ଇସ୍ପାତ ନଗରୀରେ ଧୂମଧାମରେ ଦେବଦମ୍ପତିଙ୍କ ବିବାହ ସମ୍ପନ୍ନ, ମଧ୍ୟ ରାତ୍ରୀରେ ପଡିଲା ହାତଗଣ୍ଠି

author img

By

Published : May 25, 2023, 10:10 AM IST

shiva marriage ritual

ପ୍ରଥମ ଥର କରି ଷ୍ଟିଲ ସିଟି ରାଉରକେଲାରେ ମହା ଆଡମ୍ବରରେ ସମ୍ପନ୍ନ ହୋଇଛି ଶିବ ପାର୍ବତୀଙ୍କ ବିବାହ । ଅଧିକ ପଢନ୍ତୁ

shiva marriage ritual

ରାଉରକେଲା: ପବିତ୍ର ଶୀତଳ ଷଷ୍ଠୀ ପାଇଁ ଉତ୍ସବ ମୁଖର ସହର । ମହା ଆଡମ୍ବରରେ ସମ୍ପନ୍ନ ହୋଇଛି ଶିବ ପାର୍ବତୀଙ୍କ ବିବାହ । ଦେବ ଦେବ ମହାଦେବଙ୍କ ହାତ ଧରିଛନ୍ତି ପାର୍ବତୀ । ବାଜା ମହୁରୀ ବାଣରେ ରୋଶଣୀ ନେଇ ବାହାରିଥିଲେ ବରଯାତ୍ରୀ । ବୈଦିକ ରୀତି ନୀତିରେ ଦେବ ବିବାହ ଉତ୍ସବ ସମ୍ପନ୍ନ ହୋଇଛି । ତେବେ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ଚଳଚଞ୍ଚଳ ହୋଇ ଉଠଛି ଷ୍ଟିଲ ସିଟି ରାଉରକେଲା ସହର । ପ୍ରଥମ ଥର କରି ଷ୍ଟିଲ ସିଟି ରାଉରକେଲାରେ ପାଳନ କରାଯାଇଛି ଶିବ ପାର୍ବତୀ ବିବାହ ।

ଗତକାଲି ବିଳମ୍ବିତ ରାତିରେ ବୈଦିକ ରିତିନୀତିରେ ଦେବ ଦମ୍ପତିଙ୍କ ବିବାହ ଘର ସମ୍ପନ୍ନ ହୋଇ ବେଳେ ଏହା ପୂର୍ବରୁ ନିର୍ବନ୍ଧ, ଦେବ ନିମନ୍ତ୍ରଣ ଓ ଅଳଙ୍କାର ଧାରଣ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ଭାବରେ ଶେଷ ହୋଇଛି । ସାରା ବିଶ୍ୱରେ ବାର ମାସରେ ତେର ଯାତ୍ରା ହେଉଥିଲେ ମଧ୍ୟ ଶୀତଳ ଷଷ୍ଠୀର ମହତ୍ତ୍ୱ ଟିକିଏ ଭିନ୍ନ ରହିଥାଏ । ଏଥର ପ୍ରଥମ ଥର ପାଇଁ ରାଉରକେଲାରେ ଶୀତଳ ଷଷ୍ଠୀରେ ଶିବ ପାର୍ବତୀ ବିବାହ ହେଉଥିବାରୁ ଶିବଙ୍କ ବରଯାତ୍ରୀରେ ନିଜକୁ ସାମିଲ କରି ଲୋକେ ଧନ୍ୟ ମନେକ ରିଛନ୍ତି ।

ଧବଳେଶ୍ବର ମହାଦେବଙ୍କ ବରଯାତ୍ରୀ ଯାଇ ସେକ୍ଟର ୫ ସ୍ଥିତ ଗୁଣ୍ଡିଚା ମନ୍ଦିରରେ ମା’ ପାର୍ବତୀଙ୍କ ସହ ବିଳମ୍ବିତ ରାତିରେ ବିବାହ ଅନୁଷ୍ଠିତ ହୋଇଥିଲା । ଏନେଇ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା । ଚଳିତବର୍ଷ ସହରର କୈଳାସ ବେହେରା ଓ ପୁଷ୍ପାଞ୍ଜଳି ବେହେରା ବରପିତା ମାତା ହୋଇଥିବା ବେଳେ ଦେବ ଦମ୍ପତିଙ୍କ ବିବାହ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ସେହିପରି ଚିତ୍ତରଞ୍ଜନ ବେହେରା ଓ ଉଜ୍ଜୟିନୀ ବେହେରା କନ୍ୟା ପକ୍ଷର ପିତା ମାତା ହୋଇଛନ୍ତି । ଏଭଳି ଏକ ସୌଭାଗ୍ୟ ପାଇ ସେମାନେ ଖୁସି ବ୍ୟକ୍ତ କରିଛନ୍ତି ।

ପ୍ରକାଶ ଥାଉକି, ସେହିପରି ବଲାଙ୍ଗୀରରେ ମଧ୍ୟ ଶିବ ଓ ମାତା ପାର୍ବତୀଙ୍କ ଶୁଭପରିଣୟ ସମ୍ପର୍ଣ୍ଣ ହୋଇଛି । ବୈଦିକ ରୀତି ନୀତିରେ ଦେବ ବିବାହ ଉତ୍ସବ ସମ୍ପର୍ଣ୍ଣ ହୋଇଛି । ଆଜି ଯୁଗଳ ଦର୍ଶନ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । ଯୁଗଳ ମୂର୍ତ୍ତୀଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ଏହି ସ୍ବତନ୍ତ୍ର ଦେବ ବିବାହ ନୀତି ଦେଖିବାକୁ ପ୍ରବଳ ଜନସମାଗମ ହୋଇଥିଲା । ତେବେ ବଲାଙ୍ଗୀର ସହରରେ ମୋଟ 5ଟି ଶୀତଳ ଷଷ୍ଠୀ କମିଟି ଏଥର ଏହି ବିବାହର ଆୟୋଜନ କରିଛନ୍ତି । ଯେଉଁଥିରେ ବଲାଙ୍ଗୀର ସୁଦପଡା, ବ୍ରାହ୍ମଣ ପଡା, ରାଧାରାଣୀ ପଡା, ଏବିଏସ ଏସ ପଡା ଓ ସାଗର ପଡା ପ୍ରମୁଖ ଭାବରେ ଏହାର ବଡ ଆୟୋଜନ କରିଛନ୍ତି । ଏହି ଅବସରରେ ସବୁ କମିଟି ଲୋକଙ୍କୁ ନୀତି ଦିନ ଭୋଗ ପ୍ରଦାନ କରିଛନ୍ତି ।

ଇଟିଭି ଭାରତ,ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.