ସୁନ୍ଦରଗଡରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ନେଇ ଦୁଲିଙ୍ଗା NTPCର ସାମ୍ବାଦିକ ସମ୍ମିଳନୀ

author img

By

Published : May 22, 2022, 5:00 PM IST

ସୁନ୍ଦରଗଡରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ନେଇ ଦୁଲିଙ୍ଗା ଏନଟିପିସର ସାମ୍ବାଦିକ ସମ୍ମିଳନୀ

ସୁନ୍ଦରଗଡରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ନେଇ ଦୁଲିଙ୍ଗା ଏନଟିପିସ କୋଲ ମାଇନ୍ସର ସାମ୍ବାଦିକ ସମ୍ମିଳନୀ । ଲୋକଙ୍କ ସେବା କରିବା ସହ ସ୍ଥାନୀୟ ଅଞ୍ଚଳର ଉନ୍ନତି ତଥା କମ୍ପାନୀର ପ୍ରଗତି ହେଉଛି ପ୍ରାଥମିକତା କହିଲେ ବିଭାଗୀୟ ପ୍ରମୁଖ ଅଧିକାରୀ । ଅଧିକ ପଢନ୍ତୁ

ସୁନ୍ଦରଗଡ: କାର୍ଯ୍ୟରତ ସାମ୍ବାଦିକଙ୍କୁ ନେଇ ଦୁଲିଙ୍ଗା NTPC କୋଲ ମାଇନ୍ସର ସାମ୍ବାଦିକ ସମ୍ମିଳନୀ । ଲୋକଙ୍କ ସେବା କରିବା ସହ ସ୍ଥାନୀୟ ଅଞ୍ଚଳର ଉନ୍ନତି ତଥା କମ୍ପାନୀର ପ୍ରଗତି ହେଉଛି ପ୍ରାଥମିକତା ବୋଲି କହିଲେ ବିଭାଗୀୟ ପ୍ରମୁଖ ଅଧିକାରୀ ଶିଭମ ଶ୍ରୀବାସ୍ତବ ।

ସୁନ୍ଦରଗଡରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ନେଇ ଦୁଲିଙ୍ଗା ଏନଟିପିସର ସାମ୍ବାଦିକ ସମ୍ମିଳନୀ

ସୂଚନା ଅନୁସାରେ, ଗତକାଲି(ଶନିବାର) ସୁନ୍ଦରଗଡ ଜିଲ୍ଲା ହେମଗିର ବ୍ଲକ ଦୁଲିଙ୍ଗା ଏନଟିପିସି କୋଲ ମାଇନ୍ସରେ ସୁନ୍ଦରଗଡରେ କାର୍ଯ୍ୟରତ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିଙ୍କୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । କମ୍ପାନୀର ପ୍ରମୁଖ ଅଧିକାରୀ ଭାବେ ଯୋଗଦେଇଥିବା ଶିଭମ ଶ୍ରୀବାସ୍ତବ ଏ ନେଇ ସାମ୍ବାଦିକଙ୍କୁ ତାଙ୍କ କମ୍ପାନୀ ଦ୍ୱାରା ହାତକୁ ନିଆଯାଇଥିବା ଜନ ହିତକର କାମ ଓ କମ୍ପାନୀର ଉନ୍ନତି ସଂପର୍କରେ ସୂଚନା ଦେଇଥିଲେ । ଏନେଇ ଶ୍ରୀବାସ୍ତବ କହିଥିଲେ ଯେ,"ସ୍ଥାନୀୟ ଅଞ୍ଚଳର ଉନ୍ନତି ତଥା କମ୍ପାନୀର ଅଭିବୃଦ୍ଧି ହେଉଛି କମ୍ପାନୀର ମୂଳ ଲକ୍ଷ୍ୟ ।" ଏ ନେଇ ସେ ମିଡିଆ ଉପଦେଶ ନେବା ସହ ଆଗାମୀ ଭବିଷ୍ୟତରେ ଯେପରି କମ୍ପାନୀର ସମସ୍ତ କ୍ଷେତ୍ରରେ ସ୍ୱଚ୍ଛତା ବଜାୟ ରହିବ ସେ ନେଇ ତାଙ୍କର ଉଦ୍ୟମ ଜାରି ରହିବ ବୋଲି କହିଛନ୍ତି ଏନଟିପିସି କୋଲ ମାଇନ୍ସର ପ୍ରମୁଖ ଅଧିକାରୀ ଶିଭମ ଶ୍ରୀବାସ୍ତବ ।


ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.