ଏମିତି ବି ଗୋଟିଏ ଶେଷଯାତ୍ରା, ଶୋକାକୁଳ ପରିବେଶ ନୁହେଁ ଡିଜେ ନୃତ୍ୟରେ ଦୁଲୁକିଲା ଗାଁ

author img

By

Published : Nov 22, 2022, 9:51 PM IST

people danced in DJ music in last rites of a old women in sundargarh

ପ୍ରଥମ ଝଲକରେ ଏହି ଦୃଶ୍ୟକୁ ଦେଖିଲେ ଯେ କେହି ବି ଧୋକା ଖାଇଯିବେ । କାରଣ ଏ କୌଣସି ବାହାଘର କିମ୍ବା ଶୋଭାଯାତ୍ରା ନୁହେଁ, ବରଂ ଜଣେ ବୁଢ଼ି ମାଉସୀଙ୍କ ଶେଷଯାତ୍ରାର ଚିତ୍ର । ଅନ୍ତିମ ଯାତ୍ରାରେ ଡିଜେ ବଜାଇ ନାଚିଲେ ମାଲଭାଇ । ଅଧିକ ପଢ଼ନ୍ତୁ

ସୁନ୍ଦରଗଡ: ଅନ୍ତିମ ଯାତ୍ରାରେ ଡିଜେ ବଜାଇ ନାଚିଲେ ମାଲଭାଇ । ବୁଢ଼ୀ ମାଉସୀଙ୍କ ଶେଷଯାତ୍ରାରେ ଡିଜେ ବଜାଇ ନାଚିଲେ ମାଲଭାଇ । ୧୧୫ବର୍ଷ ବଞ୍ଚି ଥବାରୁ ଲୋକେ ଖୁସିରେ ଡିଜେ ବଜାଇ କଲେ ବିଦାୟ(Sundargarh Unique last rites) । ଏଭଳି ଏକ ଭିନ୍ନ ଧରଣର ଶେଷ ଯାତ୍ରା ଦେଖିବାକୁ ମିଳିଥିଲା ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ ଅନ୍ତର୍ଗତ ପଞ୍ଚରା ବସ୍ତିପଡା ଗ୍ରାମରେ । ଏଠାରେ ଜଣେ ଶତାୟୁ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ପରିବାରବର୍ଗରେ ଶୋକାକୁଳ ପରିବେଶ ପରିବର୍ତ୍ତେ ଭିନ୍ନ ଧରଣରେ ବିଦାୟ ଦେବାକୁ ସ୍ଥିର କରିଥିଲେ ପରିବାର ଲୋକେ ।

ଏମିତି ବି ଗୋଟିଏ ଶେଷଯାତ୍ରା, ଶୋକାକୁଳ ପରିବେଶ ନୁହେଁ ଡିଜେ ନୃତ୍ୟରେ ଦୁଲୁକିଲା ଗାଁ

ତ୍ୟଧିକ ବାର୍ଦ୍ଧକ୍ଯ କାରଣରୁ ସେ କିଛିଦିନ ହେବ ଶଯ୍ୟାଶାୟୀ ଥିଲେ ପଞ୍ଚରା ଗ୍ରାମର ମାଙ୍ଗରୀ ସୁରିନ ନାମକ ଏକ ବୃଦ୍ଧା ମହିଳା । ଏହାପରେ ଜୋରସୋରରେ ବାଜିଥିଲା ଡିଜେ । ଡିଜେର ତାଳେତାଳେ ନାଚିନାଚି ଝୁମିଥିଲେ ଉଭୟ ମାଲଭାଇ ଏବଂ ସାହିଭାଇ । ବୃଦ୍ଧା ଜଣକ ୧୧୫ ବର୍ଷ ବଞ୍ଚିଥିବାରୁ ଏଭଳି ଶୋଭାଯାତ୍ରା ଆୟୋଜନ କରାଯାଇଥିଲା । ଏଭଳି ଏକ ଶୋଭାଯାତ୍ରା ଏବେ ଚର୍ଚ୍ଚାର ବିଷୟ ପାଲିଟିଛି ।

ଭାରତ ଭଳି ଦେଶରେ ସାଧରଣତଃ ଏଭଳି ଦୃଶ୍ୟ କମ୍‌ ଦେଖିବାକୁ ମିଳେ । ପୂର୍ବରୁ ସୋସିଆଲ ମିଡିଆରେ ମଧ୍ୟ ମୃତ୍ୟୁ ପରେ ସେଲିବ୍ରେସନର ମିମ୍‌ ଭାଇରାଲ୍‌ ହୋଇଥିଲା । ତେବେ ମେକ୍ସିକୋରେ ମୃତ୍ୟୁ ପରେ ସେଲିବ୍ରେସନ କରାଯିବାର ପରମ୍ପରା ରହିଛି । ଡିଆ-ଡେ-ମ୍ୟୁରଟୋସ୍‌ ନାମକ ପର୍ବରେ ଦେଶବାସୀ ଦିବଙ୍ଗତ ପରିବାର ବର୍ଗଙ୍କ ପାଇଁ ଉତ୍ସବ ପାଳି ଥାଆନ୍ତି । ଏହି ସମୟରେ ସଦଗତି ପାଇଥିବା ଆତ୍ମା ପୁନଃ ଫେରି ଆସୁଥିବା ବିଶ୍ବାସ ରହିଛି ।

ବୁଢ଼ି ମାଉସୀଙ୍କ ଅନ୍ତିମ ଯାତ୍ରାରେ ଏକ ଭିନ୍ନ ଢଙ୍ଗରେ ଗାଡିରେ ଡିଜେ ବାଜା ବଜାଇ ନାଚିନାଚି ତାଙ୍କୁ ଶେଷ ବିଦାୟ ଦିଆ ଯାଇଥିଲା । ଅବଶ୍ୟ ଅତ୍ୟଧିକ ବାର୍ଦ୍ଧକ୍ଯ କାରଣରୁ ସେ କିଛିଦିନ ହେବ ଶଯ୍ୟାଶାୟୀ ଥିଲେ । ତେବେ ଏଭଳି ଏକ ଭିନ୍ନ ଧରଣର ଅନ୍ତିମ ଯାତ୍ରା ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ବୁଢ଼ି ମାଉସୀ ଜଣକ ୧୧୫ ବର୍ଷ ବୟସ ହୋଇଥିବାରୁ ଏଭଳି ଖୁସିରେ ମାଉସୀଙ୍କୁ ବିଦା କଲେ ଗାଁଲୋକେ ।

ଇଟିଭି ଭାରତ, ସୁନ୍ଦରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.