ମଦ କଲା ଅନ୍ଧ: ତିନି ଛୁଆଙ୍କୁ ମାରି କୂଅରେ ଫିଙ୍ଗି ଦେଲା ସଇତାନ ବାପା

author img

By

Published : May 1, 2022, 11:32 AM IST

Updated : May 1, 2022, 12:31 PM IST

ନରହନ୍ତା ବାପା, ତିନି ଶିଶୁଙ୍କୁ କୂଅରେ ଫିଙ୍ଗି ହତ୍ୟା କଲା ବାପା

ସାମାନ୍ୟ ବଚସାରୁ ଶିଶୁଙ୍କ ପ୍ରତି ନୃଶଂସ ପାଲଟି ଗଲା ବାପା । ରାଗରେ ଜର୍ଜରିତ ହୋଇ ୩ ଶିଶୁଙ୍କୁ କୂଅରେ ଫୋପାଡି ହତ୍ୟା କଲା ବାପା । ଅଧିକ ପଢନ୍ତୁ

ସୁନ୍ଦରଗଡ: ପିତା ସାଜିଲା ପିଶାଚ । ସାମାନ୍ୟ ବଚସାରୁ ଶିଶୁଙ୍କ ପ୍ରତି ନୃଶଂସ ପାଲଟିଗଲା ବାପା । ରାଗରେ ଜର୍ଜରିତ ହୋଇ ୩ ଶିଶୁଙ୍କୁ କୂଅରେ ଫୋପାଡି ହତ୍ୟା କଲା ବାପା । ଏଭଳି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ କୋଇଡା ଥାନା କୋଲାଗାଁ-ମୁଣ୍ଡା ସାହିରେ । ଗତକାଲି ସନ୍ଧ୍ୟାରେ ଏପରି କାଣ୍ଡ ଭିଆଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି ଅଭିଯୁକ୍ତ ବାପା ପଣ୍ଡା ମୁଣ୍ଡା । ମୃତ ଶିଶୁ ହେଉଛନ୍ତି ସୀମା ମୁଣ୍ଡା (5 ବର୍ଷ), ରାଜୁ ମୁଣ୍ଡା( 2 ବର୍ଷ) ଓ ତିନି ମାସର ଶିଶୁ ପୁତ୍ର ।

ନରହନ୍ତା ବାପା: ତିନି ଛୁଆଙ୍କୁ ମାରି କୂଅରେ ଫିଙ୍ଗି ଦେଲା

ସୂଚନାଅନୁଯାୟୀ ଗତକାଲି ମଦ୍ୟ ପାନ କରି ପଣ୍ଡା ମୁଣ୍ଡା ଓ ତା ସ୍ତ୍ରୀ ଧୋବି ମୁଣ୍ଡା ମଧ୍ୟରେ କୌଣସି କଥାକୁ ନେଇ ଗଣ୍ଡଗୋଳ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ପଣ୍ଡା ତା ସ୍ତ୍ରୀକୁ ଏକ ଟାଙ୍ଗିଆରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଧୋବି ସେଠାରୁ ଦୌଡି ପଳାଇବାରୁ ନିକଟରେ ଥିବା ୩ ଶିଶୁଙ୍କୁ କୂଅ ମଧ୍ୟକୁ ଫିଙ୍ଗି ଫେରାର ହୋଇଯାଇଥିଲେ ।

ଏନେଇ ଆଜି ଗ୍ରାମବାସୀ ପୋଲିସକୁ ଖବର ଦେବା ପରେ କୋଇଡା ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଶିଶୁଙ୍କ ମୃତଦେହକୁ କୂଅରୁ ଉଦ୍ଧାର କରିଥିଲେ । ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

Last Updated :May 1, 2022, 12:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.