ଖରାପ ରାସ୍ତା ଯୋଗୁଁ ଆସିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହା ହେଲେ ଗର୍ଭବତୀ

author img

By

Published : Jul 11, 2022, 10:46 PM IST

ଖରାପ ରାସ୍ତା ଯୋଗୁଁ ଆସିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହା ହେଲେ ଗର୍ଭବତୀ

ପୁଣି ସାମ୍ନାକୁ ଆସିଲା ବିକାଶର ନଗ୍ନ ଚିତ୍ର । ୧ କିଲୋମିଟର ଖଟିଆରେ ବୁହା ହେଲେ ଗର୍ଭବତୀ । ଯାତାୟତ ପାଇଁ ରାସ୍ତା ନଥିବାରୁ ପ୍ରସବ ବେଦନାରେ ଛଟପଟ ହେଉଥିବା ଜଣେ ମହିଳାଙ୍କୁ ଖଟିଆରେ ବୋହିଛନ୍ତି ସମ୍ପର୍କୀୟ । ଅଧିକ ପଢ଼ନ୍ତୁ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ହେମଗିର୍ ବ୍ଲକ୍ ଟପରିଆ ପଞ୍ଚାୟତର ଜାମଝାରିଆ ଗାଁ ଉପାନ୍ତ ଅଞ୍ଚଳରେ ଦେଖିବାକୁ ମିଳିଛି ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର । ଗର୍ଭବତୀଙ୍କୁ ଖଟିଆରେ ବୋ‌ହିଲେ ପରିବାର ବର୍ଗ ଓ ସମ୍ପର୍କୀୟ । ରାସ୍ତା ନଥିବା ସହ ନଦୀରେ ପୋଲ ନିର୍ମାଣ ହୋଇପାରିନି । ତେଣୁ ପ୍ରସବ ବେଦନାରେ ଛଟପଟ ହେଉଥିବା ସୀମା ଦଣ୍ଡସେନାଙ୍କୁ ୧ କିଲୋମିଟର ଖଟିଆରେ ନିଆଯାଇଥିଲା ।

ଖରାପ ରାସ୍ତା ଯୋଗୁଁ ଆସିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହା ହେଲେ ଗର୍ଭବତୀ

ଶେଷରେ ଗାଁର ମୁଖ୍ୟ ରାସ୍ତାରେ ଛିଡ଼ା ହୋଇଥିବା ଆମ୍ବୁଲାନ୍ସରେ ଡାକ୍ତରଖାନାକୁ ନେଇଥିଲେ ପରିବାର ଲୋକେ । ସହୁଠୁ ବଡ଼ କଥା ହେଲା ରାସ୍ତା ସମସ୍ୟା ନେଇ ବାରମ୍ବାର ପ୍ରଶାସନକୁ ଗୁହାରି କରିଥିଲେ ମଧ୍ୟ କୌଣସି ଫରକ ପଡ଼ୁନି ।

ଇଟିଭି ଭାରତ, ସୁନ୍ଦରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.