ବାରହା ଆକ୍ରମଣରେ ଫରେଷ୍ଟ ଗାର୍ଡ ଗୁରୁତର

author img

By

Published : Oct 30, 2022, 10:43 AM IST

Etv Bharat

ବାରହା ଆକ୍ରମଣରେ ଫରେଷ୍ଟର ଗୁରୁତର । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେଞ୍ଜ ଅଧୀନରେରେ ଘଟିଛି ଏହି ଅଘଟଣ । ଅଧିକ ପଢ଼ନ୍ତୁ

ସୁବର୍ଣ୍ଣପୁର: ବାରହା ଆକ୍ରମଣରେ ଫରେଷ୍ଟର ଗୁରୁତର। ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେଞ୍ଜ ଅଧୀନରେରେ ଘଟିଛି ଏହି ଅଘଟଣ । ସୂଚନାନୁସାରେ ଜାଲୋଇ ପଞ୍ଚାୟତ ଅନ୍ତର୍ଗତ ରଢିଆପାଲି ଗାଁ ପାଖରେ ଥିବା ହରିହର ଯୋର ମଧ୍ୟମ ଜଳସେଚନ ପ୍ରକଳ୍ପର କେନାଲରେ ଏକ ବାରହା ଫସି ଯାଇଥିଲା । ଯାହାକୁ ଦେଖି ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ । ଖବରପାଇ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ବାରହାଟିକୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ ।

ବାରହା ଆକ୍ରମଣରେ ଫରେଷ୍ଟ ଗାର୍ଡ ଗୁରୁତର

ତେବେ ସ୍ଥାନୀୟ ଲୋକଙ୍କ ସହାୟତାରେ ବାରହାକୁ ଉଦ୍ଧାର କରିବା ସମୟରେ ବାରହାଟି ପାଣି ଭିତରୁ ବାହାରି ଜଣେ ଫରେଷ୍ଟ ଗାର୍ଡକୁ ଆକ୍ରମଣ କରିଥିଲା । ପ୍ରାଣ ବିକଳରେ ବାରହାଟି ଫରେଷ୍ଟଗାର୍ଡକୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲା । ଏଥିରେ ଗୁରୁତର ଭାବେ ଆହତ ହୋଇଥିଲେ ଫରେଷ୍ଟ ଗାର୍ଡ । ଏ ନେଇ ସ୍ଥାନୀୟ ଲୋକେ ତୁରନ୍ତ ଫରେଷ୍ଟ ଗାର୍ଡକୁ ସ୍ଥାନୀୟ ଉଲୁଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।

ଇଟିଭି ଭାରତ,ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.