ମଦ୍ୟପାନ କରି ବାରଣ୍ଡାରେ ଶୋଇଥିଲେ ମହିଳା, ଦଳିଦେଲା ଦନ୍ତାହାତୀ

author img

By

Published : Aug 30, 2021, 1:45 PM IST

ହାତୀ ଆକ୍ରମଣରେ ମହିଳା ମୃତ

ହାତୀ ଆକ୍ରମଣରେ ମହିଳା ମୃତ । ଏଭଳି ଏକ ଘଟଣାଘଟିଛି ସୁନ୍ଦରଗଡ ବାଲିଶଙ୍କରା ବ୍ଲକ ଘୋଗର ଗାଁରେ । ଅଧିକ ପଢନ୍ତୁ...

ସୁନ୍ଦରଗଡ: ହାତୀ ଆକ୍ରମଣରେ ମହିଳା ମୃତ । ଘଟଣା ଘଟିଛି ସୁନ୍ଦରଗଡ ବାଲିଶଙ୍କରା ବ୍ଲକ ଘୋଗର ଗାଁରେ । ମୃତକ ଜଣକ ହେଉଛନ୍ତି ଛତିଶଗଡ ବିଷ୍ଣୁପୁରର ତିବତ ବାଇ । ଗତକାଲି ରାତିରେ ତିବତଙ୍କ ସହ ଅନ୍ୟ କିଛି ମହିଳା ଘୋଘର ଗାଁର ଏକ ଘର ବାରଣ୍ଡାରେ ମଦ୍ୟପାନ କରି ଶୋଇଥିଲେ ।

ନିଶାରେ ଥିବା ହେତୁ ମହିଳା ଚିତ୍କାର କରି ଦନ୍ତାହାତୀ ସମ୍ମୁଖକୁ ଚାଲିଯିବାରୁ ହାତୀ ତାଙ୍କ ମୁଣ୍ଡ ଓ ଗଣ୍ଡିକୁ ଅଲଗା କରି ଫିଙ୍ଗି ଦେଇଥିଲା । ତେବେ ଆଜି ଭୋର ସମୟରେ ଏ ଘଟଣା ଘଟିଥିଲା । ଏନେଇ ସଦର ରେଞ୍ଜ ଅଫିସର ବିଜୟ କୁମାର ପ୍ରଧାନ , ରାଉଳଡେଗା ଫରେଷ୍ଟର ମିତ୍ରଭାନୁ ପଟେଲ , ରାଉଳଡେଗା ଫରେଷ୍ଟ ଗାର୍ଡ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.