Weight Loss Tips: ଓଜନ ନିୟନ୍ତ୍ରଣ ପାଇଁ ଆପଣାନ୍ତୁ ଏହି ଆୟୁର୍ବେଦିକ ଉପାୟ

author img

By

Published : Mar 18, 2023, 4:22 PM IST

young woman having breakfast in the kitchen

ଓଜନ ବୃଦ୍ଧି କେବଳ ବୟସ୍କ କାହିଁକି ଯୁବପିଢିଙ୍କ ଚିନ୍ତାର କାରଣ ମଧ୍ୟ ପାଲଟିଛି । ଏହି କାରଣରୁ ନାନା ରୋଗ ମାଡିବସିବା ସାଙ୍ଗକୁ ଶାରୀରିକ ଗଠନ ମଧ୍ୟ ପରିବର୍ତ୍ତନ ହୋଇଯାଉଛି । ତେଣୁ ଏହାକୁ ଦୂର କରିବା ପାଇଁ ଅନେକ ଲୋକ ସପ୍ଲିମେଣ୍ଟ ଗ୍ରହଣ କରନ୍ତି, ଯେଉଁ କାରଣରୁ ଅନ୍ୟାନ୍ୟ ପାର୍ଶ୍ବ ପ୍ରତିକ୍ରିୟା ଦେଖାଯାଏ । ତେବେ ଆୟୁର୍ବେଦ ଉପାୟରେ କିପରି ଓଜନ ନିୟନ୍ତ୍ରଣ କରିବେ, ଜାଣନ୍ତୁ...

ହାଇଦ୍ରାବାଦ: ଆୟୁର୍ବେଦ ହେଉଛି ଭାରତୀୟ ଚିକିତ୍ସା ପ୍ରଣାଳୀର ଏକ ସର୍ବପୁରାତନ ଚିକିତ୍ସା । କେବଳ ଆମ ଦେଶ କାହିଁକି ବିଶ୍ବର ବିଭିନ୍ନ ଦେଶରେ ରୋଗ ଏବଂ ରୋଗରୁ ଉପଶମ ପାଇଁ ଏହି ଉପାୟକୁ ଆପଣାଯାଏ । ଆୟୁର୍ବେଦ ଚିକିତ୍ସାରେ ପାର୍ଶ୍ବ ପ୍ରତିକ୍ରିୟା ନଥିବାରୁ ଏହାକୁ ସର୍ବୋତ୍କୃଷ୍ଟ ବୋଲି ବିବେଚନା କରାଯାଏ । ଯଦି ଆମେ ଓଜନ ନିୟନ୍ତ୍ରଣ କଥା ଆସିବ ତେବେ ଅଧିକାଂଶ ଲୋକେ ଏହି ଚିକିତ୍ସାକୁ ଆପଣାଇବେ ନିଶ୍ଚୟ । କାରଣ ଓଜନ ନିୟନ୍ତ୍ରଣ ପାଇଁ ଉପଲବ୍ଧ ହେଉଥିବା ସପ୍ଲିମେଣ୍ଟ ସ୍ବାସ୍ଥ୍ୟ ହାନିକାରକ । ଆଜିର ଆର୍ଟିକିଲରେ ଆୟୁର୍ବେଦ ଉପାୟରେ କିପରି ଓଜନ ନିୟନ୍ତ୍ରଣ କରିବେ ସେ ବାବଦରେ ଆଲୋଚନା କରାଯାଇଛି...

