ସୋନପୁର ସୁତାକଳରେ ଶ୍ରମିକ ଶୋଷଣ ଅଭିଯୋଗ

author img

By

Published : Nov 21, 2022, 6:41 PM IST

ସୋନପୁର ସୁତାକଳରେ ଶ୍ରମିକ ଶୋଷଣ ଅଭିଯୋଗ

ସୋନପୁର ସୁତାକଳରେ ଶ୍ରମିକ ଶୋଷଣ ଅଭିଯୋଗ । ବାଲାଜୀ ଗଣପତି ସ୍ପିନିଂ ମିଲରେ ଶ୍ରମିକ ଶୋଷଣ । ଅଧିକ ପଢ଼ନ୍ତୁ

ସୁବର୍ଣ୍ଣପୁର : ସୋନପୁର ସୁତାକଳରେ ଶ୍ରମିକ ଶୋଷଣ ଅଭିଯୋଗ । ବାଲାଜୀ ଗଣପତି ସ୍ପିନିଂ ମିଲରେ ଶ୍ରମିକ ଶୋଷଣ । ସୁବର୍ଣ୍ଣପୁର ସହରର ଏକମାତ୍ର ଶିଳ୍ପାନୁ୍ଷ୍ଠାନ ବାଲାଜୀ ଗଣପତି ସ୍ପିନିଂ ମିଲ । ଏଠାରେ ଶତାଧିକ ଶ୍ରମିକ କାମ କରନ୍ତି । ହେଲେ ଏହି ମିଲରେ ଶ୍ରମିକ ଶୋଷଣ ହେଉଥିବା ଅଭିଯୋଗ ଆସିଛି ।

ସୋନପୁର ସୁତାକଳରେ ଶ୍ରମିକ ଶୋଷଣ ଅଭିଯୋଗ

ଆଜକୁ 2ବର୍ଷରୁ ଅଧିକ ହେଲା ଶ୍ରମିକ ଓ କର୍ମଚାରୀଙ୍କ ଇପିଏଫ ଟଙ୍କା ଓ ବକେୟା ଦରମା ସୂତାକଳ କର୍ତ୍ତୃପକ୍ଷ ଦେଉନାହାଁନ୍ତି । ବାରମ୍ବାର ଆନ୍ଦୋଳନ କରିବା ପରେ ମିଳିଥିଲା ସାମାନ୍ୟ ଆଶ୍ବସ୍ତି । ସୂତାକଳ ମ୍ୟାନେଜର ଜିଲ୍ଲା ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ଭିତରେ ଅର୍ଥାତ ମାସକ ଭିତରେ ବକେୟା ଦରମା ପ୍ରଦାନ କରିବା ସହିତ ଇପିଏଫ ଟଙ୍କା ଶ୍ରମିକ ଓ କର୍ମଚାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯିବ ବୋଲି ଲିଖିତ ପ୍ରତିଶୃତି ଦେଇଥିଲେ ।

ହେଲେ ଇତିମଧ୍ୟରେ ତିନି ମାସରୁ ଅଧିକ ସମୟ ବିତି ଗଲାଣି । କିନ୍ତୁ ଶ୍ରମିକ ଓ କର୍ମଚାରୀମାନେ ତାଙ୍କ ମଜୁରୀ ଓ ଇପିଏଫ ରାଶି ପାଇନଥିବା ଅଭିଯୋଗ କରିଛନ୍ତି । ଏବେ ମାତ୍ର 23 ଗୋଟି ରିଂ ଫ୍ରେମ ଚାଲୁଥିବା ବେଳେ ମାତ୍ର ଦେଢ ଶହ ଶ୍ରମିକ କାର୍ଯ୍ୟ କରୁଛନ୍ତି । ଦିନ ଥିଲା ହଜାରେରୁ ଅଧିକ ଶ୍ରମିକ ଓ ଶତାଧିକ କର୍ମଚାରୀ ଏହି ସୂତାକଳରେ କାର୍ଯ୍ୟ କରୁଥିଲେ । ହଜାରେ ଦିନରେ ହଜାରେ ଶିଳ୍ପ ନାଁରେ କଂଗ୍ରେସ ଅମଳରେ ପ୍ରତିଷ୍ଠା କରାଯାଇଥିବା ଏହି ସୂତାକଳ ପାଇଁ ଶ୍ରମଜିବୀମାନଙ୍କ ଆର୍ଥିକ ଅବସ୍ଥା ବେଶ ସ୍ବଚ୍ଛଳ ଥିଲା । ହଜାର ହଜାର ଶ୍ରମିକଙ୍କ ଯାଆସରେ ବେଶ ଚଳଚଞ୍ଚଳ ଥିଲା ସୂତାକଳ ପରିବେଶ ।

ପ୍ରତିଦିନ ତିନୋଟି ସିଫ୍ଟରେ ହଜାର ହଜାର ଶ୍ରମିକ କାର୍ଯ୍ୟ କରି ନିଜ ଗୁଜୁରାଣ ମେଣ୍ଟାଉ ଥିଲେ । ହେଲେ 2007 ମସିହାରେ ଘରୋଇକରଣ ହେବା ପରେ ସୂତାକଳ କେବେ ଚାଲୁଛି ତ କେବେ ପୁଣି ବନ୍ଦ ରହୁଛି । ମେସିନ ଖରାପ ଓ ବିଦ୍ୟୁତ ବିଭ୍ରାଟ ଆଦି ବିଭିନ୍ନ ଆଳ ଦେଖାଇ ମାସ ମାସ ସୂତାକଳ ବନ୍ଦ ରହୁଛି ।

ସେହିପରି ସୂତାକଳରେ ଥିବା ପୁରୁଣା ମେସିନ ସବୁ ସୂତାକଳ ମାଲିକ କଲିକତା ନେଇଯିବା ପରେ ଏବେ ସୂତାକଳର କୋଠା ବ୍ୟତୀତ ଅନ୍ୟ କିଛି ନାହିଁ କହିଲେ ଚଳେ । ଦେଢ ଶହ ଶ୍ରମିକ ଓ କିଛି କର୍ମଚାରୀଙ୍କୁ ନେଇ ଚାଲିଥିବା ଏହି ସୂତାକଳ ଏବେ ଏକ ଅଭିଶପ୍ତ ଶିଳ୍ପ ପ୍ରତିଷ୍ଠାନରେ ପରିଣତ ହୋଇଛି । ତେବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡିଥିବା ଏହି ସୂତାକଳକୁ ପୁଣି ରାଜ୍ୟ ସରକାର ନିଜ ହାତକୁ ନେଇ ଶ୍ରମିକ ଓ କର୍ମଚାରୀଙ୍କ ଆଶା ଆକାଂକ୍ଷା ପୂରଣ କରିବା ପାଇଁ ଶ୍ରମିକ ସଂଘର ଉପଦେଷ୍ଟା ବଳଦେବ ବେଦବାଗ ଅନୁରୋଧ କରିଛନ୍ତି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.