ରାଜଧାନୀରୁ ଯୁବତୀ ଆଣି ବିରମହାରାଜପୁରରେ ସେକ୍ସ ରାକେଟ, ୨ ଯୁବକ ଗିରଫ

author img

By

Published : Sep 17, 2021, 5:35 PM IST

ବିରମହରାଜପୁର ଅଞ୍ଚଳରେ ସେକ୍ସ ରାକେଟ ଠାବ, ୨ ଯୁବକଙ୍କୁ କୋର୍ଟ ଚାଲାଣ

ସୁବର୍ଣ୍ଣପୁର ବୀରମହରାଜପୁର ଅଞ୍ଚଳରେ ସେକ୍ସ ରାକେଟ ଠାବ । ଏହି ଘଟଣାରେ ସମ୍ପୃକ୍ତ ୨ ଯୁବକଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ । ଅଧିକ ପଢନ୍ତୁ...

ସୁବର୍ଣ୍ଣପୁର: ଜିଲ୍ଲାର ବୀରମହାରାଜପୁର ପୋଲିସ ସେକ୍ସ ରାକେଟରେ ସଂପୃକ୍ତ ଥିବା ୨ ଜଣ ଗ୍ରାହକକୁ ଆଜି(ଶୁକ୍ରବାର) କୋର୍ଟ ଚାଲାଣ କରିଛି । ୨ ଜଣ ଦେହଜୀବୀଙ୍କ ସହ ୨ଜଣ ଯୁବକଙ୍କୁ ପୋଲିସ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି ।

ବିରମହରାଜପୁର ଅଞ୍ଚଳରେ ସେକ୍ସ ରାକେଟ ଠାବ, ୨ ଯୁବକ ଗିରଫ

ଗତକାଲି ରାତିରେ ପାଟ୍ରୋଲିଂ କରୁଥିବା ସମୟରେ ବୀରମହାରାଜପୁର ଛକରୁ ୨ଜଣ ଯୁବତୀଙ୍କ ସହ ୨ ଜଣ ଯୁବକଙ୍କୁ ପୋଲିସ ଅଟକାଇଥିଲା । ଗିରଫ ଯୁବକ ଦୁଇଜଣ ଦେହ ବ୍ୟବସାୟ କାରବାରରେ ସଂପୃକ୍ତ ଥିବା ପୋଲିସ ଆଗରୁ ଜାଣିଥିବା ବେଳେ ତାଙ୍କୁ ପଚରାଉଚୁରା କରିବା ପରେ ସଂପୂର୍ଣ୍ଣ ଘଟଣା ପଦାକୁ ଆସିଥିଲା । ତେବେ ଯୁବତୀ ଦୁଇ ଜଣ ଭୁବନେଶ୍ବର ଅଞ୍ଚଳର ବୋଲି ପୋଲିସ ଜାଣିପାରିଛି । ଯୁବତୀମାନଙ୍କୁ ଏହି ଅଞ୍ଚଳକୁ ଆଣି ଦେହ କାରବାର ଚଳାଉଥିବା ଘଟଣା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି ।

ତେବେ ଦେହ ବ୍ୟବସାୟରେ ସଂପୃକ୍ତ ୨ ଜଣ ଯୁବକ ସ୍ଥାନୀୟ ଭଜବଲପୁର ଗାଁର ଦୀପକ ମିଶ୍ର ଓ ସୁବଳୟାର ସୁରେଶ ମେହେର ବୋଲି ପୋଲିସ କହିଛି । ଦୀର୍ଘ ଦିନ ହେବ ବୀରମହାରାଜପୁର ଅଞ୍ଚଳରେ ଏହି ରାକେଟ କାମ କରୁଥିବା ଚର୍ଚ୍ଚା ହେଉଛି । ପୋଲିସ ଏନେଇ କେସ ନଂ ୧୮୮/୨୧ରେ ଏକ ମାମଲା ରୁଜୁ କରିଛି । ଏହି କାରବାରରେ ସଂପୃକ୍ତ ବ୍ୟକ୍ତିଙ୍କୁ ଆଜି କୋର୍ଟ ଚାଲାଣ କରିବା ସହ ଅଧିକ ତଦନ୍ତ ଚଳାଇଛି ପୋଲିସ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.