ଟାର୍ଗେଟରେ ମହାଦେବ ମନ୍ଦିର: ବାବା ସୁବର୍ଣ୍ଣାମେରୁ ମନ୍ଦିରରୁ ଚୋରି

author img

By

Published : Sep 21, 2022, 5:38 PM IST

ମନ୍ଦିର ବି ଛାଡିଲେନି : ବାବା ସୁବର୍ଣ୍ଣାମେରୁ ମନ୍ଦିରରୁ ଚୋରି

ଟାର୍ଗେଟରେ ମହାଦେବ ମନ୍ଦିର । ମନ୍ଦିର ବି ଛାଡୁ ନାହାନ୍ତି ଚୋର । ଚୋରଙ୍କ ଟାର୍ଗେଟରେ ନବରଙ୍ଗପୁରର ପ୍ରସିଦ୍ଧ ଘୁମରେଶ୍ବର ପୀଠ, ବଲାଙ୍ଗୀରର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ମହାଦେବ ମନ୍ଦିର ଏବେ ସୁବର୍ଣ୍ଣାମେରୁ ମନ୍ଦିର । ସୁବର୍ଣ୍ଣପୁରର ବାବା ସୁବର୍ଣ୍ଣାମେରୁଙ୍କ ମନ୍ଦିରରୁ ଟଙ୍କା ଓ ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଅଧିକ ପଢ଼ନ୍ତୁ

ସୁବର୍ଣ୍ଣପୁର : ଚୋର ଓ ଲୁଟେରା କେବଳ ସାଧାରଣ ଲୋକଙ୍କୁ ଟାର୍ଗେଟ କରୁନାହାନ୍ତି ଠାକୁରଙ୍କୁ ମଧ୍ୟ ଟାର୍ଗେଟ କରୁଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ ମାତିଛନ୍ତି ଲୁଟେରା । କିଛିଦିନ ତଳେ ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ମଙ୍ଗରଦୋରା ପ୍ରସିଦ୍ଧ ଘୁମରେଶ୍ବର ପୀଠରୁ ଶିବଲିଙ୍ଗ ତାଡି ନେଇଥିଲେ ଦୁର୍ବୃତ୍ତ । ଏହି ଘଟଣା ପରେ ପରେ ବଲାଙ୍ଗୀରର ଚନ୍ଦ୍ରଶେଖର ମହାଦେବଙ୍କ ସୁନା ଅଳଙ୍କାର ଓ ଟଙ୍କା ଲୁଟି ଘଟଣା ଘଟିଥିଲା । ଏବେ ସୁବର୍ଣ୍ଣପୁର ଗଡ଼ଜାତର ଇଷ୍ଟଦେବ ବାବା ସୁବର୍ଣ୍ଣମେରୁ ମନ୍ଦିରରେ କଳାକନା ବୁଲେଇଛନ୍ତି ଚୋରି ।

ମନ୍ଦିର ବି ଛାଡିଲେନି : ବାବା ସୁବର୍ଣ୍ଣାମେରୁ ମନ୍ଦିରରୁ ଚୋରି

ସୂଚନା ଅନୁସାରେ, ସୁବର୍ଣ୍ଣପୁର ଗଡ଼ଜାତର ଇଷ୍ଟଦେବ ବାବା ସୁବର୍ଣ୍ଣମେରୁ ମନ୍ଦିରରେ କଳାକନା ବୁଲାଇଛନ୍ତି ଚୋର (Robbery at Subarnameru temple loot 50 thousand money and jwellary) । ଗତକାଲି (ମଙ୍ଗଳବାର)ରାତିରେ କିଛି ଦୁର୍ବୃତ୍ତ ମନ୍ଦିରର ତାଲା ଭାଙ୍ଗି ସୁବର୍ଣ୍ଣମେରୁଙ୍କ ଦୈନନ୍ଦିନ ବ୍ୟବହାର କରାଯାଉଥିବା ସାମଗ୍ରୀ ସହିତ ଦାନ ଅର୍ଥ ଚୋରି କରି ନେଇଛନ୍ତି । ଆଜି ସେବାୟତମାନେ ମନ୍ଦିରରେ ପହଞ୍ଚିବା ପରେ ସୁବର୍ଣ୍ଣମେରୁଙ୍କ ସେବା ପୂଜା ସାମଗ୍ରୀ ଚାରିଆଡ଼େ ବିଛେଇ ହୋଇ ପଡିଥିବା ଦେଖିଥିଲେ । ପରେ ମନ୍ଦିରରୁ ଚୋରୀ ହୋଇଥିବା ନେଇ ଜଣା ପଡ଼ିଥିଲା । ଖାଲି ସେତିକି ନୁହେଁ ମନ୍ଦିରରେ ଥିବା ଗୋଟିଏ ଟିଣ ଆଲମିରା ଭାଙ୍ଗି ଦୁର୍ବୃତ୍ତମାନେ ସମସ୍ତ ଜିନିଷପତ୍ର ଚୋରି କରି ନେଇଛନ୍ତି (Subarnameru temple loot 50 thousand money and jwellary) । ଏନେଇ ସେବାୟତ ଓ ମନ୍ଦିର କମିଟି କାର୍ଯ୍ୟକର୍ତ୍ତା ଥାନାରେ ଲିଖିତ ଏତାଲା ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ... ମନ୍ଦିର ବି ଛାଡିଲେନି: ବଲାଙ୍ଗୀର ମନ୍ଦିରରୁ ମହାଦେବଙ୍କ ସୁନା ମୁକୁଟ ଓ ଅଳଙ୍କାର ଚୋରି

