ଭାଇଙ୍କ ଶୁଭ ମନାସି ସୁବର୍ଣ୍ଣପୁର ସହରରେ ପାଳିତ ହେଉଛି ଭାଇ ଜୀଉଁନ୍ତିଆ

author img

By

Published : Oct 13, 2021, 10:58 PM IST

ଭାଇଙ୍କ ଶୁଭ ମନାସି ସୁବର୍ଣ୍ଣପୁର ସହରରେ ପାଳିତ ହେଉଛି ଭାଇ ଜୀଉଁନ୍ତିଆ

ସୁବର୍ଣ୍ଣପୁର ସହରରେ ପବିତ୍ର ମହାଷ୍ଟମୀରେ ମହା ସମାରୋହରେ ପାଳନ ହେଉଛି ଭାଇ ଜୀଉଁନ୍ତିଆ ଓଷା । ଭାଇର ମଙ୍ଗଳ କାମନା ସହ ଦୀର୍ଘାୟୁ ଆଶିଷ ପାଇଁ ଏହି ଦିନରେ ପରମ୍ପରା ରୀତିନୀତି ଅନୁଯାୟୀ ଭଉଣୀମାନେ ପାଳନ କରିଥାନ୍ତି ଏହି ପର୍ବ । ଅଧିକ ପଢନ୍ତୁ...

ସୁବର୍ଣ୍ଣପୁର: ପବିତ୍ର ମହାଷ୍ଟମୀର ପାଳିତ ହେଉଛି ଭାଇ ଜୀଉଁନ୍ତିଆ ପର୍ବ । ଭାଇର ମଙ୍ଗଳ କାମନା କରି ଦୀର୍ଘାୟୁ, ଆଶିଷ ପାଇଁ ଭଉଣୀମାନେ ଏହି ଓଷାକୁ ପାଳନ କରିଥାନ୍ତି । ସାରା ପଶ୍ଚିମ ଓଡ଼ିଶାରେ ପାଳନ କରାଯାଉଛି ଭାଇ ଜୀଉଁନ୍ତିଆ ।

ଭାଇଙ୍କ ଶୁଭ ମନାସି ସୁବର୍ଣ୍ଣପୁର ସହରରେ ପାଳିତ ହେଉଛି ଭାଇ ଜୀଉଁନ୍ତିଆ
କୋଭିଡ କଟକଣାରେ ଭଉଣୀମାନେ ନିଜ ନିଜ ଭାଇଙ୍କ ପାଇଁ ମଙ୍ଗଳ ମନାସି ପାଳନ କରୁଛନ୍ତି ଭାଇ ଜୀଉଁନ୍ତିଆ ପର୍ବ । ଦେବୀ ମା' ଦୁର୍ଗା ଭାଇ ଜୀଉନ୍ତିଆ ପାଇଁ ମା' ଖମ୍ବେଶ୍ବରୀ ମନ୍ଦିରରେ ବିଜେ କରିବା ପରେ ଭଉଣୀମାନେ ଏହି ଓଷା ପାଳନ କରିଛନ୍ତି । ସପ୍ତମୀ ତିଥିର ରାତିରେ ରାଜପୁରୋହିତ ବାସଭବନରୁ ମା କନକ ଦୁର୍ଗା ସମଲେଇ ମନ୍ଦିରକୁ ବିଜେ କରନ୍ତି । ପରମ୍ପରା ଅନୁଯାୟୀ ସମଲେଇ ମନ୍ଦିରରେ ଦେବୀ ମା' କନକ ଦୁର୍ଗା, ଭୁବନେଶ୍ବରୀ ଓ ମହାକାଳୀଙ୍କ ସହ ପୂଜା ପାଇଥାନ୍ତି । ସପ୍ତମୀ ତିଥିର ରାତିରେ ଦେବୀ ମା' ଦୁର୍ଗାଙ୍କ ଆରାଧନା ପରେ ମା' ଦୁର୍ଗା ଖମ୍ବେଶ୍ବରୀ ମନ୍ଦିରକୁ ଭାଇ ଜୀଉନ୍ତିଆ ପାଇଁ ବିଜେ କରିଥାନ୍ତି । ଦେବୀ ମା' କନକ ଦୁର୍ଗାଙ୍କ ଅଷ୍ଟମୀ ପୂଜା ପରେ ସାରା ସୁବର୍ଣ୍ଣପୁର ସହରର ଭଉଣୀମାନେ ଏହି ଭାଇ ଜୀଉଁନ୍ତିଆ ପର୍ବ ପାଳନ କରିଥାନ୍ତି । ଭଉଣୀମାନେ ଦିନ ସାରା ନିର୍ଜଳ ଉପବାସ ରହି ସନ୍ଧ୍ୟାରେ ଧୂପ ଦୀପ ନୈବେଦ୍ୟ ଦୁର୍ଗା ଦେବୀଙ୍କୁ ଅର୍ପଣ କରନ୍ତି । ଭାଇର ମଙ୍ଗଳ କାମନା କରି ପ୍ରତିଟି ଭାଇ ପାଇଁ 108 ଦୁବ ଓ ଅକ୍ଷତ ଅରୁଆ ଚାଉଳର ବିଡାକୁ ବିଭିନ୍ନ ପ୍ରକାରର ଫଳ ଓ ଫୁଲ ସହିତ ଜୀଉନ୍ତି ଦେଇ ସମର୍ପିତ କରିଥାନ୍ତି ଦେବୀ ମାଆଙ୍କ ଦୁର୍ଗାଙ୍କ ପାଖରେ ।



ଏହି ପର୍ବ ରାଜାରାଜୁଡା ଅମଳରୁ ସୁବର୍ଣ୍ଣପୁରର ଖମ୍ବେଶ୍ବରୀ ମନ୍ଦିରର ଏକ ସ୍ବତନ୍ତ୍ର ସ୍ଥାନ ରହିଛି । ଭଉଣୀମାନେ ଏଠାରେ ଯେ ଖାଲି ଭାଇ ଜୀଉଁନ୍ତିଆ ଓଷା ପାଳନ କରନ୍ତି ତାହା ନୁହେଁ ନିଜ ପରିବାରର ସୁଖ ସମୃଦ୍ଧି ପାଇଁ ମଧ୍ୟ ଦେବୀମା କନକ ଦୁର୍ଗାଙ୍କ ଆଶିଷ ଭିକ୍ଷା କରିଥାନ୍ତି । ସୁବର୍ଣ୍ଣପୁରରେ ହିଁ ଦେଖିବାକୁ ମିଳେ ଦେବୀ ମା' ଦୁର୍ଗା ଭାଇ ଜୀଉଁନ୍ତିଆ ପର୍ବ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.