ମୋଦିଙ୍କ ଜନ୍ମଦିନକୁ ‘ବେରୋଜଗାର ଦିବସ’ ପାଳନ

author img

By

Published : Sep 17, 2021, 8:02 PM IST

PM ମୋଦୀଙ୍କ ଜନ୍ମଦିନକୁ ବେରୋଜଗାର ଦିବସ ପାଳୁଛି ଜିଲ୍ଲା କଂଗ୍ରେସ

ଦିନକୁ ଦିନ ହଜାର ହଜାର ଯୁବକ ଦେଶରେ ଚାକିରୀରୁ ବଞ୍ଚିତ ହେଉଛନ୍ତି । ଆଉ ଏନେଇ PM ମୋଦିଙ୍କୁ କଂଗ୍ରେସ ଦଳ ଦାୟୀ କରିବା ସହ ଅଭିନବ ଉପାୟରେ ପ୍ରତିବାଦ କରି ପକୁଡି ଓ ଚା’ ବିକ୍ରି କରିଛନ୍ତି ଦଳର କର୍ମୀ । ଅଧିକ ପଢନ୍ତୁ...

ସୁନ୍ଦରଗଡ: ଆଜି (ଶୁକ୍ରବାର) ହେଉଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନକୁ ଜିଲ୍ଲା ଯୁବ କଂଗ୍ରେସ ବିତୃଷ୍ଣା ହୋଇ ସୁନ୍ଦରଗଡ ଡିଆରଡିଏ (DRDA) ଛକରେ ପାଳିଛି ହାଲ୍ଲାବୋଲ – ବେରୋଜଗାର ଦିବସ । ମୋଦି କ୍ଷମତାକୁ ଆସିବା ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ଓ କ୍ଷମତାରେ ଥାଇ କରୁଥିବା କାମକୁ ରାଷ୍ଟ୍ରୀୟ କଂଗ୍ରେସ ଦଳ ଆଜି (ଶୁକ୍ରବାର) ବିଦ୍ରୁପ କରିବା ସହ ଭେଟି ସ୍ୱରୂପ ତାଙ୍କ ଜନ୍ମଦିନରେ ପକୁଡି ଓ ଚା' ବିକ୍ରି କରି ଅଭିନବ ପ୍ରତିବାଦ କରିଛି ।

ମୋଦିଙ୍କ ଜନ୍ମଦିନକୁ ‘ବେରୋଜଗାର ଦିବସ’ ପାଳନ

ସମାଜରେ ବେକାରୀ ଯେ କେତ କଷ୍ଟ ଦେଇଥାଏ, ତାହା ଏମାନେ ଦେଖାଇଛନ୍ତି । ଏହି ଅବସରରେ ସେମାନେ ପୁଣି ଥରେ ପ୍ରଧାନମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତିକୁ ଦୋହରାଇଛନ୍ତି ।

ତେବେ ପ୍ରଧାନମନ୍ତ୍ରୀ ବେକାରୀ ଦୂର କରିବା ପରିବର୍ତ୍ତେ ଅଧିକ ବେକାରୀ ସୃଷ୍ଟି କରିଥିବା ନେଇ ଅଭିଯୋଗ କରିଛି କଂଗ୍ରେସ ଦଳ । ମୋଦି ଏହି ସମସ୍ୟା ଦୂର କରନ୍ତୁ ନ ହେଲେ ଏହା ଆଗାମୀ ଭବିଷ୍ୟତରେ ତାଙ୍କୁ ଗାଦିଚ୍ୟୁତ କରିବ ବୋଲି ସେମାନେ କହିଛନ୍ତି ।



ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.