ରାଜଗାଙ୍ଗପୁର ପୋଲିସର ଚଢାଉ; ବିପୁଳ ପରିମାଣର ମଦ ଜବତ, ୬ ଗିରଫ

author img

By

Published : Sep 3, 2021, 2:16 PM IST

ରାଜଗାଙ୍ଗପୁର ପୋଲିସର ଚଢାଉ

ପୋଲିସ ଓ ଅବକାରୀ ବିଭାଗ ୬ଟି ଢାବା ଉପରେ ଏକକାଳୀନ ଚଢାଉ କରି ୧୧୪ ଲିଟର ଦେଶୀମଦ ଜବତ କରିଛି । ଅଧିକ ପଢନ୍ତୁ...

ସୁନ୍ଦରଗଡ: ରାଜଗାଙ୍ଗପୁରରେ ବ୍ରାଉନସୁଗାର ପରେ ଏବେ ମଦ ଉପରେ ପୋଲିସର ତୀକ୍ଷ୍ନ ନଜର । ଗତକାଲି ବିଳମ୍ବିତ ରାତିରେ ପୋଲିସ ଓ ଅବକାରୀ ବିଭାଗ ୬ ଟି ଢାବା ଉପରେ ଏକ କାଳୀନ ଚଢାଉ କରି ୧୧୪ ଲିଟର ଦେଶୀମଦ ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ଏକ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ପୋଲିସ କହିଛି । ପୋଲିସ ୬ ଜଣ ଢାବା ମାଲିକଙ୍କୁ ଗିରଫ କରିଥିବା ଆଜି ଏହି ଅଭିଯୁକ୍ତମାନଙ୍କ ବିରୋଧରେ ରାଜ୍ୟ ଏକ୍ସସାଇଜ ଆକ୍ଟର ଦଫା – 52 ( a) ( i) ବୁକ୍ କରିଛି ।

ଗିରଫ ଅଭିଯୁକ୍ତ ହେଉଛନ୍ତି ବିକାଶ ମଣ୍ଡଳ , ପ୍ରଫୁଲ୍ଲ ମହାନନ୍ଦିଆ , ହିରନମୟୀ କୁଣ୍ଡୁ ,ଜ୍ଞାନ ରଂଜନ ଗଡନାୟକ , ବିର୍ଛା ସିଂ ଓ ସୋନି ପଟେଲ । ଏମାନଙ୍କୁ ଗିରଫ କରିବାପାଇଁ ରାଜଗାଙ୍ଗପୁର ଏସଡିପିଓ ୬ଟି ସ୍ୱତନ୍ତ୍ର ଟିମ ଗଠନ କରି ଚଢାଉ କରିଥିଲା । ନିଶା କାରବାର ରୋକିବାକୁ ପୋଲିସର ଏପରି ପ୍ରୟାସକୁ ରାଜଗାଙ୍ଗପୁରବାସୀ ପ୍ରଶଂସା କରିଛନ୍ତି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.