ମହିଳା ସବଇନ୍ସପେକ୍ଟରଙ୍କୁ 3 ବର୍ଷ ଜେଲ, 2007 ରେ ନେଇଥିଲେ 5 ହଜାର ଲାଞ୍ଚ

author img

By

Published : Sep 19, 2021, 7:39 AM IST

Updated : Sep 19, 2021, 8:53 AM IST

ମହିଳା କନେଷ୍ଟବଳଙ୍କୁ 3 ବର୍ଷ ଜେଲ, 2007 ରେ ନେଇଥିଲେ ଦଶ ହଜାର ଟଙ୍କା ଲାଞ୍ଚ

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ମହିଳା ସବଇନ୍ସପେକ୍ଟର ବୁଧିନୀ ମିଂଜଙ୍କୁ 3 ବର୍ଷ କାରାଦଣ୍ଡ। 2007 ମସିହାର ଏକ ଲାଞ୍ଚ ନେବା ଘଟଣାର ଥିଲେ ଅଭିଯୁକ୍ତ । ଅଧିକ ପଢନ୍ତୁ...

ସୁନ୍ଦରଗଡ: ଭିଜିଲାନ୍ସ ମାମଲାରେ ଛନ୍ଦି ହୋଇଥିବା କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ମହିଳା ସବ ଇନ୍ସପେକ୍ଟର ବୁଧିନୀ ମିଂଜଙ୍କୁ 10 ହଜାର ଟଙ୍କା ଜୋରିମାନା ତିନିବର୍ଷ ସଶ୍ରମ କାରଦାଣ୍ଡ । ସମ୍ପୃକ୍ତ ମହିଳା ସବ ଇନ୍ସପେକ୍ଟର ବୁଧିନୀ ମିଂଜ ଏବେ ସୁନ୍ଦରଗଡ ଜିଲ୍ଲା ମୁଖ୍ୟ କାରାଗାରରେ ଅନ୍ତେବାସୀ । 3 ବର୍ଷ ସଶ୍ରମ କାରାଦଣ୍ଡ ସହ 10000 ଟଙ୍କା ଜୋରିମାନା ଆଦାୟ ପାଇଁ ରାୟ ଶୁଣାଇଛନ୍ତି କୋର୍ଟ। ତେବେ ଜୋରିମାନା ଅନାଦେୟ ହେଲେ ଅଧିକ 6 ମାସ ବନ୍ଦୀ ଜୀବନ କାଟିବେ । ଆଜି ସୁନ୍ଦରଗଡ ସ୍ବତନ୍ତ୍ର ଭିଜିଲାନସ ଜଜ ଅଶ୍ବିନୀ କୁମାର ନାଏକ ଏହି ରାୟ ଦେଇଛନ୍ତି ।

ଆନନ୍ଦପୁର ଥାନା ମହିଳା କନେଷ୍ଟବଳଙ୍କୁ 3 ବର୍ଷ କାରାଦଣ୍ଡ, 2007 ରେ ଲାଞ୍ଚ ମାମଲାର ଥିଲେ ବିଚାରଧୀନ

ସୂଚନା ଅନୁସାରେ,2007 ମସିହା ଜାନୁଆରୀ 8 ତାରିଖରେ ଅଭିଯୁକ୍ତ ମହିଳା ସବ ଇନ୍ସପେକ୍ଟର ରାଉରକେଲା ମହିଳା ଥାନାରେ ସବ ଇନ୍ସପେକ୍ଟର ଭାବେ କାର୍ଯ୍ୟରତ ଥିବା ବେଳେ ସନ୍ତୋଷ କୁମାର ସା ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ବେଲ ଲେଟର ରିଲଜ କରିବା ପାଇଁ 5000 ଟଙ୍କା ଲାଞ୍ଚ ମାଗିବା ସହ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଥିଲେ ।

ସମ୍ବଲପୁର ଭିଜିଲାନ୍ସ କେଶ ନମ୍ବର – 01 ରେ ଦଫା – 13(2) r/w 13(1)(d)/7 Prevention of Corruption Act ରେ ମାମଲା ରୁଜ୍ଜୁ ହୋଇଥିଲା । ସେବେ ଠାରୁ ଏହି ମୋକଦ୍ଦମା ଚାଲୁ ରହିଥିଲା । ବର୍ତ୍ତମାନ ସମ୍ପୃକ୍ତ ଅଭିଯୁକ୍ତ ମହିଳା ସବ ଇନ୍ସପେକ୍ଟର କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନାରେ ଅବସ୍ଥାପିତ ଅଛନ୍ତି । ତେବେ ଆଜି ସେହି ମାମଲାର ଅନ୍ତିମ ଶୁଣାଣି କରି ମାନ୍ୟବର ଜର୍ଜ ସଂପୃକ୍ତ ମହିଳା ସବଇନ୍ସପେକ୍ଟରଙ୍କୁ କାରାଦଣ୍ଡାଦେଶ ଦେଇଛନ୍ତି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

Last Updated :Sep 19, 2021, 8:53 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.