ଏମିତି ବି ଆସେ ମୃତ୍ୟୁ ! ପରୀକ୍ଷା ଦେଉଥିବାବେଳେ ଟଳି ପଡିଲେ ଛାତ୍ର

author img

By

Published : May 25, 2022, 10:13 AM IST

Exam Pressure: ପରୀକ୍ଷା ଦେଉଥିବା ବେଳେ ଛାତ୍ରଙ୍କ ମୃତ୍ୟୁ

ବଣାଇଁଗଡ ମହାବିଦ୍ୟାଳୟରେ ପରୀକ୍ଷା ଦେଉଥିବା ବେଳେ ଛାତ୍ରଙ୍କ ମୃତ୍ୟୁ । ପୋଲିସର ତଦନ୍ତ ଜାରି । ଅଧିକ ପଢ଼ନ୍ତୁ

ସୁନ୍ଦରଗଡ଼: ପରୀକ୍ଷା ଦେବା ବେଳେ ହଲ୍‌ରେ ଟଳି ପଡ଼ିଲେ ଯୁକ୍ତ ଦୁଇ ଛାତ୍ର । ସଙ୍ଗେସଙ୍ଗେ ତାଙ୍କୁ ଡାକ୍ତରଖାନା ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସୁନ୍ଦରଗଡ଼ ଜିଲ୍ଲା ବଣାଇଁଗଡ ମହାବିଦ୍ୟାଳୟରେ ଆଜି ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ।

Exam Pressure: ପରୀକ୍ଷା ଦେଉଥିବା ବେଳେ ଛାତ୍ରଙ୍କ ମୃତ୍ୟୁ

ବଣାଇଁଗଡ ମହାବିଦ୍ୟାଳୟରେ ମଙ୍ଗଳବାର +2 ବିଜ୍ଞାନର ଓଡ଼ିଆ ବିଷୟରେ ପରୀକ୍ଷା ଦେଉଥିଲେ ଲହୁଣୀପଡା ଥାନାର ଜୁନିଆଣି ଗ୍ରାମର ମହମ୍ମଦ ଅର୍‌ବାଜ୍‌ । ତେବେ ପରୀକ୍ଷା ଶେଷ ହେବାକୁ ଆଉ ୧୫ ମିନିଟ୍‌ ବାକିଥିବା ବେଳେ ସେ ହଠାତ୍‌ କ୍ଲାସ୍‌ରୁମ୍‌ ଭିତରେ ଟଳି ପଡ଼ିଥିଲେ । ତାଙ୍କୁ ତତ୍‌କ୍ଷଣାତ୍‌ ବଣାଇଁ ଚିକିତ୍ସାଳୟ ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ହୃଦଘାତ ଯୋଗୁଁ ଛାତ୍ରଙ୍କ ଜୀବନ ଯାଇଥିବା ସନ୍ଦେହ କରାଯାଉଛି । ତେବେ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁ ପ୍ରକୃତ କାରଣ ପଦାକୁ ଆସିବ ବୋଲି କହିଛି ପୋଲିସ ।

ସୁନ୍ଦରଗଡ଼ରୁ ହରିହର ଦାସମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.