Assembly News: ବିଶ୍ଵବିଦ୍ୟାଳୟରେ ଦିଆଯାଉଥିବା IAS କୋଚିଂ ବିଫଳ

author img

By

Published : Nov 30, 2022, 4:25 PM IST

Etv Bharat

ବିଶ୍ବବିଦ୍ୟାଳୟରେ ଆଇଏଏସ କୋଚିଂ ସେଣ୍ଟର ଯୋଜନା ରାଜ୍ୟରେ ବିଫଳ ହୋଇଛି । ଏହି ଯୋଜନାରେ ଆଶାନୁରୂପ ଫଳ ନମିଳିବାରୁ 2017-18 ଶିକ୍ଷାବର୍ଷରୁ ଏହାକୁ ବନ୍ଦ କରାଯାଇଛି । ଅଧିକ ପଢନ୍ତୁ

ଭୁବନେଶ୍ବର: ବିଶ୍ବବିଦ୍ୟାଳୟରେ ଆଇଏଏସ କୋଚିଂ ସେଣ୍ଟର ଯୋଜନା ରାଜ୍ୟରେ ବିଫଳ ହୋଇଛି । ଏହି ଯୋଜନାରେ ଆଶାନୁରୂପ ଫଳ ନମିଳିବାରୁ 2017-18 ଶିକ୍ଷାବର୍ଷରୁ ଏହାକୁ ବନ୍ଦ କରାଯାଇଛି । ଏନେଇ ବିଧାନସଭା (Winter session of Odisha Assembly) ରେ ଉତ୍ତର ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ।

ଏହାବି ପଢନ୍ତୁ- କ୍ୟାବିନେଟ ନିଷ୍ପତ୍ତି, ୧୨ ବିଭାଗର ୧୭ ପ୍ରସ୍ତାବକୁ ଅନୁମୋଦନ

ବିଜେପି ବିଧାୟକ ମୋହନ ମାଝୀଙ୍କ ଏକ ଲିଖିତ ପ୍ରଶ୍ନରେ ଉତ୍ତର ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ । ମନ୍ତ୍ରୀ କହିଛନ୍ତି ଯେ, 2016-17 ଏବଂ 2017-18 ବର୍ଷରେ ଆଇଏଏସ କୋଚିଂ ପ୍ରଦାନ କରିବା ଲାଗି ବିଭିନ୍ନ ବିଶ୍ୱବିଦ୍ୟାଳୟରେ ବ୍ୟବସ୍ଥା କରାଯାଇଥିଲା । ସେଠାରେ ବିଶ୍ବବିଦ୍ୟାଳୟର ନିୟମିତ ଅଧ୍ୟାପକ ବ୍ୟତୀତ ଅତିଥି ଅଧ୍ୟାପକ ଦ୍ବାରା ବିଶ୍ବବିଦ୍ୟାଳୟର ଇଚ୍ଛୁକ ଛାତ୍ରଛାତ୍ରୀଙ୍କୁ କୋଚିଂ ପ୍ରଦାନ କରାଯାଉଥିଲା । କିନ୍ତୁ ଏହି ଯୋଜନାରେ ଆଶାନୁରୂପ ଫଳ ମିଳିନଥିଲା । ତେଣୁ ଏହାକୁ 2017-18 ଶିକ୍ଷାବର୍ଷରୁ ଏହାକୁ ବନ୍ଦ କରାଯାଇଛି ।

ଏହାବି ପଢନ୍ତୁ- ଆବାସ ଯୋଜନା ଫେଲ ! ପକ୍କା ଘର ନମିଳିବାରୁ ଭଙ୍ଗା ଘରେ ବିତୁଛି ଜୀବନ

ରାଜ୍ୟସ୍ତରରେ 2019-20ରେ Dhyeya Educational Service Pvt. Ltd. ମାଧ୍ୟମରେ ୯୯ ଜଣ ଛାତ୍ରଛାତ୍ରୀଙ୍କୁ ଆଇଏଏସ କୋଚିଂ ପ୍ରଦାନ କରାଯାଇଥିଲା । ଏଥିରେ ମଧ୍ୟ ଆଶାନୁରୂପ ନମିଳିବାରୁ ଏହାକୁ ବନ୍ଦ କରାଯାଇଛି । ଆଇଏଏସ କୋଚିଂ ନିମନ୍ତେ ଖୁବଶୀଘ୍ର ଏକ ନୂଆ ଯୋଜନା ସରକାରଙ୍କ ବିଚାରାଧିନ ଅଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.