ମଦ ଭାଟିକୁ ବିରୋଧ କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଓ

author img

By

Published : Sep 3, 2021, 9:30 AM IST

ମଦ ଭାଟିକୁ ବିରୋଧ କରି  ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଓ

ମଦକୁ ନେଇ ଉପୁଜୁଛି ବିବାଦ । ଗ୍ରାମବାସୀଙ୍କ ବିନା ଅନୁମତିରେ କେହି ଜଣେ ବେଆଇନ ଭାବେ ମଦ ଭାଟି ଚାଲୁକରିବା ଘଟଣାକୁ ବିରୋଧ କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଓ କଲେ ସଦର ବ୍ଲକ ଗଡିଆ ଜୋରର ଆଦିବାସୀ । ଅଧିକ ପଢନ୍ତୁ...

ସୁନ୍ଦରଗଡ: ପୁଣି ମଦକୁ ନେଇ ଉପୁଜୁଛି ବିବାଦ । ଗ୍ରାମବାସୀଙ୍କ ବିନା ଅନୁମତିରେ କେହି ଜଣେ ବେଆଇନ ଭାବେ ମଦ ଭାଟି ଚାଲୁ କରିବା ଘଟଣାକୁ ବିରୋଧ କରି ଗତକାଲି ସଦର ବ୍ଲକ ଗଡିଆ ଜୋରର ଆଦିବାସୀ ମାନେ ଏକତ୍ର ହୋଇ କାର୍ଯ୍ୟାନୁଷ୍ଠାନ ଦାବିରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଓ କରିଥିଲେ । ଏଥିସହ ଏକ ଦାବିପତ୍ର ଦେଇ ସ୍ଥାନୀୟ ଧରୁଆଡିହି ଥାନାରେ ମଧ୍ୟ ଲିଖିତ ଅଭିଯୋଗ କରିଥିଲେ ।

ମଦ ଭାଟିକୁ ବିରୋଧ କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଓ

ଗଡିଆ ଜୋରର ମଦ ଭାଟି ଗୁଡିକ ବଜାର, ବସ ଷ୍ଟପ ଓ ଅଙ୍ଗନୱାଡି କେନ୍ଦ୍ରକୁ ଲାଗିଥିବା ସହ ମଦ ଭାଟି ଚାଲୁ ହେବା ଦିନ ଠାରୁ ଅଞ୍ଚଳର ଝିଅ ବୋହୂ ଅସୁରକ୍ଷିତ ମନେ କରୁଛନ୍ତି । ଏଥିସହ ସାରା ଅଞ୍ଚଳ ଅଶାନ୍ତ ଥିବା କଥା ଅଭିଯୋଗ କରିଛନ୍ତି । ଗ୍ରାମବାସୀ ବା ପଞ୍ଚାୟତର ବିନା ଅନୁମତିରେ କିପରି ଏହି ମଦ ଭାଟି ଚାଲିଲା ବା କିଏ ଚଳାଇବାକୁ ଅନୁମତି ଦେଲେ ସେ ନେଇ ପ୍ରଶ୍ନ କରିଥିଲେ ଆଦିବାସୀ ମାନେ ।

ତେବେ ଗ୍ରାମବାସୀଙ୍କ ଅଭିଯୋଗ ପାଇବାପରେ ଅଭିଯୋଗର ସତ୍ୟାସତ୍ୟ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବ୍ୟବସ୍ଥା କରାଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି । ପୂର୍ବରୁ ସୁନ୍ଦରଗଡରେ ଧରୁଆ ଡିହି ଅଞ୍ଚଳରେ ମଦ ବିରୋଧରେ ଆନ୍ଦୋଳନ କରି ରକ୍ତାକ୍ତ ପରିସ୍ଥିତି ଉପୁଜିଥିବା ସହ କେତେକଙ୍କର ପ୍ରାଣ ମଧ୍ୟ ଯାଇଥିଲା । ସେହି ସମାନ ପରିସ୍ଥିତି ଯେପରି ଆଉ ଥରେ ନ ଉପୁଜେ ସେ ନେଇ ଗତକାଲି ଆଦିବାସୀ ମାନେ ଶାନ୍ତ ଭାବେ ପ୍ରଶାସନକୁ ସୂଚିତ କରିଛନ୍ତି ।

ଆଦିବାସୀଙ୍କ ପରିବେଶ, ବାତାବରଣ ଓ ମାନସିକତାକୁ ନେଇ ଯଦି କେହି ଖେଳିବାକୁ ଯୋଜନା କରେ ତେବେ ପରିସ୍ଥିତି ଭୟଙ୍କର ହେବ ବୋଲି ଏମାନେ ଚେତାବନୀ ଦେବା ସହ ଧରୁଆଡିହି ପୋଲିସକୁ ମଧ୍ୟ ଅବଗତ କରିଛନ୍ତି । ଏହି ଆନ୍ଦୋଳନରେ ବିଶିଷ୍ଟ ସମାଜସେବୀ ତଥା ମଦ ବିରୋଧି ଆନ୍ଦୋଳନ ଆକ୍ଟିଭିଷ୍ଟ ଡାକ୍ତର ହିମାଂଶୁ ଶେଖର ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ ।

ସୁନ୍ଦରଗଡରୁ ହରିହର ଦାସମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.