ଆଜି ସନ୍ଧ୍ୟାରେ ମା' ଦୁର୍ଗାଙ୍କ ମନ୍ତ୍ର ବିସର୍ଜନ ପର୍ବ

author img

By

Published : Oct 15, 2021, 5:01 PM IST

ଆଜି ସନ୍ଧ୍ୟାରେ  ମା' ଦୁର୍ଗାଙ୍କ ମନ୍ତ୍ର ବିସର୍ଜନ ପର୍ବ

ସୁବର୍ଣ୍ଣପୁରରେ ବିଭିନ୍ନ ସ୍ଥାନରେ ଚାଲିଛି ମାଙ୍କ ବିଜୟାଦଶମୀ ପୂଜା । ତନ୍ତ୍ରମନ୍ତ୍ରରେ ପ୍ରଙ୍କମ୍ପିତ ହେଉଛି ପୂଜା ମଣ୍ଡପ । ଆଜି ସନ୍ଧ୍ୟାରେ ଦେବୀଙ୍କ ମନ୍ତ୍ର ବିସର୍ଜନ ପର୍ବ । ଅଧିକ ପଢନ୍ତୁ...

ସୁବର୍ଣ୍ଣପୁର: ଆଜି ଦଶହରା ବା ବିଜୟାଦଶମୀ । ଗାଁଠୁ ସହର ଉତ୍ସବ ମୁଖର । ତନ୍ତ୍ର ପୀଠ ସୁବର୍ଣ୍ଣପୁରରେ ଚାଲିଛି ଦେବୀ ମା ଦୁର୍ଗାଙ୍କ ପୂଜା ଆରାଧନା। ଦେବୀ ମା କନକ ଦୁର୍ଗା ଓ ରାଜପ୍ରାସାଦ ସମ୍ମୁଖରେ ନବପ୍ରତିଷ୍ଠିତ ଦେବୀ ଦୁର୍ଗାଙ୍କ ପୂଜା ଚାଲିଥିବା ବେଳେ ସହରର ମଣ୍ଡପ ଗୁଡ଼ିକରେ ବି ଉତ୍ସାହର ସହିତ ମା’ଙ୍କ ପୂଜା ଆରାଧନା କରାଯାଉଛି।

ଆଜି ସନ୍ଧ୍ୟାରେ ମା' ଦୁର୍ଗାଙ୍କ ମନ୍ତ୍ର ବିସର୍ଜନ ପର୍ବ

ଆଜି ଉଭୟ ପୀଠ ଓ ମଣ୍ଡପରେ ଦଶହରା ପର୍ବ ପାଳନ କରାଯାଉଛି । ସନ୍ଧ୍ୟାରେ ମଣ୍ଡପ ଗୁଡିକରେ ଦେବୀ ମା’ଙ୍କ ମନ୍ତ୍ର ବିସର୍ଜନ ପର୍ବ ପରେ ଦେବୀମା’ ଧରାପୃଷ୍ଠରୁ ବିଦାୟ ନେବେ। କୋଭିଡ କଟକଣା ଭିତରେ ପୂଜା ଆରାଧନା ଚାଲିଥିବାବେଳେ ଗୋଟିଏ ଦିନରେ ମା' ଦୁର୍ଗାଙ୍କ ଭଷାଣି ଉତ୍ସବ ପାଳନ କରିବାକୁ ଜିଲ୍ଲା ପୋଲିସ ପକ୍ଷରୁ ପୂଜା କମିଟି ଗୁଡିକୁ ଅନୁରୋଧ କରାଯାଇଛି।

ଏପରିକି ନିରାଡ଼ମ୍ବର ଭାବେ ବିସର୍ଜନ ଶୋଭାଯାତ୍ରା ପାଳନ କରିବା ସହିତ ଶୋଭାଯାତ୍ରାରେ ସାଂସ୍କୃତିକ ଦଳ ଗୁଡିକୁ ସାମିଲ ନ କରିବା ପାଇଁ ପୋଲିସ ପକ୍ଷରୁ କୁହାଯାଇଛି । ପୌର ପରିଷଦ ପକ୍ଷରୁ ଏକ ନିର୍ଦ୍ଧିଷ୍ଟ ଘାଟରେ ଦେବୀଙ୍କ ମୃଣ୍ମୟୀ ପ୍ରତିମା ବିସର୍ଜନ କରିବା ପାଇଁ ପୂଜା କମିଟି ଗୁଡିକୁ ସୂଚନା ଦିଆଯାଇଛି । ତେବେ ସନ୍ଧ୍ୟାରେ ଦେବୀଙ୍କ ମନ୍ତ୍ର ବିସର୍ଜନ ପର୍ବ ପରେ ବି ଅର୍ଦ୍ଧ ରାତ୍ରୀ ଯାଏଁ ଶ୍ରଦ୍ଧାଳୁଙ୍କ ଦେବୀ ଦର୍ଶନ କାର୍ଯ୍ୟ ଚାଲିବ ବୋଲି ଅନୁମାନ କରାଯାଉଛି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.