ରାଜଗାଙ୍ଗପୁର ପୋଲିସକୁ ସଫଳତା: କୁଖ୍ୟାତ ଚୋର ଗିରଫ, 12 ବାଇକ ଜବତ

author img

By

Published : Aug 30, 2021, 7:03 AM IST

ରାଜଗାଙ୍ଗପୁର ପୋଲିସ ବଡ ସଫଳତା: କୁଖ୍ୟାତ ମୋଟର ସାଇକେଲ ଚୋର ଗିରଫ, 12 ବାଇକ ଉଦ୍ଧାର

ରାଜଗାଙ୍ଗପୁର ପୋଲିସ ଦ୍ୱରା କୁଖ୍ୟାତ ମୋଟର ସାଇକେଲ ଚୋର ଗିରଫ । ରାଜଗାଙ୍ଗପୁର ଲିପଲୋଇରୁ ଗିରଫ, 12ଟି ମୋଟର ସାଇକେଲ ଉଦ୍ଧାର । ଅଧିକ ପଢନ୍ତୁ...

ସୁନ୍ଦରଗଡ: ରାଜଗାଙ୍ଗପୁର ପୋଲିସକୁ ଆଉ ଏକ ସଫଳତା । ସୁନ୍ଦରଗଡ, ରାଜଗାଙ୍ଗପୁର, କୁତ୍ରା ,ବଡଗାଁ ଓ ରାଉରକେଲା ଅଞ୍ଚଳରୁ ବାଇକ ସବୁ ଲୁଟି ଫେରାର ମାରୁଥିବା କିଶୋର ଜୟପୁରିଆ ନାମକ ଜଣେ କୁଖ୍ୟାତ ବାଇକ ଚୋରକୁ ଶନିବାର ରାତିରେ ଲିପଲୋଇରୁ ଗିରଫ କରି ରବିବାର କୋର୍ଟ ଚାଲାଣ କରାଯାଇଛି । ଗିରଫ ଅଭିଯୁକ୍ତ ଠାରୁ ପୋଲିସ 12ଟି ବିଭିନ୍ନ କମ୍ପାନୀର ଦାମି ମୋଟର ସାଇକଲ ଜବତ କରିଛି । ଅଭିଯୁକ୍ତ ଏକ ମାଷ୍ଟରକି (Master Key) ବ୍ୟବହାର କରି ଏହି ସବୁ ମୋଟର ସାଇକେଲ ଲୁଟି ନିମିଷକ ମଧ୍ୟରେ ଫେରାର ହୋଇଯାଉଥିଲା ବୋଲି ରାଜଗାଙ୍ଗପୁର ଏସ.ଡି.ପି.ଓ ଶଶାଙ୍କ ଶେଖର ବେଉରା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ରାଜଗାଙ୍ଗପୁର ପୋଲିସ ବଡ ସଫଳତା: କୁଖ୍ୟାତ ମୋଟର ସାଇକେଲ ଚୋର ଗିରଫ, 12 ବାଇକ ଉଦ୍ଧାର

ତେବେ ଏହି କାରବାରରେ ସମ୍ପୃକ୍ତ ଥିବା ଅନ୍ୟ ଆସାମୀ ମାନେ ଫେରାର ଅଛନ୍ତି । ଅଭିଯୁକ୍ତ ବାଇକ ସବୁକୁ ଚୋରି କରିବା ସଙ୍ଗେ ସଙ୍ଗେ ଅଳ୍ପ ଦାମରେ ବିକ୍ରି କରି ଦେଉଥିଲା ବୋଲି ପୋଲିସ ନିକଟରେ ସ୍ୱୀକାର କରିଛି । ତେବେ ଏପରି କେତେକ ବାଇକକୁ ସେ କୁତ୍ରା ଥାନା ଅନ୍ତର୍ଗତ ଖତକୁରବାହାଲରେ ବିକ୍ରି କରିଥିବା ନେଇ ଏସ.ଡି.ପି.ଓ ରାଜଗାଙ୍ଗପୁର ସୂଚନା ଦେଇଛନ୍ତି । ପୋଲିସ କୁତ୍ରା ଥାନା ଖତକୁରବାହାଲରୁ ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ଘରୁ ତିନିଟି ମୋଟର ସାଇକଲେ ଜବତ କରିଥିଲା ବେଳେ ବାଇକ କ୍ରେତା ଫେରାର ଥିବା ଜଣାପଡିଛି ।

ତେବେ ଗିରଫ ଅଭିଯୁକ୍ତ ନାମରେ ରାଜଗାଙ୍ଗପୁରରେ ତିନୋଟି କେଶ ଓ କୁତ୍ରା ଥାନାରେ ଗୋଟିଏ କେଶ ପଞ୍ଜିକୃତ ହୋଇଥିବା କଥା ଜଣା ପଡିଛି । ରବିବାର ପୋଲିସ ତାକୁ ଭାରତୀୟ ପିଙ୍ଗଳ କୋର୍ଡର ଦଫା – 379ରେ କୋର୍ଟ ଚାଲାଣ କରିଛି । ଅଭିଯୁକ୍ତର ନିଜ ଘର ଝାରସୁଗୁଡା ଜିଲ୍ଲା ଲଇକେରା ହୋଇଥିବା ବେଳେ ସେ ରାଜଗାଙ୍ଗପୁର ଲିପଲୋଇରେ ଏକ ଘର ଭଡା ନେଇ ଏହି କାମ କରି ଆସୁଥିବା କଥା ପୋଲିସ ଏସଡିପିଓ କହିଛନ୍ତି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.