ଆମ୍ବ: ସ୍ୱାଦ ଓ ସ୍ୱାସ୍ଥ୍ୟର ଫଳ

author img

By

Published : Apr 17, 2021, 6:28 PM IST

ଆମ୍ବ: ସ୍ୱାଦ ଓ ସ୍ୱାସ୍ଥ୍ୟର ଫଳ

ଫଳମାନଙ୍କ ରାଜା କୁହାଯାଉଥିବା ଆମ୍ବ ସବୁ ବୟସର ଲୋକଙ୍କ ପ୍ରିୟ ହୋଇଥାଏ । ଖରା ଦିନେ ଆମ୍ବ ଆଗରେ ଅନ୍ୟ ସବୁ ଫଳ ଫିକା ପଡିଯାଏ । ଭାରତର ନିଜସ୍ୱ ଫଳ ହେଉଛି ଆମ୍ବ । ପାଚିଲା ଆମ୍ବ ସହ ଆମ୍ବ ରସ, ଆମ୍ବ ପଣା, ଆମ୍ବ ଲସି, ସର୍ବତ ଭାରତର ସବୁୁଆଡେ ଲୋକପ୍ରିୟ । ସ୍ୱାଦ ପାଇଁ ତ ଆମ୍ବ ଲୋକପ୍ରିୟ । ଏହି ଫଳର ଅନେକ ସ୍ୱାସ୍ଥ୍ୟଗତ ଫାଇଦା ବି ରହିଛି ।

ଭାରତରେ ଗ୍ରୀଷ୍ମ ଋତୁୁ ଆସିଲେ ଆମ୍ବ ଦିନ ଆରମ୍ଭ ହୋଇଯାଏ । ଭଳିକି ଭଳି କିସମର ଆମ୍ବ ଫଳ ଓ ପରିବା ବଜାରରେ ଶୋଭା ବର୍ଦ୍ଧନ କରେ । ସାହି ଗଳିରେ ଠେଲା ଗାଡିରେ ବି ଆମ୍ବ ବିକ୍ରି ହୁଏ । ଆମ୍ବ କିଣିବାକୁ ଗ୍ରାହକଙ୍କ ବଜାରରେ ଭିଡ ହୁଏ । ରସାଳ ଓ ମିଠା ଆମ୍ବର ଚାହିଁଦା କାହିଁରେ କଣ ? ଫଳମାନଙ୍କ ରାଜା କୁହାଯାଉଥିବା ଆମ୍ବ ସବୁ ବୟସର ଲୋକଙ୍କ ପ୍ରିୟ ହୋଇଥାଏ । ଖରା ଦିନେ ଆମ୍ବ ଆଗରେ ଅନ୍ୟ ସବୁ ଫଳ ଫିକା ପଡିଯାଏ । ଭାରତର ନିଜସ୍ୱ ଫଳ ହେଉଛି ଆମ୍ବ । ପାଚିଲା ଆମ୍ବ ସହ ଆମ୍ବ ରସ, ଆମ୍ବ ପଣା, ଆମ୍ବ ଲସି, ସର୍ବତ ଭାରତର ସବୁୁଆଡେ ଲୋକପ୍ରିୟ । ସ୍ୱାଦ ପାଇଁ ତ ଆମ୍ବ ଲୋକପ୍ରିୟ । ଏହି ଫଳର ଅନେକ ସ୍ୱାସ୍ଥ୍ୟଗତ ଫାଇଦା ବି ରହିଛି ।

ପୋଷକ ତତ୍ତ୍ୱରେ ଭରପୂର

ଆମ୍ବରେ ଅନେକ ଅତ୍ୟାବଶ୍ୟକ ଭିଟାମିନ ଓ ଖଣିଜ ବହୁମାତ୍ରାରେ ଥାଏ । ଏହାଛଡା ଭିଟାମିନ ଏ, ବି୫, ବି୬, ସି, ଇ ଓ କେ ବି ଆମ୍ବରେ ଭରପୂର ଥାଏ । ନିର୍ଦ୍ଦିଷ୍ଟ ପରିମାଣର ପ୍ରୋଟିନ, ପୋଟାସିୟମ, ମାଙ୍ଗାନି, ମ୍ୟାଗ୍ନେଜିୟ, ଫୋଲାଟ୍ ବି ଏଥିରେ ଥାଏ । ଆମ୍ବରେ ଥାଏ ଖୁବ୍ କମ କ୍ୟାଲୋରୀ । ଭିଟାମିନ ସି ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ଆପଣଙ୍କ ସାମଗ୍ରିକ ଭିଟାମିନ ସି ଆବଶ୍ୟକତାର ପ୍ରାୟ ୭୦ ପ୍ରତିଶତ ଆମ୍ବ ହିଁ ପୂରଣ କରିଥାଏ ।

ଆଂଟିଅକ୍ସିଡାଂଟ୍

ଶରୀରରେ ଫ୍ରି ରାଡିକାଲ୍ସ ଯୋଗୁଁ କୋଷଗୁଡିକ କ୍ଷତିଗ୍ରସ୍ତ ହୋଇଥାଆନ୍ତି । ଏହାର ମୁକାବିଲା ପାଇଁ ଶରୀରକୁ ଆବଶ୍ୟକ ହୁଏ ଆଂଟିଅକ୍ସିଡାଂଟ୍ । ଆମ୍ବ ଆଂଟିଅକ୍ସିଡାଂଟ୍ ଭାବେ କାମ କରେ । ଆମ୍ବରେ ପଲିଫେମଲସ ଥାଏ, ଯାହା କି ଆଂଟି ଅକ୍ସିଡାଂଟ୍ ଭାବେ କାମ କରିଥାଏ ।

