ସୁନ୍ଦରଗଡରେ ‘ସ୍ୱାଧୀନତାର ଅମୃତ-ମହୋତ୍ସବ’ କାର୍ଯ୍ୟକ୍ରମ ଉଦଘାଟନ

author img

By

Published : Sep 16, 2021, 7:44 AM IST

Updated : Sep 16, 2021, 8:59 AM IST

ସୁନ୍ଦରଗଡରେ  ‘ସ୍ୱାଧୀନତାର ଅମୃତ-ମହୋତ୍ସବ’ କାର୍ଯ୍ୟକ୍ରମ ଉଦଘାଟନ

ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତୀ ଉପଲକ୍ଷେ ସୁନ୍ଦରଗରେ 'ସ୍ଵାଧୀନତାର ଅମୃତ-ମହୋତ୍ସବ' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ...

ସୁନ୍ଦରଗଡ: ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ସୁନ୍ଦରଗରେ 'ସ୍ଵାଧୀନତାର ଅମୃତ-ମହୋତ୍ସବ' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ସାହିତ୍ୟ ଏକାଡେମୀ ଏବଂ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ରାଜ୍ୟ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଉଦଘାଟନ କରିଥିଲେ।ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଝାରସୁଗୁଡ଼ା ଏଲଏନ କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ଡକ୍ଟର ଚିରବ୍ରତ ଦତ୍ତ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ପ୍ରବୋଧ କୁମାର ରାଉତ ଏହି କାର୍ଯ୍ୟକ୍ରମ ସମ୍ପର୍କରେ ସମ୍ୟକ ଆଲୋକପାତ କରିଥିଲାବେଳେ ଡକ୍ଟର ସୁପ୍ରିୟା ପାଲ ଅତିଥି ପରିଚୟ ଦେଇଥିଲେ ।

ସୁନ୍ଦରଗଡରେ ‘ସ୍ୱାଧୀନତାର ଅମୃତ-ମହୋତ୍ସବ’ କାର୍ଯ୍ୟକ୍ରମ ଉଦଘାଟନ

‘‘ସ୍ୱାଧୀନତାର ଅମୃତ ମହୋତ୍ସବ" ପାଳନ ଅବସରରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ପ୍ରତି ଜିଲ୍ଲାରେ ୫ଟି କରି ମୋଟ ୧୫୦ଟି ଦେଶାତ୍ମବୋଧକ ସାମୂହିକ କବିତା ପାଠୋତ୍ସବ ଧାର୍ଯ୍ୟ କରାଯାଇଛି। ପ୍ରଥମ ଦଫାରେ 5 ଟି ଜିଲ୍ଲା ସୁନ୍ଦରଗଡ଼, ବାଲେଶ୍ୱର, କୋରାପୁଟ, ଖୋର୍ଦ୍ଧା, ଜଗତସିଂହପୁରରେ ୨୫ଟି ସ୍ଥାନରେ ଏହି କାର୍ଯ୍ୟକ୍ରମ ଏକାସାଙ୍ଗରେ ଆୟୋଜନ କରାଯାଇଛି । ଏଥିରେ ଓଡ଼ିଆ ସାରସ୍ୱତ ସାହିତ୍ୟର କବିମାନେ ସେମାନଙ୍କର ସ୍ୱରଚିତ କବିତା ପାଠ କରିବେ। ସୁନ୍ଦରଗଡ଼ ଜିଲ୍ଲାରେ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବାରୁ ମନ୍ତ୍ରୀ ନିଜକୁ ଧନ୍ୟ ମନେ କରିବା ସହ ତାଙ୍କର ଭ୍ରମ ଧାରଣା ଦୂର ହୋଇଥିବା କଥା କହିଥିଲେ ।

ଆମ ଭାଷା, ସାହିତ୍ୟ ଏବଂ ସଂସ୍କୃତିକୁ ଆଗକୁ ନେବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଏନେଇ ୨୦୧୭ରେ ପୁରୀ ଠାରେ ଏକ ସ୍ୱତନ୍ତ୍ର ଐତିହ୍ୟ କ୍ୟାବିନେଟ୍ ବସିଥିଲା । ଏହି ବୈଠକରେ ସଂସ୍କୃତିର ବିକାଶ ପାଇଁ ୨୦ ସୂତ୍ରୀ କାର୍ଯ୍ୟକ୍ରମକୁ ରାଜ୍ୟ ମନ୍ତ୍ରୀ ପରିଷଦ ଅନୁମୋଦନ କରିଥିଲେ। ଏହାକୁ ଆଧାର କରି ପ୍ରତି ଘରେ ଘରେ ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତିକୁ ପହଞ୍ଚାଇବା ଲାଗି ଉଦ୍ୟମ କରାଯାଉଛି, ଆଉ ଏହା ହେଉଛି ତାର ପ୍ରତିଫଳନ । ସୁନ୍ଦରଗଡ , ବାଲେଶ୍ୱର, କୋରାପୁଟ, ଖୋର୍ଦ୍ଧା, ଜଗତସିଂହପୁର ଜିଲ୍ଲାରେ ଏହି କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ସୁନ୍ଦରଗଡରେ ମାନ୍ୟବର ମନ୍ତ୍ରୀ ଏହାର ଶୁଭ ଉଦଘାଟନ କରିଥିଲେ । ଏହା ସହ ଆଗାମୀ ଦିନରେ ଅନ୍ୟ ସମସ୍ତ ଜିଲ୍ଲାରେ ସମୟ ଅନୁସାରେ ଏହି ଉତ୍ସବ ପାଳନ ହେବ ବୋଲି ସେ କହିଛିନ୍ତି । ତେବେ ଏହି ଅବସରରେ ସୁନ୍ଦରଗଡରେ 20 ଜଣ କବି ଓ କବୟିତ୍ରୀ ତାଙ୍କ ସ୍ୱରଚିତ ଦେଶାତ୍ମବୋଧକ କବିତା ପାଠ କରିବାର ସୁଯୋଗ ପାଇଥିଲେ । ଏହାଦ୍ୱାରା ଓଡିଶାର ଭାଷା ସାହିତ୍ୟ ଓ ପରମ୍ପରା ଅଧିକ ରୁଦ୍ଧିମନ୍ତ ହେବା ସହ ସୁଦୂର ପ୍ରସାରୀ ହେବ ବୋଲି ମାନ୍ୟବର ମନ୍ତ୍ରୀ କହିଥିଲେ ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

Last Updated :Sep 16, 2021, 8:59 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.