ମାନସିକ ସ୍ବାସ୍ଥ୍ୟରେ ସହାୟକ ହୁଏ ହର୍ବାଲ ଏବଂ ଆୟୁର୍ବେଦିକ ଚା'

author img

By

Published : Sep 24, 2022, 1:10 PM IST

ମାନସିକ ସ୍ବାସ୍ଥ୍ୟରେ ସହାୟକ ହୁଏ ହର୍ବଲ ଏବଂ ଆୟୁର୍ବେଦିକ ଚା'

ଆପଣ ଜାଣନ୍ତି କି ? ଆୟୁର୍ବେଦ ଏବଂ ହର୍ବାଲ ମେଡିସିନ୍ ସିଷ୍ଟମରେ ଅନେକ ଔଷଧ ଏବଂ ଜଡିବୁଟି ରହିଛି, ଯାହା କେବଳ ମାନସିକ ସ୍ଥିତିରେ ସୁଧାର ଆଣିନଥାଏ ବରଂ ଏହା କୌଣସି ପାର୍ଶ୍ବ ପ୍ରତିକ୍ରିୟା ମଧ୍ୟ ପକାଇନଥାଏ । ଔଷଧୀୟ ଗୁଣ ଥିବା ହର୍ବାଲ ଚା ପିଇବା ଦ୍ବାରା ମାନସିକ ସ୍ବାସ୍ଥ୍ୟରେ ସୁଧାର ଆସିଥାଏ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ବର୍ତ୍ତମାନ ସମୟରେ, ଚାପ, ଚିନ୍ତା, ଉଦାସୀନତା ଭଳି ଅନେକ ମାନସିକ ସମସ୍ୟା ଲୋକମାନଙ୍କ ପାଇଁ ଏକ ସାଧାରଣ କଥା ହୋଇଗଲାଣି । ଏହି ସମସ୍ୟାଗୁଡ଼ିକ କେବଳ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଏ ନାହିଁ ବରଂ ଦୈନନ୍ଦିନ କାର୍ଯ୍ୟକୁ ମଧ୍ୟ ପ୍ରଭାବିତ କରିଥାଏ । ଯଦି ଏହି ସମସ୍ୟା ଅଧିକ ପ୍ରଭାବିତ କରିବା ଆରମ୍ଭ କରେ, ତେବେ ଅନେକ ଲୋକେ ବାଧ୍ୟ ହୋଇ ମେଡିସିନ ଗ୍ରହଣ କରିଥାନ୍ତି । କିନ୍ତୁ ଚିନ୍ତା-ବିରୋଧୀ(anti-anxiety) ଔଷଧଗୁଡ଼ିକର ପାର୍ଶ୍ୱ ପ୍ରତିକ୍ରିୟା ପକାଇପାରେ ।

ମାନସିକ ସ୍ବାସ୍ଥ୍ୟରେ ସହାୟକ ହୁଏ ହର୍ବଲ ଏବଂ ଆୟୁର୍ବେଦିକ ଚା'
ମାନସିକ ସ୍ବାସ୍ଥ୍ୟରେ ସହାୟକ ହୁଏ ହର୍ବଲ ଏବଂ ଆୟୁର୍ବେଦିକ ଚା'

ଆପଣ ଜାଣନ୍ତି କି...? ଆୟୁର୍ବେଦ ଏବଂ ହର୍ବାଲ ମେଡିସିନ୍ ସିଷ୍ଟମରେ ଏହିପରି ଅନେକ ଔଷଧ ଏବଂ ଜଡିବୁଟି ରହିଛି, ଯାହା କେବଳ ମାନସିକ ସ୍ଥିତିରେ ସୁଧାର ଆଣିନଥାଏ ବରଂ ଏହା କୌଣସି ପାର୍ଶ୍ବ ପ୍ରତିକ୍ରିୟା ମଧ୍ୟ ପକାଇନଥାଏ(Herbal and Ayurvedic teas)

