ଭିଜିଲାନ୍ସ ପଞ୍ଝାରେ ସୁନ୍ଦରଗଡ଼ ନିୟନ୍ତ୍ରିତ ବଜାର ପରିଷଦ ସମ୍ପାଦକ

author img

By

Published : Apr 2, 2022, 9:19 AM IST

Updated : Apr 2, 2022, 9:35 AM IST

sundargarh rmc secretary under vigilance scanner

ଭିଜିଲାନ୍ସ ଜାଲରେ ନିୟନ୍ତ୍ରିତ ବଜାର ପରିଷଦ ସମ୍ପାଦକ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ନିୟନ୍ତ୍ରିତ ବଜାର ପରିଷଦ ସମ୍ପାଦକ ବନମାଳୀ ନାଏକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ଅଧିକ ପଢ଼ନ୍ତୁ

ସୁନ୍ଦରଗଡ଼: ଭିଜିଲାନ୍ସ ଜାଲରେ ନିୟନ୍ତ୍ରିତ ବଜାର ପରିଷଦ ସମ୍ପାଦକ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ନିୟନ୍ତ୍ରିତ ବଜାର ପରିଷଦ ସମ୍ପାଦକ ବନମାଳୀ ନାଏକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଏକକାଳୀନ 5ଟି ସ୍ଥାନରେ ଚାଲିଛି ଭିଜିଲାନ୍ସର ଚଢ଼ାଉ।

ଭିଜିଲାନ୍ସ ପଞ୍ଝାରେ ସୁନ୍ଦରଗଡ଼ ନିୟନ୍ତ୍ରିତ ବଜାର ପରିଷଦ ସମ୍ପାଦକ

ନିୟନ୍ତ୍ରିତ ବଜାର ପରିଷଦ ସମ୍ପାଦକ ବନମାଳୀ ନାଏକଙ୍କ ସର୍ଗିପାଲିସ୍ଥିତ ବାସଭବନରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି । ବନମାଳୀ ନାଏକଙ୍କ କେନ୍ଦୁପଡା ତାଳଶଙ୍କରାର ଦୁଇଟି କୋଠା ଘର ( ପ୍ଲଟ ନମ୍ବର- 2157), ତିନି ମହଲା କୋଠା, ସୁନ୍ଦରଗଡ ଡେଙ୍ଗିଭାଡିରେ ଥିବା ଦୁଇଟି କୋଠାଘର, କିଞ୍ଜିରକେଲା ଥାନା କୁକୁରିଡିହିର ପୈତୃକ ଘର ଓ ସରେଇକେଲା ଲେଫ୍ରିପଡା ଥାନା ଅନ୍ତର୍ଗତ ଶଶୁରଙ୍କ ଘର ଓ ତାଙ୍କ ସୁନ୍ଦରଗଡ଼ ସ୍ଥିତ କାର୍ଯ୍ୟାଳୟରେ ଚଢ଼ାଉ ଚାଲିଛି ।

ତେବେ ଠୁଳ ସମ୍ପତ୍ତିର ଆକଳନ ଚାଲିଥିବା ବେଳେ ପ୍ରାୟ ତିନି ଚାରି କୋଟି ଟଙ୍କା ହେବ ବୋଲି ସୂଚନା ମିଳିଛି। ଏହି ଚଢ଼ାଉରେ ଭିଜିଲାନ୍ସ ଟିମର ୫ ଜଣ ଡିଏସପି, ୭ ଜଣ ଇନସ୍ପେକ୍ଟର, ୪ ଜଣ ଏଏସଆଇ ଏବଂ ଅନ୍ୟ ଭିଜିଲାନ୍ସ ଅଧିକାରୀ ସାମିଲ ହୋଇଛନ୍ତି। ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ଚାଲିଛି ଖୋଳତାଡ଼।

ସୁନ୍ଦରଗଡ଼ରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

Last Updated :Apr 2, 2022, 9:35 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.