କୋଇଡ଼ା ବ୍ଲକରେ ଯୁଗ୍ମ ଜନ ଶୁଣାଣି କାର୍ଯ୍ୟକ୍ରମ, କଳିକା କେନ୍ଦ୍ରର ଶୁଭାରମ୍ଭ

author img

By

Published : Apr 26, 2022, 12:04 PM IST

କୋଇଡ଼ା ବ୍ଲକରେ ଯୁଗ୍ମ ଜନ ଶୁଣାଣି କାର୍ଯ୍ୟକ୍ରମ, କଳିକା କେନ୍ଦ୍ରର ଶୁଭାରମ୍ଭ

ସୁନ୍ଦରଗଡ଼ର କୋଇଡ଼ା ବ୍ଲକ କାର୍ଯ୍ୟାଳୟରେ ସୋମବାର ଏକ ଯୁଗ୍ମ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଅଧିକ ପଢ଼ନ୍ତୁ

ସୁନ୍ଦରଗଡ଼: ଜିଲ୍ଲାର କୋଇଡ଼ା ବ୍ଲକ କାର୍ଯ୍ୟାଳୟରେ ସୋମବାର ଏକ ଯୁଗ୍ମ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଲୋକମାନଙ୍କ ବ୍ୟକ୍ତିଗତ ଓ ସାମୂହିକ ଅଭିଯୋଗ ଶୁଣିବା ସହ ଏହାର ତୁରନ୍ତ ସମାଧାନ ପାଇଁ ପଦକ୍ଷେପ ନେବାକୁ ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତା ସହିତ କଳିକା କେନ୍ଦ୍ରର ଶୁଭାରମ୍ଭ କରିଛନ୍ତି ଜିଲ୍ଲାପାଳ ନିଖିଲ ପୱନ କଲ୍ୟାଣ ।

କୋଇଡ଼ା ବ୍ଲକରେ ଯୁଗ୍ମ ଜନ ଶୁଣାଣି କାର୍ଯ୍ୟକ୍ରମ, କଳିକା କେନ୍ଦ୍ରର ଶୁଭାରମ୍ଭ
କୋଇଡ଼ା ବ୍ଲକରେ ଯୁଗ୍ମ ଜନ ଶୁଣାଣି କାର୍ଯ୍ୟକ୍ରମ, କଳିକା କେନ୍ଦ୍ରର ଶୁଭାରମ୍ଭ

ଏହି ଅବସରରେ ବସୁନ୍ଧରା ଯୋଜନାରେ କୋଇଡ଼ା ବ୍ଳକର ୧୭ ଜଣ ଭୂମିହୀନ ହିତାଧିକାରୀଙ୍କୁ ଜମିପଟ୍ଟା ପ୍ରଦାନ କରାଯାଇଛି । ତା ସହିତ ୯ ପଞ୍ଚାୟତର ଅନୁମୋଦିତ ୬୭୫ ପ୍ରକଳ୍ପ ପାଇଁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି । ଏଥିରେ ପାଟମୁଣ୍ଡା, ମାଲଦା, କାଶିରା, କୋଇଡ଼ା, କାଲଟା, ଡେଙ୍ଗୁଳା, ଟେନସା, ଗୋପନା, ବିମଳାଗଡ଼ ପଞ୍ଚାୟତ ସାମିଲ ରହିଛି । ଏହି ସବୁ ପଞ୍ଚାୟତରେ ପ୍ରକଳ୍ପ ଅଟକଳ ମୂଲ୍ୟ ନିର୍ଦ୍ଧାରଣ କରି ଖୁବ୍‌ଶୀଘ୍ର କାମ ଆରମ୍ଭ କରିବାକୁ ସୁନ୍ଦରଗଡ଼ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

କୋଇଡ଼ା ବ୍ଲକରେ ଯୁଗ୍ମ ଜନ ଶୁଣାଣି କାର୍ଯ୍ୟକ୍ରମ, କଳିକା କେନ୍ଦ୍ରର ଶୁଭାରମ୍ଭ
କୋଇଡ଼ା ବ୍ଲକରେ ଯୁଗ୍ମ ଜନ ଶୁଣାଣି କାର୍ଯ୍ୟକ୍ରମ, କଳିକା କେନ୍ଦ୍ରର ଶୁଭାରମ୍ଭ

ଏହି ଅବସରରେ ଭଞ୍ଜପାଲିରେ କଳିକା କେନ୍ଦ୍ରର ଶୁଭାରମ୍ଭ କରିଛନ୍ତି ଜିଲ୍ଲାପାଳ ନିଖିଲ ପୱନ କଲ୍ୟାଣ । ପ୍ରଥମ ପର୍ଯ୍ୟାୟରେ ସୁନ୍ଦରଗଡ଼ ଜିଲ୍ଲାରେ ୯୦ଟି କଳିକା କେନ୍ଦ୍ର ଖୋଲାଯାଉଛି । ଏହାଦ୍ବାରା ସ୍ଥାନୀୟ ଖଣି ପ୍ରଭାବିତ ଅଞ୍ଚଳର ଶ୍ରମଜୀବୀ ପରିବାରର ୬ ମାସରୁ ୩ ବର୍ଷର ପିଲାମାନଙ୍କୁ ଉପଯୁକ୍ତ ସୁରକ୍ଷା, ସେବା ଯତ୍ନ ଓ ପୋଷଣ ମିଳିପାରିବ । ଓଜନ କମ୍ ଥିବା ଶିଶୁଙ୍କୁ ଉପଯୁକ୍ତ ସେବା ଯତ୍ନ ଓ ପୋଷଣଯୁକ୍ତ ଖାଦ୍ୟ ଦେଇ ସେମାନଙ୍କର ଓଜନ ବୃଦ୍ଧି ଓ ସାମଗ୍ରିକ ବିକାଶ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।

ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପୱନ କଲ୍ୟାଣଙ୍କ ସହ ଏହି କାର୍ଯ୍ୟକ୍ରମରେ ବଣାଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଭୈରବ ସିଂ ପଟେଲ, ବଣାଇଁ ଉପଜିଲ୍ଲାପାଳ ପ୍ରଦୀପ ଡାଙ୍ଗ, ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପରିଚାଳକ ଲଲାଟ କୁମାର ଲୁହା ପ୍ରମୁଖ ଯୋଗ ଦେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.