ବିଭିନ୍ନ ଔଷଧର ପାର୍ଶ୍ବ ପ୍ରତିକ୍ରିୟା ଜୀବନକୁ ବିପଦରେ ପକାଇପାରେ: KGMU Doctors

author img

By

Published : Sep 19, 2022, 1:12 PM IST

ବିଭିନ୍ନ ଔଷଧର ପାର୍ଶ୍ବ ପ୍ରତିକ୍ରିୟା ଜୀବନକୁ ବିପଦରେ ପକାଇପାରେ: KGMU doctors

ଘା’, ଆଖି ଫୁଲିଯିବା, ଓଠରେ ଜ୍ବଳନ ଏବଂ ଗଳା ଯନ୍ତ୍ରଣା ଭଳି ସମସ୍ୟା ସାଧାରଣତଃ ବିଭିନ୍ନ ଔଷଧ ପ୍ରତିକ୍ରିୟା(Adverse Drug Reaction, ADR)ର ଭୟଙ୍କର ପ୍ରତିକୂଳ ଲକ୍ଷଣ ହୋଇପାରେ । ଅଧିକ ପଢନ୍ତୁ

ଲକ୍ଷ୍ନୌ: ଘା’, ଆଖି ଫୁଲିଯିବା, ଓଠରେ ଜ୍ବଳନ ଏବଂ ଗଳା ଯନ୍ତ୍ରଣା ହେବା ଔଷଧ ପ୍ରତିକ୍ରିୟା(Adverse Drug Reaction, ADR)ର ଭୟଙ୍କର ପ୍ରତିକୂଳ ଲକ୍ଷଣ ହୋଇପାରେ । ପ୍ରଫେସର ଏ.କେ ସଚ୍ଚନ କିଙ୍ଗ ଜର୍ଜଙ୍କ ମେଡିକାଲ ୟୁନିଭରସିଟି(King George's Medical University, KGMU) ଫାର୍ମାକୋଲୋଜି ବିଭାଗର ମୁଖ୍ୟ କହିଛନ୍ତି ଯେ, ଫେବୃଆରୀରୁ KGMUର ବିଭିନ୍ନ ବିଭାଗରେ 137ଟି ADR ମାମଲା ରୁଜୁ ହୋଇଛି । ଚର୍ମ ବିଭାଗରୁ ସର୍ବାଧିକ 34ଟି ମାମଲା ରେଡିଓଥେରାପି(26) ଏବଂ ପଲମୋନାରୀ କ୍ରିଟିକାଲ କେୟାରରୁ(11)ଟି ରିପୋର୍ଟ କରାଯାଇଛି ।

