ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ନାମରେ ମାମଲା ରୁଜ୍ଜୁ

author img

By

Published : Sep 12, 2021, 7:26 AM IST

ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ନାମରେ ମାମଲା ରୁଜ୍ଜୁ

ସୁନ୍ଦରଗଡ ଜିଲ୍ଲା ସଦର ଥାନା ଅନ୍ତର୍ଗତ ସର୍ଗିପାଲି ରୂପାବାହଲ ଅଞ୍ଚଳରେ ଜଣେ ନାବାଳିକାକୁ ଅପହରଣ କରିବା ସହ ଦୁଷ୍କର୍ମ ଉଦ୍ୟମ କରାଯାଇଛି । ଅଧିକ ପଢନ୍ତୁ...

ସୁନ୍ଦରଗଡ: ଜଣେ ନାବାଳିକାକୁ ଅପହରଣ କରିବା ସହ ଦୁଷ୍କର୍ମ ଉଦ୍ୟମ କରାଯାଇଛି । ଏଥିନେଇ ସଦର ଥାନାରେ ଏକ ମାମଲା ରୁଜ୍ଜୁ ହୋଇଛି । ସୁନ୍ଦରଗଡ ଜିଲ୍ଲା ସଦର ଥାନା ଅନ୍ତର୍ଗତ ସର୍ଗିପାଲି ରୂପାବାହଲ ଅଞ୍ଚଳରେ ଘଟିଛି ଏହି ଘଟଣା । ଜଣେ ପ୍ରାପ୍ତ ବୟସ୍କ ବ୍ୟକ୍ତି ଘଟାଇଛି ଏଭଳି ଘଟଣା ।

ଗତକାଲି(ଶୁକ୍ରବାର) ଅପରାହ୍ନରେ ଉକ୍ତ ନାବାଳିକାକୁ ରାସ୍ତାରୁ ଜୋରକରି ଉଠାଇନେବା ସହ ଅଭିଯୁକ୍ତ ଏକ ବନ୍ଦ କୋଠରୀରେ ନାବାଳିକାକୁ କିଛି ସମୟ ବନ୍ଦ କରି ରଖିବା ପରେ ରାତି ପ୍ରାୟ 8 ଟା ପାଖିପାଖି ତା’ ସହ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା । ତେବେ ନାବିଳାକାର ଚିତ୍କାର ଶୁଣି କିଛି ଲୋକ ଏକତ୍ରିତ ହୋଇ ଉକ୍ତ କୋଠରୀ ନିକଟରେ ପହଞ୍ଚିଥିଲେ । ଲୋକଙ୍କୁ ଦେଖିବା ମାତ୍ରେ ଅଭିଯୁକ୍ତ ନିମିଶକ ମଧ୍ୟରେ ଫେରାର ହୋଇଯାଇଥିଲା ।

ଲୋକେ ସଂପୃକ୍ତ ନାବାଳିକାକୁ ଉଦ୍ଧାର କରିବା ସହ ତାଙ୍କ ଘରେ ନେଇ ଛାଡିଥିଲେ । ତେବେ ଆଜି ନାବାଳିକା ପରିବାର ଲୋକଙ୍କ ସହ ଆସି ସଦର ଥାନାରେ ଳିଖିତ ଅଭିଯୋଗ କରିଛି । ସଦର ପୋଲିସ ସଦର ଥାନା କେଶ ନମ୍ବର – 260ରେ ଏକ ମାମଲା ରୁଜ୍ଜୁ କରି ଦଫା- 294/506/363/12 POCSO Act ରେ ତଦନ୍ତ ଆରମ୍ଭ କରିଥିବା କଥା ଜଣାପଡିଛି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.