ହର୍ବାଲ୍ ଏବଂ ଆୟୁର୍ବେଦିକ ଚା ଏବଂ କାଢା ଚିନ୍ତାରୁ ମୁକ୍ତି ଦେଇପାରେ:-

ଗତ କିଛି ବର୍ଷ ମଧ୍ୟରେ ସାଧାରଣ ଜନତାଙ୍କ ମଧ୍ୟରେ ଚିନ୍ତା, ଚାପ ଏବଂ ଅନ୍ୟାନ୍ୟ ମାନସିକ ଏବଂ ଆଚରଣଗତ ସମସ୍ୟାଗୁଡ଼ିକରେ କ୍ରମାଗତ ବୃଦ୍ଧି ଘଟିଛି । ଆଜିର ଦ୍ରୁତ ଗତିଶୀଳ ଜୀବନ, ​​ଚାକିରି ଚାପ, ଅଧ୍ୟୟନ ଚାପ, ଆତ୍ମୀୟଙ୍କ ଠାରୁ ବିଚ୍ଛେଦ ଏବଂ ଭବିଷ୍ୟତର ଚିନ୍ତା ଇତ୍ୟାଦି ମଣିଷଙ୍କୁ ବିଷାଦ ମଧ୍ୟକୁ ଟାଣିନେଉଛି । ଯଦି ସମସ୍ୟା ଗମ୍ଭୀର ହେବାକୁ ଲାଗେ, ତେବେ ମନସ୍ତତ୍ତ୍ୱବିତଙ୍କ ପରାମର୍ଶ ଏବଂ ଚିକିତ୍ସା କରିବା ଆବଶ୍ୟକ ହୋଇଯାଏ, କିନ୍ତୁ ଯଦି ସମସ୍ୟା ଆରମ୍ଭରୁ କିଛି ଜିନିଷକୁ ଧ୍ୟାନରେ ରଖାଯାଏ, ତେବେ ଏହାର ପ୍ରଭାବ ବହୁ ମାତ୍ରାରେ ହ୍ରାସ ହୋଇପାରେ ।

ମାନସିକ ସ୍ବାସ୍ଥ୍ୟରେ ସହାୟକ ହୁଏ ହର୍ବଲ ଏବଂ ଆୟୁର୍ବେଦିକ ଚା'
ମାନସିକ ସ୍ବାସ୍ଥ୍ୟରେ ସହାୟକ ହୁଏ ହର୍ବଲ ଏବଂ ଆୟୁର୍ବେଦିକ ଚା'

ବିଶେଷକରି ଆପଣଙ୍କର ନିୟମିତ ଖାଦ୍ୟରେ ନିର୍ଦ୍ଦିଷ୍ଟ ହର୍ବାଲ୍ ଏବଂ ଆୟୁର୍ବେଦିକ ଔଷଧରୁ ପ୍ରସ୍ତୁତ ଚା ଏବଂ କାଢା ମଧ୍ୟ ଏହିପରି ମାନସିକ ଅବସ୍ଥାରେ ବହୁତ ଆରାମ ଦେଇପାରେ । ଦେଶ ତଥା ବିଦେଶରେ କରାଯାଇଥିବା ଅନେକ ଅନୁସନ୍ଧାନରେ ହର୍ବାଲ ଏବଂ ଆୟୁର୍ବେଦିକ ଔଷଧୀୟ ମାନସିକ ସ୍ବାସ୍ଥ୍ୟରେ ପ୍ରତିକୂଳ ପ୍ରଭାବ ପକାଇଛି ।

ବିଶେଷଜ୍ଞମାନେ କ’ଣ କୁହନ୍ତି ?

ମୁମ୍ବାଇର ଆୟୁର୍ବେଦିକ ଡାକ୍ତର ଡ. ମନୀଷା କାଲେଙ୍କ ଅନୁଯାୟୀ, ଆୟୁର୍ବେଦରେ ବିଭିନ୍ନ ପ୍ରକାରର ମିଶ୍ରିତ ଔଷଧ ଏବଂ ରାସାୟନିକ ପଦାର୍ଥ ସହିତ ବିଭିନ୍ନ ପ୍ରକାରର ମାନସିକ ସମସ୍ୟା ଚିକିତ୍ସା କରାଯାଏ । ଏହି ଚିକିତ୍ସାରେ ବ୍ୟବହୃତ ଜଡିବୁଟି ପ୍ରାକୃତିକ ଉପାୟରେ ମାନସିକ ଚାପ ହ୍ରାସ କରିପାରେ । ଅଶ୍ୱଗନ୍ଧା, ତୁଲସୀ, ଡାଲଚିନି, ଥାଲୁକୁଡି ପତ୍ର ଏବଂ ବ୍ରାହ୍ମୀ ଇତ୍ୟାଦି ପରି କେତେକ ପ୍ରାକୃତିକ ଜଡିବୁଟିକୁ ଚା କିମ୍ବା କାଢା ମାଧ୍ୟମରେ ସେବନ କରିବା ଦ୍ବାରା ମାନସିକ ସ୍ବାସ୍ଥ୍ୟ ବଜାୟ ରହିଥାଏ । କିନ୍ତୁ ସେଗୁଡିକୁ ସେବନ କରିବା ପୂର୍ବରୁ, ଆୟୁର୍ବେଦିକ ଡାକ୍ତରଙ୍କ ସହିତ ପରାମର୍ଶ କରାଇନେବା ଆବଶ୍ୟକ । କାରଣ ବୈଦ୍ୟ ଏହାକୁ ବୟସ କିମ୍ବା ଓଜନ ଅନୁପାତରେ ଜଣେ ବ୍ୟକ୍ତି କେତେ ପରିମାଣରେ ଗ୍ରହଣ କରିବା ଉଚିଚ୍ ସେ ବାଦରେ ସ୍ପଷ୍ଟ ସୂଚନା ଦେଇପାରିବେ ।

