ସୁନ୍ଦରଗଡ଼ରେ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ, କଲେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମର ସମୀକ୍ଷା

author img

By

Published : Aug 24, 2022, 8:41 AM IST

minister Basanti hembram visits Sundargarh to review many program run by govt

ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ୍ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି (minister Basanti hembram visits Sundargarh) । ବିଶେଷ କରି ସେ ମିଶନ ଶକ୍ତି ମାଆମାନଙ୍କ ଜୀବିକା ଏବଂ ଅଙ୍ଗନବାଡ଼ି କେନ୍ଦ୍ର ମାଧ୍ୟମରେ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ଅଧିକ ପଢ଼ନ୍ତୁ

ସୁନ୍ଦରଗଡ଼: ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ୍ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ କରିଥିଲେ(minister Basanti hembram visits Sundargarh) । ମଙ୍ଗଳବାର ଏହି ଅବସରରେ ସେ ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କରିଛନ୍ତି । ଏହାକୁ ନେଇ ସୁନ୍ଦରଗଡ଼ ସ୍ଥିତ ସଦଭାବନା ଭବନରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।

minister Basanti hembram visits Sundargarh to review many program run by govt
ସୁନ୍ଦରଗଡ଼ ଗସ୍ତରେ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ, କଲେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମର ସମୀକ୍ଷା

ଏହି ବୈଠକରେ ମନ୍ତ୍ରୀ(Mission Shakti minister Basanti Hembram) ମିଶନ ଶକ୍ତି ମାଆମାନଙ୍କ ଜୀବିକା ଏବଂ ଅଙ୍ଗନବାଡ଼ି କେନ୍ଦ୍ର ମାଧ୍ୟମରେ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ଏହାସହ ଜିଲ୍ଲାରେ ପିଲାଙ୍କ ପୋଷଣ ପାଇଁ ଅଙ୍ଗନବାଡ଼ି କେନ୍ଦ୍ର ଜରିଆରେ ଚାଲିଥିବା ସ୍ପିରୁଲିନା ଏବଂ ମାଣ୍ଡିଆ ଲଡୁ ବଣ୍ଟନ କାର୍ଯ୍ୟକ୍ରମ ବିଷୟରେ ବିଭାଗୀୟ ଅଧିକାରୀଙ୍କଠାରୁ ସେ ପଚାରି ବୁଝିଛନ୍ତି । ଅଙ୍ଗନବାଡ଼ି କେନ୍ଦ୍ର ପରିସରରେ ପୋଷଣ ବଗିଚା କରିବା ପାଇଁ ସେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସମୀକ୍ଷା ବୈଠକରେ ମନ୍ତ୍ରୀଙ୍କ ସହ ସମନ୍ବିତ ଶିଶୁ ବିକାଶ ଯୋଜନାର ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲ ଉପସ୍ଥିତ ଥିଲେ । ଜନ୍ମରୁ ୬ ବର୍ଷ ବୟସ ପର୍ଯ୍ୟନ୍ତ ପିଲା, କିଶୋରୀ ବାଳିକା, ଗର୍ଭବତୀ ଏବଂ ପ୍ରସୂତି ମାଆମାନଙ୍କ ସୁବିଧା ପାଇଁ ସେମାନଙ୍କ ଆଧାର କାର୍ଡକୁ ସରକାରଙ୍କ ‘ପୋଷଣ ଟ୍ରାକର’ ସହ ସଂଯୋଗ କରିବାକୁ ସେ ସିଡିପିଓମାନଙ୍କୁ ପରାମର୍ଶ ଦେଇଛନ୍ତି । ବୈଠକରେ ସୁନ୍ଦରଗଡ଼ ମାନ୍ୟବର ବିଧାୟିକା କୁସୁମ ଟେଟେ, ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲିଙ୍କ ସହିତ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ମନ୍ତ୍ରୀ ସୁନ୍ଦରଗଡ଼ ସଦର ଏବଂ ଟାଙ୍ଗରପାଲି ବ୍ଳକରେ ଚାଲିଥିବା ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର କ୍ଷେତ୍ରସ୍ତରୀୟ ଅନୁଧ୍ୟାନ କରିଥିଲେ । ସୁନ୍ଦରଗଡ଼ ରଙ୍ଗାଢ଼ିପାରେ ଥିବା ସ୍ପିରୁଲିନା ଚିକି ପ୍ରସ୍ତୁତି କେନ୍ଦ୍ର ବୁଲି ଦେଖିଥିଲେ । ଚିକି ପ୍ରସ୍ତୁତିରେ ନିୟୋଜିତ ସ୍ବୟଂସହାୟକ ସଦସ୍ୟାଙ୍କୁ ସେମାନଙ୍କ ଜୀବିକା ବିଷୟରେ ସେ ପଚାରି ବୁଝିଥିଲେ ।

ମହୁଲପାଲିରେ ଗ୍ରାମପଞ୍ଚାୟତସ୍ତରୀୟ ମହାସଂଘ ପକ୍ଷରୁ କୁକୁଡ଼ା ଛୁଆ ବଢ଼ିବା ପାଇଁ ବ୍ରିଡ଼ିଂ ଆଣ୍ଡ ଗ୍ରୋଇଂ ୟୁନିଟ୍ ସ୍ଥାପନ କରାଯାଇଛି । ଏହାର ପରିଚାଳନା ଦାୟିତ୍ବ ସ୍ଥାନୀୟ ସ୍ବୟଂସହାୟକ ମାଆମାନଙ୍କୁ ଦିଆଯାଇଛି । ଏଥିରେ ପ୍ରାୟ ୫ ହଜାର କୁକୁଡ଼ା ଛୁଆ ରହିପାରିବାର କ୍ଷମତା ରହିଛି । ମନ୍ତ୍ରୀ ଏହି ପ୍ରକଳ୍ପସ୍ଥଳ ବୁଲି ଦେଖିବା ସହ ସ୍ବୟଂସହାୟକ ମାଆଙ୍କୁ ସେମାନଙ୍କ ଜୀବିକା ବିଷୟରେ ସିଧାସଳଖ ପଚାରି ବୁଝିଥିଲେ ।

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.