ସୁବର୍ଣ୍ଣପୁର ମୁଖ୍ୟ ଚିକିତ୍ସାଳୟର ଛାତରୁ ଖସିଲା ସିମେଣ୍ଟ ଅତଡ଼ା

author img

By

Published : Nov 8, 2022, 10:35 AM IST

ଦନ୍ତରୋଗ ବର୍ହିଃ ବିଭାଗର ଛାତରୁ ଖସିଲା ସିମେଣ୍ଟ ଅତଡ଼ା

ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଦନ୍ତରୋଗ ବର୍ହିଃ ବିଭାଗର ଛାତରୁ ଖସିଲା ସିମେଣ୍ଟ ଅତଡା । ତେବେ ଏହି ଘଟଣାରେ କେହି ଆହତ ହୋଇ ନଥିବା ସୂଚନା । ଅଧିକ ପଢ଼ନ୍ତୁ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଦନ୍ତରୋଗ ବର୍ହିଃ ବିଭାଗର ଛାତରୁ ଖସିଲା ସିମେଣ୍ଟ ଅତଡା(Roof plaster falls in subernapur hospital)। ତେବେ ଏହି ଘଟଣାରେ କେହି ଆହତ ହୋଇ ନଥିବା ସୂଚନା । ଆଜି ସକାଳ 8ଟା ପୂର୍ବରୁ ଏହି ସିମେଣ୍ଟ ଅତଡ଼ା ଖସିଥିବା ଜଣାପଡ଼ିଛି । ବର୍ହିଃବିଭାଗ ଖୋଲିବା ପରେ ସିମେଣ୍ଟ ଅତଡା ଖସି ଆସବାବ ପତ୍ର ଉପରେ ପଡିଥିବା ଦେଖିବାକୁ ମିଳିଥିଲା ।

ସୁବର୍ଣ୍ଣପୁର ଦନ୍ତରୋଗ ବର୍ହିଃ ବିଭାଗର ଛାତରୁ ଖସିଲା ସିମେଣ୍ଟ ଅତଡ଼ା

ଏହି ବର୍ହିଃ ବିଭାଗ କୋଠାଟି ବେଶ ପୁରୁଣା ହୋଇଯାଇଥିଲା । ଏହି କୋଠାକୁ କେବଳ ସାମାନ୍ୟ ମରାମତି କରି ରୋଗୀ ସେବା ଯୋଗାଇ ଦିଆଯାଉଥିଲା । କୋଠାଟିର ସ୍ଲାପ ବେଶ ପୁରୁଣା ହୋଇଥିବାରୁ କୋଠାର ଛାତରୁ ଅନେକ ସମୟରେ ସିମେଣ୍ଟ ଅତଡା ଖସିଥାଏ । ତେବେ ବିଭିନ୍ନ ବିଭାଗର ଡାକ୍ତର ଏଠାରେ ବସୁଥିବାରୁ ପ୍ରକୋଷ୍ଠ ଗୁଡିକରେ ସୌଖୀନ ସିଲିଂ କରାଯାଇଥିଲା । ଫଳରେ କୋଠାର କେଉଁ ଅଂଶଟି ଦୁର୍ବଳ ହୋଇଛି ତାହା ଜଣାପଡୁନଥିଲା । ସେପଟେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନୂତନ କୋଠା ନିର୍ମାଣ କାର୍ଯ୍ୟ ସରିନଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର ହୋଇପାରୁନାହିଁ । ତେବେ ଏହି ଅତଡ଼ା ଖସିବା ପରେ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନୂତନ କୋଠା ନିର୍ମାଣ କରି ଚିକିତ୍ସାଳୟକୁ ସ୍ଥାନାନ୍ତର କରିବା ଦାବି ଉଠିଛି ।

ଏ ସମ୍ପର୍କରେ ସ୍ବେଚ୍ଛାସେବୀ ବଳଦେବ ବେଦବାଗ କହିଛନ୍ତି, ''ଏ ନେଇ ବାରମ୍ବାର ଅଭିଯୋଗ ହୋଇଛି । ଏପରିକି ଆନ୍ଦୋଳନ ବି କରିଛୁ । ପୁରୁଣା ଡାକ୍ତରଖାନାର କୋଠାର ଅବସ୍ଥା ଏବେ ଶୋଚନୀୟ ପରିସ୍ଥିତିରେ ପହଞ୍ଚିଲାଣି । ଅନେକ ସମୟରେ ଛାତରୁ ପାଣି ଗଳୁଛି । କାନ୍ଥ ଗୁଡ଼ିକ ସିଙ୍କ୍ କରୁଛି । ତେଣୁ ଏହି ପୁରୁଣା ଡାକ୍ତରଖାନାକୁ ଶୀଘ୍ର ନୂଆ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଉ । କିନ୍ତୁ CDMO କି ଜିଲ୍ଲାପାଳ କିଛି ଶୁଣୁ ନାହାଁନ୍ତି । ତେବେ ଆଜି ଯେଉଁ ଘଟଣା ଘଟିଲା ତାହା ଅତ୍ୟନ୍ତ ଭୟଙ୍କର ଥିଲା ।''

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.