ଇ-ଫାଇନ ଲାଗୁ ବିରୁଦ୍ଧରେ କଂଗ୍ରେସର ପ୍ରେସମିଟ

author img

By

Published : Apr 30, 2022, 7:50 PM IST

ଇ-ଫାଇନ ଲାଗୁ ବିରୁଦ୍ଧରେ କଂଗ୍ରେସର ପ୍ରେସମିଟ

ଆସନ୍ତାକାଲି(ରବିବାର) ଠାରୁ ଜିଲ୍ଲା ପ୍ରଶାସନ ଆଞ୍ଚଳିକ ପରିବହନ ବିଭାଗ ଦ୍ୱାରା ସୁନ୍ଦରଗଡ ଜିଲ୍ଲା ପାଇଁ ଇ-ଫାଇନ ପ୍ରଚଳନ କରିବାକୁ ଯାଉଥିବାବେଳେ ତା’କୁ ଘୋର ବିରୋଧ ଜଣାଇଛି ଜିଲ୍ଲା କଂଗ୍ରେସ । ଅଧିକ ପଢନ୍ତୁ

ସୁନ୍ଦରଗଡ: ଆସନ୍ତାକାଲି(ରବିବାର) ଠାରୁ ଜିଲ୍ଲା ପ୍ରଶାସନ ଆଞ୍ଚଳିକ ପରିବହନ ବିଭାଗ ଦ୍ୱାରା ସୁନ୍ଦରଗଡ ଜିଲ୍ଲା ପାଇଁ ଇ-ଫାଇନ ପ୍ରଚଳନ କରିବାକୁ ଯାଉଥିବାବେଳେ ତା’କୁ ଘୋର ବିରୋଧ ଜଣାଇଛି ଜିଲ୍ଲା କଂଗ୍ରେସ । ଏନେଇ କଂଗ୍ରେସ ଦଳ ଏକ ସାମ୍ବାଦିକ ସମ୍ମିଳନୀ କରି ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ନୀତିକୁ ସମାଲୋଚନା କରିଛନ୍ତି । ଯେଉଁ କ୍ଷେତ୍ରରେ ରାଜ୍ୟ ସରକାର, କେନ୍ଦ୍ର ସରକାର ଓ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବା କଥା ତାହା ନକରି ଅନ୍ୟସବୁ ଅମୂଳକ କାର୍ଯ୍ୟ କରୁଥିବା କଥା କଂଗ୍ରେସର ତୁଙ୍ଗ ନେତା ତଥା ଓଡିଶାର ପୂର୍ବତନ ବାଚସ୍ପତି ଓ ବର୍ତ୍ତମାନର ପ୍ରଦେଶ କଂଗ୍ରେସ କମିଟିର ଟ୍ରେଜେରର କିଶୋର ଚନ୍ଦ୍ର ପଟେଲ କହିଛନ୍ତି ।

ଇ-ଫାଇନ ଲାଗୁ ବିରୁଦ୍ଧରେ କଂଗ୍ରେସର ପ୍ରେସମିଟ

ଇ-ଚାଲାଣ ବା ଇ-ଫାଇନ ସାଧାରଣ ବର୍ଗ ଓ ମଧ୍ୟ ବିତ୍ତ ବର୍ଗଙ୍କୁ ଶୋଷଣ କରିବାର ଏକ ସୁଚିନ୍ତିତ ଯୋଜନା ବୋଲି କଂଗ୍ରେସ ଦଳ କହିଛି । କେବଳ ସେତିକି ନୁହେଁ ସୁନ୍ଦରଗଡରେ ଅଘୋଷିତ ବିଦ୍ୟୁତ୍ କାଟର ମଧ୍ୟ ତୀବ୍ର ସମାଲୋଚନା କରିଛି । ଜିଲ୍ଲା ପ୍ରଶାସନର ମୁଖିଆ ଯେଉଁ ସବୁ ସ୍ତରରେ ଉନ୍ନତି କରିବାର ଆବଶ୍ୟକତା ଅଛି ତାହା ନକରି ନିଜ ଇଚ୍ଛା ମୁତାବକ ଉନ୍ନତି ନାମରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିର ଅପବ୍ୟୟ କରୁଥିବା କଥା କଂଗ୍ରେସ କମିଟି କହିଛି ।

ସୁନ୍ଦରଗଡରେ ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ନେଇ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ସୁନ୍ଦରଗଡବାସୀଙ୍କୁ ଉପେକ୍ଷା କରିଥିବା କଥା ମଧ୍ୟ କଂଗ୍ରେସ ଦଳ କହିଛି । ତେବେ ଇ-ଚାଲାଣ ବା ଇ-ଫାଇନ ସଂଗ୍ରହ ପୂର୍ବରୁ ପ୍ରଶାସନ ଲୋକଙ୍କୁ ସମୟ ଦେଇ ନାହିଁ କିମ୍ବା ଇ-ଫାଇନ ଲାଗୁ ନେଇ ଲୋକଙ୍କୁ ପ୍ରାକ ସୂଚନା ନଦେଇ ଏପରି କରୁଥିବାରୁ କଂଗ୍ରେସ ଦଳ ତା’ର ବିରୋଧ କରିବା ସହ ଆଗାମୀ ଦିନରେ ଏହା ଭୟଙ୍କର ରୂପ ନେବ ବୋଲି କହିଛି । ତେବେ ଆଜିର ପ୍ରେସମିଟ ଜରିଆରେ କଂଗ୍ରେସ ଦଳ ଜିଲ୍ଲା ପ୍ରଶାସନ, ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇଥିବା ବେଳେ ଇ-ଚାଲାଣ ପ୍ରଚଳନରୁ କ୍ଷାନ୍ତ ରହିବାକୁ କହିଛି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.