ପାଞ୍ଚ ଦଫା ଦାବି ମିଳିତ ଶିକ୍ଷକ ମଞ୍ଚର ଆନ୍ଦୋଳନ

author img

By

Published : Nov 12, 2022, 10:43 AM IST

ପାଞ୍ଚ ଦଫା ଦାବି ମିଳିତ ଶିକ୍ଷକ ମଞ୍ଚର ଆନ୍ଦୋଳନ

ବିଭିନ୍ନ ଦାବି ନେଇ ଧାରଣାକୁ ଓହ୍ଲାଇବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କଲା ମିଳିତ ଶିକ୍ଷକ ମଞ୍ଚ । ଅଧିକ ପଢନ୍ତୁ

ସୋନପୁର: ପାଞ୍ଚ ଦଫା ଦାବି ନେଇ ଧାରଣାକୁ ଓହ୍ଲାଇଲେ ମିଳିତ ଶିକ୍ଷକ ମଞ୍ଚ । ସୋନପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କଲେ ଶିକ୍ଷକ ମଞ୍ଚ । ଗଣ ଶିକ୍ଷା ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା ହଜାର ହଜାର ଶିକ୍ଷକ ସ୍ଥାନୀୟ ରୟାଲ ପଡ଼ିଆରୁ ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପହଞ୍ଚିଥିଲେ । ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ପାଞ୍ଚ ଦଫା ଦାବି ପୂରଣ ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ଦାବି ଉପସ୍ଥାପନ କରିଥିଲେ ।

ପାଞ୍ଚ ଦଫା ଦାବି ମିଳିତ ଶିକ୍ଷକ ମଞ୍ଚର ଆନ୍ଦୋଳନ

ଏହା ମଧ୍ୟ ପଢନ୍ତୁ-Maoists Killed: SOG ଓ BSFର ମିଳିତ କୁମ୍ବିଂ ଅପରେସନରେ ୨ ମାଓବାଦୀ ମୃତ

ଶିକ୍ଷକ ମାନେ ନିୟମିତ ଶିକ୍ଷକ ହେବା ପୂର୍ବରୁ ଶିକ୍ଷା ସହାୟକ ଓ ଶିକ୍ଷା କର୍ମୀ ଭାବେ ଛଅ ବର୍ଷ କାର୍ଯ୍ୟ କରିଥିଲେ । ତେବେ ନିୟମିତ ଶିକ୍ଷକ ହେବା ପରେ ମଧ୍ୟ ସରକାର ଚାକିରୀ ମାନ୍ୟତା ପ୍ରଦାନ କରି ନାହାନ୍ତି । ତେବେ ଶିକ୍ଷକତା ଆରମ୍ଭର ଛଅ ବର୍ଷ ଚାକିରା ଭାବେ ଗଣନା କରିବା ସହିତ ଦରମା ବୃଦ୍ଧି କରିବା ପାଇଁ ଦାବି କରିଛନ୍ତି ମିଳିତ ଶିକ୍ଷକ ମଞ୍ଚର ସଦସ୍ୟ । ସେହିପରି ପୁରୁଣା ପେନସନ ଲାଗୁ କରିବା, ଗ୍ରେଡ ପେ 2800କୁ ମୂଳ ଦରମାରେ ମିଶାଇବା ଆଦି ଦାବି ପୂରଣ ପାଇଁ ଆନ୍ଦୋଳନକୁ ଓହ୍ଲାଇଥିଲା ଶିକ୍ଷକ ମଞ୍ଚ ।

ଦାବି ପୂରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ଜିଲ୍ଲା ପ୍ରଶାସନକୁ ଏକ ସ୍ମାରକ ପତ୍ର ପ୍ରଦାନ କରିବା ସହିତ ଦାବି ପୂରଣ ନ ହେଲେ ପୁଣି ଆନ୍ଦୋଳନ କରିବେ ବୋଲି ଧମକ ଦିଆଯାଇଛି ।

ଇଟିଭି ଭାରତ, ସୋନପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.