ଅବସରପ୍ରାପ୍ତ କର୍ମଚାରୀଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇନେବା ଅଭିଯୋଗରେ ଯୁବକ ଗିରଫ

author img

By

Published : Sep 21, 2021, 6:19 PM IST

ଅବସରପ୍ରାପ୍ତ କର୍ମଚାରୀଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇନେବା ଅଭିଯୋଗରେ ଯୁବକ ଗିରଫ

ଅବସରପ୍ରାପ୍ତ କର୍ମଚାରୀଙ୍କର ପର୍ସ ପାଇବା ପରେ ମାନବିକତା ଦେଖାଇ ଫେରାଇ ଦେବା ବଦଳରେ ଲୁଟ କଲେ ଯୁବକ । ଏହି ଘଟଣାରେ ଅଭିଯୁକ୍ତକୁ ଗିରଫ କରିଛି ସଦର ଥାନା ପୋଲିସ । ଅଧିକ ପଢନ୍ତୁ...

ସୁବର୍ଣ୍ଣପୁର: ଜିଲ୍ଲାରେ ହଜି ଯାଇଛି ମାନବିକତା । ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କର ପର୍ସ ପାଇବା ପରେ ମାନବିକତା ଦେଖାଇ ଫେରାଇ ଦେବା ବଦଳରେ ଜନସେବା କେନ୍ଦ୍ରରୁ ଟଙ୍କା ଉଠାଇ ଲୁଟ କରିଛନ୍ତି ଯୁବକ । ଏଭଳି ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲାରେ । ସୂଚନାନୁସାରେ ସହରର ରାମକୃଷ୍ଣ ନଗରର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ପ୍ରକାଶ ଚନ୍ଦ୍ର ବହିଦାର ନିଜ ପର୍ସଟିକୁ ବ୍ଳକ ଛକ ନିକଟରେ ଅଜାଣତରେ ପକାଇ ଦେଇ ଚାଲି ଯାଇଥିଲେ । ସେ ଦୁର୍ଭାଗ୍ୟବଶତଃ ପର୍ସ ଭିତରେ ATM କାର୍ଡ ସହ ପାସୱ୍ବାର୍ଡକୁ ଏକ କାଗଜରେ ଲେଖି ରଖିଥିଲେ ।

ଅବସରପ୍ରାପ୍ତ କର୍ମଚାରୀଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇନେବା ଅଭିଯୋଗରେ ଯୁବକ ଗିରଫ

ତେବେ ସେ ପରେ ଆକାଉଣ୍ଟରୁ 78 ହଜାର 500 ଟଙ୍କା କଟିବା ପରେ ଜାଣିବାକୁ ପାଇଥିଲେ କି ପର୍ସ ପାଇଥିବା ବ୍ୟକ୍ତି ଜଣକ ତାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇ ନେଇଛନ୍ତି । ଏହି ଘଟଣାରେ ସେ ସୋନପୁର ସଦର ଥାନାରେ ଟଙ୍କା ଲୁଟ୍ ହୋଇଥିବା ନେଇ ଅଭିଯୋଗ କରିଥିଲେ । ଏନେଇ ସଦର ଟାଉନ ଥାନା ପୋଲିସ ଅଭିଯୋଗ ପାଇ ତଦନ୍ତ କରିବା ସମୟରେ ଜାଣିବାକୁ ପାଇଛି କି ବିନିକା ଥାନା ଅନ୍ତର୍ଗତ ଶଙ୍କରା ଗାଁର ବିରେନ୍ଦ୍ର ବାଗ ପ୍ରଥମେ ଖମ୍ବେଶ୍ବରୀ ପାଲି ଜନସେବା କେନ୍ଦ୍ରରୁ 28 ହଜାର 500 ଟଙ୍କା ଓ ଚରଦା ଜନସେବା କେନ୍ଦ୍ରରୁ 50 ହଜାର ଉଠାଇ ନେଇଛି ।

ପରେ ଏହି ଘଟଣାକୁ ନେଇ ଅଭିୟୁକ୍ତ ବିରେନ୍ଦ୍ର ବାଗକୁ ପୋଲିସ ଗିରଫ କରି ଥାନାରେ ପଚାରାଉଚୁରା ଜାରି ରଖିଥିବା ବେଳେ ଆଜି (ମଙ୍ଗଳବାର) କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ସୂଚନା ଦେଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.