ଏହା ମଧ୍ୟ ପଢନ୍ତୁ:- ବୈଜ୍ଞାନିକଙ୍କ ଦାବି, ବ୍ୟାକ୍ଟେରିଆଙ୍କ ପାଇଁ ପୃଥିବୀରେ ସମ୍ଭବ ହୋଇଛି ଜୀବସତ୍ତା

ଲେମ୍ବୁ ପାଣି:- ଏହା ଏକ ପ୍ରାକୃତିକ ଡିଟକ୍ସିଫାଇଙ୍ଗ୍ ପାନୀୟ ଭାବରେ ଜଣାଶୁଣା, ଯାହା ଓଜନ ହ୍ରାସ ପାଇଁ ସର୍ବୋତ୍କୃଷ୍ଟ ହୋଇପାରେ । ହେଲ୍‌ଥଲାଇନ ଅନୁଯାୟୀ, ଲେମ୍ବୁ ପାଣି ହାଇଡ୍ରେସନ କରେ, ମେଟାବୋଲିଜିମ୍ ବୃଦ୍ଧି କରିଥାଏ ଏବଂ ଓଜନ ନିୟନ୍ତ୍ରଣରେ ସହାୟକ ହୁଏ ।

ନିୟମିତ ବ୍ୟାୟାମ କରନ୍ତୁ:- ଏକ ସୁସ୍ଥ ଓଜନ ବଜାୟ ରଖିବା ପାଇଁ ନିୟମିତ ବ୍ୟାୟାମ ଆବଶ୍ୟକ । ଆୟୁର୍ବେଦ ଅନୁଯାୟୀ, ନିୟମିତ ବ୍ୟାୟାମ କଲେ ଶରୀରର ଅଧିକ ଝାଳ ବୋହିଥାଏ । ଆୟୁର୍ବେଦ ବିଶେଷଜ୍ଞଙ୍କ ଅନୁଯାୟୀ, 45-60 ମିନିଟ୍ ଦୈନିକ ବ୍ୟାୟାମ, ଯୋଗ କିମ୍ବା ଶାରୀରିକ କାର୍ଯ୍ୟକଳାପ କରିବା ଦ୍ବାରା ମେଟାବୋଲିଜମ୍ କାର୍ଯ୍ୟ ଭଲ ହୋଇଥାଏ ।

ଧ୍ୟାନ:- ଓଜନ ହ୍ରାସ କରିବାର ସର୍ବୋତ୍ତମ ଏବଂ ପ୍ରଭାବଶାଳୀ ଉପାୟ ମଧ୍ୟରୁ ଧ୍ୟାନ ପ୍ରମୁଖ । ହେଲ୍‌ଥଲାଇନ ଅନୁଯାୟୀ, ଧ୍ୟାନ ହେଉଛି ଏକ ଅଭ୍ୟାସ ଯାହା ଶାନ୍ତ ଭାବନା ହାସଲ କରିବା ପାଇଁ ମନ ଏବଂ ଶରୀରକୁ ସଂଯୋଗ କରିବାରେ ସାହାଯ୍ୟ କରିଥାଏ ।

ସଠିକ୍ ଖାଆନ୍ତୁ:- ପୁଷ୍ଟିକର ଏବଂ ସୁସ୍ଥ ଖାଦ୍ୟ ଖାଇବା ଅଭ୍ୟାସ କରନ୍ତୁ । ଦିନକୁ ତିନିଥର ସୁସ୍ଥ ଫଳ ଏବଂ ପନିପରିବା ଖାଇବା ଉଚିତ୍ । ସର୍ବଦା ସକାଳ 08:00 ରୁ 09:30 ମଧ୍ୟରେ ଏକ ଭାରି ଜଳଖିଆ ଖାଆନ୍ତୁ, ମଧ୍ୟାହ୍ନ ଭୋଜନ ସମୟରେ ବହୁ ପନିପରିବା, ଶସ୍ୟ ଏବଂ ମାଂସ ଜାତୀୟ ଖାଦ୍ୟ 1ଟାରୁ 2.30 ପୂର୍ବରୁ ଏବଂ ହାଲୁକା ରାତ୍ରି ଭୋଜନ କରନ୍ତୁ ।

Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଖାଦ୍ୟ କିମ୍ବା ସପ୍ଲିମେଣ୍ଟ ଗ୍ରହଣ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.