ସୁବର୍ଣ୍ଣପୁରରେ ବଢ଼ୁଛି କଫ୍‌ ସିରପ ବିକ୍ରି ! ପଥଭ୍ରଷ୍ଟ ହେଉଛନ୍ତି ଯୁବଗୋଷ୍ଠୀ

author img

By

Published : Nov 19, 2022, 6:22 PM IST

କଫସିରପ କରୁଛି ଯୁବପୀଢ଼ିଙ୍କୁ ପଥଭ୍ରଷ୍ଟ !

ସୁବର୍ଣ୍ଣପୁର ସହରରେ ବଢୁଛି କଫସିରପ କାରବାର(Cough syrup selling increases in Subarnapur)। ଏଥିପାଇଁ ଯୁବପୀଢ଼ି ପଥଭ୍ରଷ୍ଟ ହେଉଥିବା ଅଭିଯୋଗ ହେଉଛି । ଅଧିକ ପଢ଼ନ୍ତୁ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ସହରରେ ବଢୁଛି କଫସିରପ କାରବାର(Cough syrup selling increases in Subarnapur)। ଏଥିପାଇଁ ଯୁବପୀଢ଼ି ପଥଭ୍ରଷ୍ଟ ହେଉଥିବା ଅଭିଯୋଗ ହେଉଛି । ଏପରିକି ନିଶାଖୋର ହୋଇ ଏମାନେ ବିଭିନ୍ନ ଅସାମାଜିକ କାର୍ଯ୍ୟରେ ମଧ୍ୟ ଲିପ୍ତ ରହୁଥିବା ନଜୀର ରହିଛି । ତେବେ ଏହି ବେଆଇନ କଫ୍‌ସିରପ କାରବାରରେ ଅଙ୍କୁଶ ଲଗାଯାଇ ପାରୁନଥିବାରୁ ଯୁବକମାନେ ବିଭିନ୍ନ ଯାଗାରୁ ଓ ନିଶା ବେପାରୀମାନଙ୍କ ପାଖରୁ ଅତି ଉଚ୍ଚ ଦାମରେ କଫ୍‌ ସିରପ କିଣି ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି ।

କଫସିରପ କରୁଛି ଯୁବପୀଢ଼ିଙ୍କୁ ପଥଭ୍ରଷ୍ଟ !

ସନ୍ଧ୍ୟା ସମୟରେ ସହରର ବିଭିନ୍ନ ନିଛାଟିଆ ସ୍ଥାନାମାନଙ୍କରେ କଫ୍‌ସିରପ କିଣାବିକା ହେଉଛି(Cough syrup tension in Subarnapur ) । ତେବେ ଏ ନେଇ ସଦର ଟାଉନ ଥାନା ପକ୍ଷରୁ ବିଭିନ୍ନ ସମୟରେ କଫz ସିରପ କାରବାର କରୁଥିବା ବେପାରୀଙ୍କ ଉପରେ ଚଢଉ କରାଯାଉଛି। ତଥାପି କଫ୍‌ ସରିପ ବ୍ୟବସାୟ ସହରରେ କମୁନାହିଁ ।

ତେଣୁ ଏନେଇ ଏକ ସ୍ବତନ୍ତ୍ର ଟାକ୍ସ ଫୋର୍ସ ଗଠନ କରି ବାରମ୍ବାର ଚଢଉ କରି ଏହି ଅସାମାଜିକ ଓ ବେଆଇନ କାର୍ଯ୍ୟରେ ଲିପ୍ତଥିବା ବେପାରୀମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି । ଏହି ବେଆଇନ କାରବାର ରୋକିବା ଦିଗରେ ସଦର ପୋଲିସକୁ କିଛି ପରିମାଣରେ ସଫଳତା ମିଳିଥିବା ବେଳେ ଜିଲ୍ଲା ଅବକାରୀ ବିଭାଗ କିନ୍ତୁ ବୈଠକ ଉପରେ ବୈଠକ କରି ନୀରବରେ ବସିଥିବା ଅଭିଯୋଗ ହେଉଛି ।

ଏ ସମ୍ପର୍କରେ ସ୍ଥାନୀୟ ବାସିନ୍ଦା ବଳଦେବ ବେଦବାଗ କହିଛନ୍ତି "ବର୍ତ୍ତମାନ ଯୁବଗୋଷ୍ଠୀଙ୍କୁ କଫ୍‌ ସିରଫ ପଥଭ୍ରଷ୍ଟ କରାଇଲାଣି । ବିଶେଷ କରି ସୋନପୁର ସହରରେ କଫ୍‌ ସିରପଗୁଡ଼ିକ ଅବାଧରେ ଖୋଲା ବଜାରରେ ବିକ୍ରି ହେଉଛି(Subarnapur)। ଅନ୍ୟପକ୍ଷରେ ବାରମ୍ବାର ଆମେ ଦାବି କରୁଛୁ ଯେ ଏହି କଫ୍‌ ସିରପ କେଉଁ ସ୍ଥାନରୁ ଆସୁଛି ତା ଉପରେ ପୋଲିସ ନଜର ରଖି ଚଢ଼ଉ କରୁ । ହେଲେ ଏଥିପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନି । ଯଦି ଚଢ଼ଉ କରାଯାଆନ୍ତା ତାହାଲେ ଆଗାମୀ ଦିନରେ ଏପରି ଖୋଲାଖୋଲି ଭାବେ କଫ୍‌ ସିରଫ ବିକ୍ରି ହୁଅନ୍ତା ନାହିଁ ।"

ସେହିପରି ଜିଲ୍ଲା ଅବକାରୀ ଅଧୀକ୍ଷକ ସୁମତି ତ୍ରିପାଠୀ କହିଛନ୍ତି "ଏନେଇ ପୂର୍ବରୁ ଅନେକବାର ବୈଠକ ହୋଇଛି । ଏଥିନେଇ କାର୍ଯ୍ୟାନୁଷ୍ଠାନ ବି ନିଆଯାଇଛି । ଏବେ ବି ଆମ ବିଭାଗ ସଜାଗ ଅଛି । ଯଦି କୌଣସି ଔଷଧ ଦୋକାନୀ ବିନା ପ୍ରେସ୍‌କ୍ରିପ୍‌ସନ୍‌ରେ କାହାକୁ କଫ୍‌ସିରପ ଦେଉଛି ବୋଲି ଆମେ ଜାଣିବୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବୁ ।'' ତେବେ ଦିନକୁ ଦିନ ଏହି କଫ୍‌ ସିରପ କାରବାର ବଢ଼ି ଚାଲିଥିବା ବେଳେ ସମାଜ ଉପରେ ଏହାର କୁପ୍ରଭାବ ପଡୁଛି । ତେଣୁ ଏଥିପ୍ରତି ରୋକ୍‌ ଲଗାଇବାକୁ ସାଧାରଣରେ ଦାବି ହେଉଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.