12 ଘଣ୍ଟିଆ ସୁନ୍ଦରଗଡ ବନ୍ଦକୁ ସମର୍ଥନ କଲେ ସହରବାସୀ

author img

By

Published : Sep 17, 2021, 7:21 PM IST

ସୁନ୍ଦରଗଡରେ ଟ୍ରକ ମାଲିକ କୋର କମିଟିର 12 ଘଣ୍ଟିଆ ବନ୍ଦ, ସମର୍ଥନ ଜଣାଇଲେ ସହରବାସୀ

ଶୁକ୍ରବାର ଟ୍ରକ ମାଲିକ କୋର କମିଟି ପକ୍ଷରୁ ସୁନ୍ଦରଗରେ 12 ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ନିଜ ନିଜ ଦୋକାନ ବନ୍ଦ କରି ଏହି ବନ୍ଦ ଡାକରାକୁ ସମର୍ଥନ ଜଣାଇଛନ୍ତି ସହରବାସୀ । ଅଧିକ ପଢନ୍ତୁ...

ସୁନ୍ଦରଗଡ: ଟ୍ରକ ମାଲିକ କୋର କମିଟି ଦ୍ବାରା ସୁନ୍ଦରଗଡରେ 12 ଘଣ୍ଟିଆ ବନ୍ଦ ପାଳନ ହୋଇଛି । ସ୍ବତଃପ୍ରବୃତ୍ତ ଭାବେ ନିଜ ନିଜ ଦୋକାନ ବନ୍ଦ କରି ଟ୍ରକ ମାଲିକଙ୍କ ବନ୍ଦକୁ ସମର୍ଥନ ଜଣାଇଛନ୍ତି ସହରବାସୀ । କୋଇଲା ପରିବହନରେ ଉପୁଜିଥିବା ବିଭ୍ରାଟ, ସଠିକ ପରିବହନ ଭଡା ଧାର୍ଯ୍ୟ ନହେବା, ବ୍ୟବସ୍ଥାରେ ସ୍ବଚ୍ଛତା ନରଖିବା ଓ ଟ୍ରକ ମାଲିକଙ୍କୁ ଜିଲ୍ଲାପାଳ ଆଶା ଦେଇ ନିରାଶ କରିବାକୁ କେନ୍ଦ୍ରକରି ଏହି ଡାକରା ଦେଇଛି କୋର କମିଟି ।

ସୁନ୍ଦରଗଡରେ ଟ୍ରକ ମାଲିକ କୋର କମିଟିର 12 ଘଣ୍ଟିଆ ବନ୍ଦ, ସମର୍ଥନ ଜଣାଇଲେ ସହରବାସୀ

ଗୁରୁବାର ସନ୍ଧ୍ୟାରେ ଟ୍ରକ ମାଲିକ କୋର କମିଟି ସୁନ୍ଦରଗଡରେ 12 ଘଣ୍ଟିଆ ବନ୍ଦ ପାଳନ ନେଇ ନିଷ୍ପତ୍ତି ନେଇଥିଲେ । ଏଥିସହ ସହର ସାରା ବୁଲି ବୁଲି ଲୋକଙ୍କ ସମର୍ଥନ ଲୋଡିଥିଲେ । ଆଜି ଟ୍ରକ ମାଲିକଙ୍କ ଦ୍ବାରା କରାଯାଇଥିବା ସୁନ୍ଦରଗଡ ବନ୍ଦ ଡାକରାକୁ ପ୍ରାୟ ସମସ୍ତ ଶ୍ରେଣୀର ଲୋକେ ସହଯୋଗ କରିଛନ୍ତି । କେବଳ ସରକାରୀ ଅନୁଷ୍ଠା, ସ୍କୁଲ ଓ କଲେଜ ସମେତ ଔଷଧ ଦୋକାନ ପରି ଜରୁରୀ ସେବା ଚାଲୁ ରହିଛି ।

ସୁନ୍ଦରଗଡର କିରେଇ ଛକ, ଲହୁରାଢିପା ଛକ, ରାଣୀବଗିଚା ବାଇପାସ ଛକ ଓ କଲେଜ ରୋଡ ବାଇପାଶ ଛକରେ ବିକ୍ଷୋଭକାରୀମାନେ ବନ୍ଦକୁ ଜୋରଦାର କରିଛନ୍ତି । କଲେଜ ରୋଡ ସବୁଠୁ ସମ୍ବେଦନଶୀଳ ସ୍ଥାନ ହୋଇଥିଲା । ଏଠାରେ ଟ୍ରକ ମାଲିକମାନେ ସରକାରୀ ବାବୁମାନଙ୍କୁ ଯାନ ଚଳାଚଳରେ ସମ୍ପୂର୍ଣ୍ଣ ରୋକ୍ ଲଗାଇଥିଲେ ।

ଟ୍ରକ ମାଲିକମାନଙ୍କ ବନ୍ଦ ଡାକରା ଫଳପ୍ରଦ ହୋଇଥିବାବେଳେ ଅଦିନିଆ ପାସେଞ୍ଜର ବା ଅନ୍ୟ ଅଞ୍ଚଳର ଯାତ୍ରୀ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ସ୍ବଳ୍ପ ସମୟର ଏହି ବନ୍ଦ ନିଷ୍ପତ୍ତି ଲୋକଙ୍କ ପାଖରେ ପହଞ୍ଚି ପାରିନଥିବାରୁ ଛତିଶଗଡ ଭଳି ରାଜ୍ୟର ଯାତ୍ରୀମାନେ ଯାତାୟରେ ହଇରାଣ ହୋଇଛନ୍ତି । ତେବେ ଜିଲ୍ଲା ପ୍ରଶାସନ ଏପରି ବନ୍ଦ ପଦକ୍ଷେପ ନେବାକୁ ପରୋକ୍ଷରେ ବାଧ୍ୟ କରିଥିବା କହିଛନ୍ତି ଟ୍ରକ ମାଲିକ । ଆଜିର ଏହି ପଦକ୍ଷେପ ପରେ, ଯଦି ଜିଲ୍ଲାପାଳ ନିର୍ଣ୍ଣାୟକ ସୂତ୍ର ବାହାର ନ କରନ୍ତି ତେବେ ଆଗାମୀ ଦିନରେ ଏହା ଆହୁରି ଭୟଙ୍କର ହେବ ବୋଲି ସେମାନେ ଚେତାଇଛନ୍ତି ।

ସୁନ୍ଦରଗଡରୁ ହରିହରଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.