ଅନ୍ୟପକ୍ଷରେ ସୁବର୍ଣ୍ଣମେରୁଙ୍କ ମନ୍ଦିରରୁ ଚୋରି ହେବା ଘଟଣା ଶ୍ରଦ୍ଧାଳୁ ଓ ସହରବାସୀଙ୍କୁ ମାନସିକ ଆଘାତ ଦେଇଛି । ଏହି ଘଟଣାରେ ମନ୍ଦିରର ଘଣ୍ଟ, ଘଣ୍ଟା, ଗଡୁ, ଆଳତୀ ସାମଗ୍ରୀ ସମେତ ପ୍ରାୟ ୫ହଜାର ଦକ୍ଷିଣା ଟଙ୍କା, ଶ୍ରଦ୍ଧାଳୁ ମାନେ ଦେଇଥିବା ବାବାଙ୍କ ବସ୍ତ୍ର, ଘିଅ ଆଦି ଚୋରି ହୋଇଛି । ମନ୍ଦିରରୁ ପାଖାପାଖି ୫୦ ହଜାର ଟଙ୍କାର ଜିନିଷ ପତ୍ର ଚୋରି ହୋଇଥିବା ଜଣାପଡ଼ିଛି । ତେବେ ନିଶାଡିମାନେ ଏଭଳି କାର୍ଯ୍ୟ କରିଥିବା ଶ୍ରଦ୍ଧାଳୁମାନେ ଅନୁମାନ କରୁଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛି । ଏହାସହ ବଲାଙ୍ଗୀରରୁ ଏକ ସାଇଣ୍ଟିଫିକ ଦଳ ଡାକି ପୋଲିସ ଘଟଣାର ଛାନଭିନ କରୁଛି ।

ଏହା ମଧ୍ୟ ପଢ଼ନ୍ତୁ... ପ୍ରସିଦ୍ଧ ଘୁମରେଶ୍ବର ପୀଠରୁ ଶିବ ଲିଙ୍ଗ ଚୋରି, ପୋଲିସର ତନାଘନା

ଏଠାରେ ସୂଚନା ଥାଉକି, ଗତ କିଛିଦିନ ହେଲା ରାଜ୍ୟରେ ମାତିଛନ୍ତି ମନ୍ଦିର ଲୁଟେରା । ନିକଟରେ ହୋଇଥିବା ତିନୋଟି ଘଟଣାକୁ ଅନୁଧ୍ୟାନ କଲେ ଜଣାପଡୁଛି ଚୋରମାନେ ବିଭିନ୍ନ ଜିଲ୍ଲାର ମହାଦେବ ମନ୍ଦିରକୁ ଟାର୍ଗେଟ କରୁଛନ୍ତି । ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି ସଦର ପଞ୍ଚାୟତ ଅନ୍ତର୍ଗତ ମଙ୍ଗରଦୋରାରେ ଥିବା ପ୍ରସିଦ୍ଧ ଘୁମରେଶ୍ବର ପୀଠରୁ ଦୁର୍ବୃତ୍ତମାନେ ଶିବଲିଙ୍ଗ ଉପାଡି ନେଇଛନ୍ତି । ସେହିପରି ବଲାଙ୍ଗୀର ସହର ସ୍ଥିତ ଶନ୍ତିପଡ଼ା ଚନ୍ଦ୍ରଶେଖର ମହାଦେବ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଚୋରି ହୋଇଛି । ମନ୍ଦିରର ଦୁଇଟି ଦାନ ବାକ୍ସ ଭାଙ୍ଗି ଟଙ୍କା ଚୋରି କରିବାସହ ମହାଦେବଙ୍କ ସୁନା ମୁକୁଟ ଓ ଅଳଙ୍କାର ଚୋରି କରି ଚମ୍ପଟ ମାରିଛନ୍ତି ଦୁର୍ବୃତ୍ତ ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.