ତ୍ୱଚା ଭଲ ରହେ

ଆମ୍ବରେ ଭିଟାମିନ ଏ ଏବଂ ସି ଭରପୂର ଥାଏ । ତେଣୁ ଭଲ ତ୍ୱଚା ବଜାୟ ରଖିବାରେ ଆମ୍ବ ସହାୟକ ହୋଇଥାଏ । ତ୍ୱଚାକୁ ସଫା ରହିଥାଏ ଓ ଦାଗର ମୁକାବିଲା କରେ । ଆମ୍ବରେ ଥିବା ଭିଟାମିନ ସି କୋଲାଜେନ ଉତ୍ପାଦନ କରିବାରେ ସହାୟକ ହୋଇଥାଏ , ଯାହା କି ସ୍କିନ୍ ଇଲାଷ୍ଟିକଟିର ବିକାଶ କରେ । ଏହାଛଡା ଗ୍ରୀଷ୍ମ ଋତୁରେ ପ୍ରବଳ ରୌଦ୍ରତାପରୁ ତ୍ୱଚାର କ୍ଷତି ହେବାରୁ ରକ୍ଷା କରିଥାଏ ଆମ୍ବ । କ୍ଷତିକାରକ ଅତି ବାଇଗଣୀ ରଶ୍ମିରୁ ତ୍ୱଚାକୁ ସୁରକ୍ଷା ଦେଇଥାଏ ଆମ୍ବ ।

ପାଚନ ଶକ୍ତି ବଢାଏ

ଆମ୍ବରେ ଏନଜାଇନ ନାମକ ଉପାଦାନ ଥାଏ । ତାହା ବିଶାଳ ଖାଦ୍ୟ ମୋଲକ୍ୟୁଲସ ଭାଙ୍ଗିବାରେ ସହାୟକ ହୋଇଥାଏ । ଆମ୍ବରେ ଥିବା ଫାଇବର ହଜମ ପ୍ରକ୍ରିୟାର ବିକାଶ କରିବା ସହ କୋଷ୍ଠକାଠିନ୍ୟ ସମସ୍ୟା ଦୂର କରେ ।

ଆଖି ପାଇଁ ଉପକାରୀ

ଭଲ ଦୃଷ୍ଟିଶକ୍ତି ବଜାୟ ରଖିବାରେ ମଧ୍ୟ ଆମ୍ବର ଭୂମିକା ରହିଛି । ଆମ୍ବରେ ଭିଟାମିନ ଏ ଥିବାରୁ ଏହା ଆଖି ସ୍ୱାସ୍ଥ୍ୟ ପାଇଁ ଉପାଦେୟ । ଆମ୍ବରେ ଅନ୍ୟ ଆଂଟିଅକ୍ସିଡାଂଟ୍ ସହ ଜିଆକ୍ସାନଥିନ୍ ଓ ଲୁଟିନ ନାମକ ଉପାଦାନର ଉପସ୍ଥିତି ମସ୍କ୍ୟୁଲାର ଡିଜେନେରେସନ ଦ୍ୱାରା ସୃଷ୍ଟି ହେଉଥିବା କ୍ଷତିକୁ ରୋକିଥାଏ ।

କ୍ୟାନସର ନିରୋଧୀ

ବିଭିନ୍ନ ଅଧ୍ୟୟନରୁ ଜଣାପଡିଛି ଯେ, ଆମ୍ବ ବିଟା-କାରୋଟିନ୍ ନାମକ ଉପାଦାନରେ ସମୃଦ୍ଧ । ବିଟା-କାରୋଟିନ୍ ସ୍କିନ୍ କ୍ୟାନସରରୁ ସୁରକ୍ଷା ଦିଏ । ଆମ୍ବରେ ଥବା ଅନ୍ୟ ଆଂଟି ଅକ୍ସିଡାଂଟଗୁଡିକ ମଧ୍ୟ ଅନ୍ୟାନ୍ୟ କ୍ୟାନସରକୁ ରୋକିବାରେ ସହାୟକ ହୁଅନ୍ତି ।

ତେଣୁ ସ୍ପଷ୍ଟ ଯେ, ଆମ୍ବର ଅନେକ ସ୍ୱାସ୍ଥ୍ୟଗତ ଫାଇଦା ରହିଛି । ହୃଦୟ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଆମ୍ବର ସକାରାତ୍ମକ ପ୍ରଭାବ ପଡେ । ମଧୁମେହ ନିୟନ୍ତ୍ରଣ, କୋଲେଷ୍ଟ୍ରଲ ସ୍ତର ଓ ଓଜନ ହ୍ରାସ ଦିଗରେ ବି ଆମ୍ବର ଭୂମିକା ମହତ୍ତ୍ୱପୂର୍ଣ୍ଣ । ତେଣୁ ଆମ୍ବ ଖାଇବା ବେଳେ ଏହାର ସ୍ୱାସ୍ଥ୍ୟଗତ ଫାଇଦା ଦିଗ ପ୍ରତି ବି ଧ୍ୟାନ ଦିଅନ୍ତୁ । ସ୍ୱାସ୍ଥ୍ୟ ଓ ସୁଆଦ ପାଇଁ ତ ଆମ୍ବ ପ୍ରକୃତରେ ଫଳମାନଙ୍କ ମଧ୍ୟରେ ରାଜା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.