ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ପାଇଁ ତେଜୁଛି ବିବାଦ, ବିଧାୟିକା ଆରମ୍ଭ କଲେ ମାନବ ଶୃଙ୍ଖଳ ଚେନ

author img

By

Published : Sep 15, 2021, 2:48 PM IST

ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ପାଇଁ ତେଜୁଛି ବିବାଦ; ବିଧାୟିକା ଆରମ୍ଭ କଲେ ମାନବ ଶୃଙ୍ଖଳ ଚେନ

ସୁନ୍ଦରଗଡରେ ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ଦାବ ଜୋର । ବିଧାୟିକା ଆରମ୍ଭ କଲେ ମାନବ ଶୃଙ୍ଖଳ ଚେନ । ବିଭିନ୍ନ ଉପାୟରେ ବିକ୍ଷୋଭ କରାଯିବ ବୋଲି ଦେଲେ ଚେତାବନୀ । ଅଧିକ ପଢନ୍ତୁ...

ସୁନ୍ଦରଗଡ: ଜିଲ୍ଲାରେ ସତରେ ହେବ ତ ରାଜ୍ୟର ଦ୍ବିତୀୟ ଏମ୍ସ ? କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଟଣାଓଟରା ମଧ୍ୟରେ ବାଟବଣା ହେବନି ତ ଏମ୍ସ ପ୍ରତିଷ୍ଠା । ଏଭଳି ଅନେକ ପ୍ରଶ୍ନ ମଧ୍ୟରେ ସୁନ୍ଦରଗଡରେ ଏମ୍ସ ପ୍ରତିଷ୍ଠାକୁ ନେଇ ତେଜୁଛି ବିବାଦ । ସଦର ବିଧାୟିକା କୁସୁମ ଟେଟେଙ୍କ ଆହ୍ବାନରେ ମାନବ ଶୃଙ୍ଖଳ ଚେନ ଆରମ୍ଭ ହୋଇଛି । ହଜାର ହଜାର ସଂଖ୍ୟାରେ ମହିଳା ଓ ପୁରୁଷ ମାନବ ଶୃଙ୍ଖଳ ଚେନରେ ସାମିଲ ହୋଇ ଏମ୍ସ ପ୍ରତିଷ୍ଠା ପାଇଁ ଦାବି ରଖିଛନ୍ତି । ପ୍ରବଳ ବର୍ଷା ସତ୍ତ୍ବେ ପ୍ରାୟ ସାଢେ ତିନି କଲୋମିଟର ବିକ୍ଷୋଭକାରୀଙ୍କ ସହ ପ୍ଲାକାର୍ଡ ଧରି ପ୍ରତିବାଦ ଜଣାଇଥିଲେ ବିଧାୟିକା ।

ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ପାଇଁ ତେଜୁଛି ବିବାଦ; ବିଧାୟିକା ଆରମ୍ଭ କଲେ ମାନବ ଶୃଙ୍ଖଳ ଚେନ
ସୁନ୍ଦରଗଡରେ ଦ୍ବିତୀୟ ଏମ୍ସ ପ୍ରତିଷ୍ଠା ନେଇ ରାଜ୍ୟ ସରକାର କେନ୍ଦ୍ରକୁ ଚିଠି ଲେଖିବା ପରେ କେନ୍ଦ୍ର ସରକାରଙ୍କ ଏକ ଟିମ୍ ପରିଦର୍ଶନରେ ଆସି ସବୁଜ ସଙ୍କେତ ଦେଇସାରିଛନ୍ତି । ଏପରିକି ରାଜ୍ୟ ସରକାର ଯଦି ଏମ୍ସ ହସ୍ପିଟାଲ ପରିଚାଳନାରେ ଅନିଚ୍ଛା ପ୍ରକାଶ କରନ୍ତି ତେବେ କେନ୍ଦ୍ର ସରକାର ବାଧ୍ୟ ହୋଇ ଏହାର ପରିଚାଳନା ଦାୟିତ୍ବ ନିଜ ହାତକୁ ନେବେ ବୋଲି ସାଂସଦ ଜୁଏଲ ଓରାମ କହିଥିଲେ । କିନ୍ତୁ ଏବେ ଯାଏଁ ଏମ୍ସ ଘୋଷଣା ହୋଇପାରି ନାହିଁ ।

ସେପଟେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁନ୍ଦରଗଡ ଜିଲ୍ଲାବାସୀଙ୍କୁ ସ୍ମାର୍ଟ ହେଲ୍‌ଥ କାର୍ଡ଼ ଭେଟି ଦେବା ସହ ଜିଲ୍ଲାବାସୀଙ୍କୁ ଦେଇଛନ୍ତି ଆଉ ଏକ ଖୁସି ଖବର । ହକିରେ ଦେଶ ପାଇଁ ଗୌରବ ଆଣିଥିବା ସୁନ୍ଦରଗଡ଼ବାସୀଙ୍କ ଦ୍ବିତୀୟ ଏମ୍ସ ଦାବିକୁ ମୁଖ୍ୟମନ୍ତ୍ରୀ ସମର୍ଥନ କରିଛନ୍ତି । ନ୍ୟାୟପୂର୍ଣ୍ଣ ଦାବି ପୂରଣ ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଓଡ଼ିଶା ସରକାର ତାଙ୍କର ଉଦ୍ୟମକୁ ଆହୁରି ଜୋରଦାର କରିବେ ବୋଲି କହିଛନ୍ତି ନବୀନ। ଯାହାକୁ ନେଇ ଆରମ୍ଭ ହୋଇଛି ରାଜନୀତି । ତେବେ ଏମ୍ସ ପ୍ରତିଷ୍ଠା ନେଇ ରାଜ୍ୟ ଓ କେନ୍ଦ୍ର ସରକାର ପରସ୍ପରକୁ ଦୋଷାରୋପ କରୁଥିବାବେଳେ କେବେ ସରକାର ଏମ୍ସ ପ୍ରତିଷ୍ଠା ଦିଗରେ ଆଖିଦୃଶିଆ ପଦକ୍ଷେପ ନେଉଛନ୍ତି ତାହା ସମୟ କହିବ ।


ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.