କେତେକ କ୍ଷେତ୍ରରେ, ଡ୍ରଗ୍ ପ୍ରତିକ୍ରିୟା ହେତୁ ହୃଦ୍‌ରୋଗ ଏବଂ ଯକୃତ ରୋଗ ମଧ୍ୟ ହୋଇଥିବା ଏ.କେ ସଚ୍ଚନ କହିଛନ୍ତି । 'ଔଷଧ ଗମ୍ଭୀର ପ୍ରଭାବ ପକାଇପାରେ, ତେଣୁ ରୋଗୀମାନେ ସେମାନଙ୍କର ସମସ୍ତ କ୍ଲିନିକାଲ୍ ରିପୋର୍ଟ, ପୂର୍ବ ଏବଂ ବର୍ତ୍ତମାନର ସ୍ୱାସ୍ଥ୍ୟ ସମସ୍ୟା ବାବଦରେ ସମ୍ପୂର୍ଣ୍ଣ ତଥ୍ୟ ଦେବା ଉଚିତ୍ । ପୂର୍ବରୁ ସେମାନଙ୍କର କୌଣସି ଔଷଧ କାରଣୁ ଆଲର୍ଜି ହୋଇଥିଲା କା ନାହିଁ ସେ ବାବଦରେ ମଧ୍ୟ ଜଣାଇବା ଜରୁରୀ ବୋଲି ଡକ୍ଟର ସଚ୍ଚନ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି, "ମଧୁମେହ ରୋଗୀଙ୍କୁ ଉଚ୍ଚ ରକ୍ତଚାପ ଔଷଧ ଦିଆଯିବା ଉଚିତ ନୁହେଁ, କାରଣ ଏହା ଘାତକ ହୋଇପାରେ । ଫାର୍ମାକୋଭିଜିଲାନ୍ସ ପ୍ରୋଗ୍ରାମ, କେଜିଏମୟୁର ସଂଯୋଜକ ପ୍ରଫେସର ଅନୁରାଧା ନିଶାଲ କହିଛନ୍ତି, "ରୋଗୀମାନେ ଔଷଧର ପାର୍ଶ୍ବ ପ୍ରତିକ୍ରିୟାର ସମ୍ମୁଖୀନ ହେବା ମାତ୍ରେ ସମସ୍ତ ଜ୍ଞାତ, ଅଜ୍ଞାତ, ଗୁରୁତର କିମ୍ବା ଗୁରୁତର ନଥିବା ପ୍ରତିକ୍ରିୟା ବିଷୟରେ ଜଣାଇବାକୁ ପଡିବ । ଏହିସବୁ ପାର୍ଶ୍ବ ପ୍ରତିକ୍ରିୟା ରିପୋର୍ଟ ପରେ ବଜାରରୁ ବିଭିନ୍ନ ଔଷଧ ପ୍ରତ୍ୟାହାର କରାଯାଇଥିଲା ।"

କିଙ୍ଗ ଜର୍ଜଙ୍କ ମେଡିକାଲ ୟୁନିଭରସିଟି(KGMU)ର ଟ୍ରମା ସେଣ୍ଟରକୁ ଅଣାଯାଇଥିବା 65 ବର୍ଷ ବୟସ୍କ, ଯେଉଁମାନେଙ୍କର ଔଷଧ ସେବନ ପରେ କୁଣ୍ଡିଆ ଭଳି ଲକ୍ଷଣ ଦେଖା ଦେଇଥିଲା, ସେମାନଙ୍କ ଉଦାହରଣ ଦେଇ ଡାକ୍ତର କହିଛନ୍ତି ଯେ, ସେମାନଙ୍କ ମୁହଁରେ ପ୍ରଥମେ ଘା’ ଆରମ୍ଭ ହୋଇ ଅନ୍ୟ ଅଂଶକୁ ବ୍ୟାପି ଯାଇଥିଲା । ଶରୀର 30 ପ୍ରତିଶତରୁ ଅଧିକ ପ୍ରଭାବିତ କରିଥିଲା । ଜ୍ୱଳନ ଅନୁଭବ ସହିତ ଆଖି ଓ ଓଠ ଫୁଲି ଯାଇଥିଲା । ଏହି ଲକ୍ଷଣଗୁଡିକ ଜ୍ୱର, ଅସୁସ୍ଥତା ଏବଂ ଗଳାର ଯନ୍ତ୍ରଣା ସହିତ ଦୁଇ ସପ୍ତାହ ଧରି ଲାଗି ରହିଥିଲା ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯଦିଓ ଏହି ବ୍ୟକ୍ତିଙ୍କୁ ସମସ୍ୟାରୁ ଆରୋଗ୍ୟ କରାଯାଇଥିଲା, ତଥାପି ଲୋକମାନେ ସଚେତନତା ଅଭାବରୁ ଡ୍ରଗ୍ ପ୍ରତିକ୍ରିୟାକୁ ଅଣଦେଖା କରନ୍ତି ଫଳରେ ADR ଲକ୍ଷଣ ଅଧିକାଂଶ ଲୋକଙ୍କ କ୍ଷେତ୍ରରେ ଦେଖାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.