ଅଶ୍ବଗନ୍ଧା:-

ଅନେକ ପ୍ରକାରର ଚିନ୍ତା, ଉଦାସୀନତା, ଶୋଇବା ସମସ୍ୟା ଏବଂ ଅନ୍ୟାନ୍ୟ ମାନସିକ ସମସ୍ୟାରେ ଆୟୁର୍ବେଦିକ ଔଷଧ ଅଶ୍ୱଗନ୍ଧା ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । 2019 ରେ, ଏହାର ଉପକାରିତା ଉପରେ ଏକ ଅନୁସନ୍ଧାନ କରାଯାଇଥିଲା । ଯେଉଁଥିରେ ଅଂଶଗ୍ରହଣକାରୀଙ୍କ ଉପରେ ଚାପ କିମ୍ବା ଚିନ୍ତା ସହିତ ଏକ କ୍ଲିନିକାଲ୍ ପରୀକ୍ଷା ହୋଇଥିଲା । ଅନୁସନ୍ଧାନର ଫଳାଫଳରୁ ଜଣାପଡିଛି ଯେ, ଅଶ୍ୱଗନ୍ଧା ଗ୍ରହଣ କରୁଥିବା ଅଂଶଗ୍ରହଣକାରୀମାନେ ପ୍ଲେସେବୋ(placebo Drug) ଗ୍ରହଣ କରୁଥିବା ଗୋଷ୍ଠୀ ଅପେକ୍ଷା କମ୍ ପରିମାଣର “କର୍ଟିସୋଲ”(ଚାପ ପାଇଁ ଦାୟୀ ହରମୋନ୍) ପାଇଥଲେ । ଏହି ସମୟରେ, ଏହି ଅଂଶଗ୍ରହଣକାରୀମାନଙ୍କର ନିଦ୍ରାର ଗୁଣରେ ମଧ୍ୟ ଉନ୍ନତି ଘଟିଥିଲା । ପରୀକ୍ଷଣରେ, 600 ମିଲିଗ୍ରାମ ଅଶ୍ୱଗନ୍ଧା ଗ୍ରହଣ କରିଥିବା ଅଂଶଗ୍ରହଣକାରୀଙ୍କ ଠାରେ ବିଶେଷ ଭାବରେ ଚାପ ସ୍ତରରେ ଉଲ୍ଲେଖନୀୟ ହ୍ରାସ ଘଟିଥିଲା ।

କାମୋମାଇଲ୍(Chamomile Tea)

ଆଜିକାଲି ଦେଶ ତଥା ବିଦେଶରେ କାମୋମାଇଲ ଚା’ର ଚାହିଦା ବହୁତ ବୃଦ୍ଧି ପାଉଛି । ଏହା ଏକ ଫୁଲରୁ ପ୍ରସ୍ତୁତ, ଯାହାର ଅନେକ ଔଷଧୀୟ ଗୁଣ ରହିଛି । ଏକ 2013 ଅଧ୍ୟୟନରୁ ଜଣାପଡିଛି ଯେ ଆଠ ସପ୍ତାହ ପର୍ଯ୍ୟନ୍ତ କାମୋମାଇଲ୍ ଔଷଧ ଖାଇବା ଦ୍ୱାରା ଚିନ୍ତାର ବିଭିନ୍ନ ଲକ୍ଷଣ କମିଯାଏ ।

ଲେମ୍ବୁ ଚା(Lemon Tea)

ଲେମ୍ବୁ ଚା' ଏକ ଷ୍ଟ୍ରେସ୍ ବୁଷ୍ଟର୍ ଭାବରେ ଜଣାଶୁଣା । ଏହା କେବଳ ଚାପ ଏବଂ ଚିନ୍ତା ବ୍ୟାଧିରେ ଉପଯୋଗୀ ବିବେଚନା କରାଯାଏ ନାହିଁ, ଏହାର ନିୟମିତ ବ୍ୟବହାର ମଧ୍ୟ ମନୋବଳକୁ ଦୃଢ ଏବଂ ଖୁସି କରିଥାଏ । 2004 ରେ କରାଯାଇଥିବା ଏକ ତୁଳନାତ୍ମକ କ୍ଲିନିକାଲ୍ ପରୀକ୍ଷଣରେ, ମାନସିକ ଚାପ ଥିବା କିଛି ଅଂଶଗ୍ରହଣକାରୀଙ୍କୁ ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ନିୟମିତ ଭାବରେ 600 ମିଲିଗ୍ରାମ ଲେମ୍ବୁ ଚା’ଏବଂ ପ୍ଲେସେବୋ ଔଷଧ ଗ୍ରହଣ କରୁଥିବା ଅଂଶଗ୍ରହଣକାରୀଙ୍କ ମଧ୍ୟରେ ଅଧ୍ୟୟନ କରାଯାଇଥିଲୋ, ଯାହାର ଫଳାଫଳ ବହୁତ ସକାରାତ୍ମକ ଥିଲା ।

କୃଷ୍ଣ କମଳ(Passion flowers)

ଏହାର ଚା', ସୁଗନ୍ଧ ଏବଂ ଔଷଧୀୟ ଉପକାର ଯୋଗୁଁ ଚାପ, ଚିନ୍ତା ଏବଂ ଅନ୍ୟାନ୍ୟ ସମସ୍ୟା ଦୂର ହୋଇଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.