ବିଦ୍ୟୁତ ତାର ନେଲା 2 ହକି ଖେଳାଳିଙ୍କ ଜୀବନ, କୋଚଙ୍କ ନାମରେ ମାମଲା

author img

By

Published : May 3, 2022, 4:05 PM IST

ବିଦ୍ୟୁତ ତାର ନେଲା 2 ହକି ଖେଳାଳିଙ୍କ ଜୀବନ, କୋଚଙ୍କ ନାମରେ ମାମଲା

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦୁଇ ନାବାଳକ ହକି ଖେଳାଳିଙ୍କ ମୃତ୍ୟୁ । କୋଚଙ୍କ ନାମରେ ଥାନାରେ ଏତଲା । ଅଧିକ ପଢନ୍ତୁ

ସୁନ୍ଦରଗଡ: ରାଜଗାଙ୍ଗପୁର ଗରିଆମାଲରେ ଅଘଟଣ । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦୁଇ ନାବାଳକ ହକି ଖେଳାଳିଙ୍କ ମୃତ୍ୟୁ ଘଟିଥିବା ସୂଚନା । ଏନେଇ ହକି ପ୍ରଶିକ୍ଷକଙ୍କୁ ଦାୟୀ କରି ଥାନାରେ ମାମଲା ।


ଆଜି(ମଙ୍ଗଳବାର) ପୁଣି ଏକ ଅଭାବନୀୟ ଘଟଣାରେ ଦୁଇ ଜଣ ଗ୍ରାମାଞ୍ଚଳ ନାବାଳକ ହକି ପ୍ରତିଭା ଆଖି ବୁଜିଛନ୍ତି । ଘଟଣାଟି ରାଜଗାଙ୍ଗପୁର ଥନା ଅଲଣ୍ଡା ପଞ୍ଚାୟତ ଗରିଆମାଲ ଗ୍ରାମରେ ଘଟିଛି । ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦୁଇ ଜଣ ଖେଳାଳିଙ୍କ ଅକାଳ ବିୟୋଗ ହୋଇଛି ।

ମୃତ ଖାଳାଳି ଦ୍ବୟ ହେଲ- ସୁରଜ ଏକ୍କା(୧୭) ଏବଂ ବିରେନ୍ଦ୍ର କୁଜୁର (15) । ଏନେଇ ହକି ପ୍ରଶିକ୍ଷକଙ୍କୁ ଦାୟୀ କରି, ଗ୍ରାମବାସୀ ରାଜଗାଙ୍ଗପୁର ଥାନାରେ ମାମଲା ଦେବା ସହ କ୍ଷତି ପୂରଣ ବାବଦକୁ 5 ଲକ୍ଷ ଟଙ୍କା ଦାବି କରିଛନ୍ତି । ପୋଲିସ କେସ ନମ୍ବର 205 ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ତେବେ ଖେଳାଳି ଦ୍ବୟ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବା ପରେ ଗ୍ରାମବାସୀ ସେମାନଙ୍କୁ ଉଦ୍ଧାର କରି ରାଜଗାଙ୍ଗପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି । ଏହାକୁ ନେଇ ସାରା ଉଲଣ୍ଡା ପଞ୍ଚାୟତ ଓ ଗରିମାଲରେ ଶୋକର ବାତାବରଣ ଖେଳିଯାଇଛି ।


ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.