ଝୁମ୍ପୁଡିରେ ଚାଲିଥିଲା ଦେହବେପାର, ଜାଳି ଦେଲେ ଗ୍ରାମବାସୀ

author img

By

Published : Sep 12, 2021, 7:26 AM IST

ଝୁମ୍ପୁଡି ଘରେ ଚାଲିଥିଲା ଦେହବେପାର କେନ୍ଦ୍ର, ଜାଳି ଦେଲେ ଗ୍ରାମବାସୀ

ଦେହବେପାର ଚାଲିଥିବା ଝୁମ୍ପୁଡିରେ ନିଆଁ ଲଗାଇଦେଲେ ଗ୍ରାମବାସୀ । ପୋଲିସକୁ ଜଣାଇ କିଛି ଲାଭ ନ ହେବାରୁ ଗ୍ରାମବାସୀ ଦେଖାଇଲେ ଆକ୍ସନ । ଅଧିକ ପଢନ୍ତୁ...

ସୁନ୍ଦରଗଡ: ଝୁମ୍ପୁଡି ଘରେ ଚାଲିଥିଲା ଦେହବେପାର । ଅନୈତିକ କାମରେ ଲାଗୁଥିଲେ ଯୁବତୀ । ଯାହା ସ୍ଥାନୀୟବାସୀଙ୍କ ଦୃଷ୍ଟିରେ ପଡିଥିଲା । ଏନେଇ ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେଇଥିଲେ । ହେଲେ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିନଥିଲେ ପୋଲିସ ବାବୁ । ଗ୍ରାମରେ ଏଭଳି ଅନୈତିକ କାମକୁ ବରଦାସ୍ତ ନ କରି ପାରି ଦେହବେପାର ଚାଲିଥିବା ଝୁମ୍ପୁଡିରେ ନିଆଁ ଲଗାଇ ଦେଇଥିଲେ ଗ୍ରାମବାସୀ । ସୁନ୍ଦରଗଡ ଲୁହୁରାଢିପାର ରୋହିଦାଶ ପଡାରୁ ସାମ୍ନାକୁ ଆସିଛି ଏହି ଘଟଣା ।

ଝୁମ୍ପୁଡି ଘରେ ଚାଲିଥିଲା ଦେହବେପାର କେନ୍ଦ୍ର, ଜାଳି ଦେଲେ ଗ୍ରାମବାସୀ

ସୂଚନା ଅନୁଯାୟୀ, ଲୁହୁରାଢିପାର ରୋହିଦାଶପଡାରେ ଜଣେ ମହିଳା ଅନୈତିକ କାର୍ଯ୍ୟ କରିବା ସହ ଝିଅମାନଙ୍କୁ ନେଇ ବେଶ୍ୟାବୃତ୍ତିରେ ନିୟୋଜିତ କରୁଥିଲେ । ଏହି ଘଟଣାକୁ ନେଇ ପଡାବାସୀ ଟାଉନ ଥାନା ପୋଲିସର ଦ୍ବାରସ୍ଥ ହୋଇଥିଲେ । ଥରେ ନୁହେଁ କି ଦୁଇ ଥରେ ନୁହେଁ, ଗତ ୧୫ ଦିନ ମଧ୍ୟରେ ସେମାନେ ବାରମ୍ବାର ସୂଚନା ଦେବା ସହ ଦୁଇ ଥର ଲିଖିତ ଅଭିଯୋଗ ମଧ୍ୟ କରିଥିଲେ ।

ମାତ୍ର ଏ ସଂକ୍ରାନ୍ତରେ ଟାଉନ ଥାନା ପୋଲିସ ପକ୍ଷରୁ କୌଣସି ଠୋସ୍ ପଦକ୍ଷେପ ନିଆଯାଇ ନଥିଲା । ଯେଉଁ କାରଣରୁ ଶନିବାର ପୁରା ପଡାବାସୀ ଏକତ୍ରିତ ହୋଇ ସମ୍ପୃକ୍ତ ଦେହବେପାର ଚାଲିଥିବା ଝୁମ୍ପୁଡିକୁ ଜାଳି ଦେଇଥିବା କହିଛନ୍ତି । ପୋଲିସ ଘଟଣା ଘଟିବା ପରେ ଉକ୍ତ ସ୍ଥାନରେ ପଇଁତରା ମାରୁଛି । ତେବେ ଝୁମ୍ପୁଡି ମାଲିକାଣୀ ତଥା ଅନୈତିକ କାମ କରୁଥିବା ମହିଳା ଜଣଙ୍କ ଗ୍ରାମବାସୀଙ୍କ ବିପକ୍ଷରେ ଥାନାର ଦ୍ବାରସ୍ଥ ହୋଇଥିବା କଥା ଜଣାପଡିଛି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.