଶରୁ ମୃତ୍ୟୁହାର ବିଶ୍ଳେଷଣ କରିଥିଲେ ଏବଂ 2040 ସୁଦ୍ଧା ଭବିଷ୍ୟତର ପ୍ରାଦୁର୍ଭାବ ସହିତ ଏହି ଆକଳନ କରାଯାଇଥିଲା ।

2021 ମସିହାରେ, ମଡେଲ୍ ଆକଳନ କରିଥିଲା ​​ଯେ, ବିଶ୍ବରେ 8.4 ନିୟୁତ ବ୍ୟକ୍ତି T1D ରେ ପୀଡିତ । ଏମାନଙ୍କ ମଧ୍ୟରୁ 18 ପ୍ରତିଶତ 20 ବର୍ଷରୁ କମ୍, 64 ପ୍ରତିଶତ 20-59 ବର୍ଷ ମଧ୍ୟରେ ଏବଂ 19 ପ୍ରତିଶତ 60 ବର୍ଷରୁ ଅଧିକ ଥିଲେ । ତେବେ ବିଶ୍ବରେ ସର୍ବାଧିକ ଟାଇପ୍ 1 ଡାଇବେଟିସ ରୋଗୀ ଥିବା 10 ଦେଶ ଆମ ଦେଶ ଭାରତ ସହ ଆମେରିକା, ବ୍ରାଜିଲ, ଚାଇନା, ଜର୍ମାନୀ, ଇଂଲଣ୍ଡ, ଋଷିଆ, କାନାଡା, ସାଉଦି ଆରବ ଏବଂ ସ୍ପେନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.