ଜିଲ୍ଲା ପ୍ରଶାସନ ଅଭିନବ ପ୍ରୟାସ, ଅସହାୟ ଛାତ୍ରଛାତ୍ରୀଙ୍କୁ ପଢିବାର ସୁଯୋଗ ପ୍ରଦାନ

author img

By

Published : Nov 16, 2022, 6:22 PM IST

ଜିଲ୍ଲା ପ୍ରଶାସନ ତରଫରୁ ଛାତ୍ରଛାତ୍ରୀଙ୍କୁ ପଢିବାର ସୁଯୋଗ ପ୍ରଦାନ

ଜିଲ୍ଲା ପ୍ରଶାସନ ଅଭିନବ ପ୍ରୟାସ । ଅସହାୟ ଛାତ୍ରଛାତ୍ରୀଙ୍କୁ ପଢିବାର ସୁଯୋଗ ପ୍ରଦାନ । ଶିଶୁ ଦିବସ ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ କୁନି କୁନି ପିଲାମାନଙ୍କୁ ପଢିବା ପାଇଁ ସୁଯୋଗ ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁmaigreted street children

ସୁବର୍ଣ୍ଣପୁର: ଜିଲ୍ଲା ପ୍ରଶାସନ ଅଭିନବ ପ୍ରୟାସ । ଶିଶୁ ଦିବସ ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ କୁନି କୁନି ପିଲାମାନଙ୍କ ପାଇଁ ନୂଆ ପ୍ରୟାସ । ସେମାନେ କେବେ ବିଦ୍ୟାଳୟର ମାଟି ମାଡିନଥିଲେ । ଅଭାବ ଅନଟନରୁ ପଢିବାକୁ ସୁଯୋଗ ପାଉ ନଥିଲେ । ସେମାନଙ୍କ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଦ୍ୟାଳୟରେ ଆଡମିଶନ କରାଯିବା ସହ ପୋଷାକ ଓ ବହିପତ୍ର ପ୍ରଦାନ କରାଯାଇଛି ।

ଜିଲ୍ଲା ପ୍ରଶାସନ ତରଫରୁ ଛାତ୍ରଛାତ୍ରୀଙ୍କୁ ପଢିବାର ସୁଯୋଗ ପ୍ରଦାନ

କୁନି କୁନି ପିଲାମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ସ୍କୁଲ ପୋଷାକ, ଜୋତା ଓ ବହିପତ୍ର ପ୍ରଦାନ କରାଯାଇଛି । ଏଇ ପିଲାମାନେ ଆଜିଯାଏଁ କେବେ ବିଦ୍ୟାଳୟକୁ ଯାଇ ନଥିଲେ । ତେବେ ମହାମାରୀ କୋରୋନା ସମୟରେ ବିହାର ଓ ଛତିଶଗଡ଼ ପ୍ରଦେଶରୁ ନିଜ ଜୀବନ ଜୀବିକା ପାଇଁ ସୁବର୍ଣ୍ଣପୁର ସହରକୁ କିଛି ପରିବାର ଆସିଥିଲେ । ହେଲେ କୋଭିଡ ପରବର୍ତ୍ତୀ ସମୟରେ ଆଉ ଘରକୁ ଫେରି ନାହାନ୍ତି ସେମାନେ । ଜନ ଜୀବନ ସ୍ୱାଭାବିକ ହେବା ପରେ କିଛି ପରିବାରର ଘର ବାହୁଡା ହୋଇଥିବା ବେଳେ ଆଉ କିଛି ପରିବାର ଯାଯାବର ଭାବେ ସହରରେ ଜୀବନ ବିତାଉଛନ୍ତି ।

ଏହା ମଧ୍ୟ ପଢନ୍ତୁ: କାନ ମୋଡି ସ୍କୁଲରୁ ବାହାର କରି ଦେଲେ ପ୍ରଧାନ ଶିକ୍ଷୟିତ୍ରୀ, ଅଭିଯୋଗ ଆଣିଲେ ଶିକ୍ଷୟିତ୍ରୀ

ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲି ସୁନୀଲ ନରବଣେ କହିଛନ୍ତି, "ପ୍ରଶାସନ ପକ୍ଷରୁ ଷ୍ଟ୍ରିଟ ଚିଲଡ୍ରେନଙ୍କ ଚିହ୍ନଟ ପ୍ରକ୍ରିୟା ହୋଇଥିଲା । ଶିଶୁ ଦିବସ ଅବସରରେ ଚିହ୍ନଟ ହୋଇଥିବା ଛୋଟ ଛୋଟ ପିଲାମାନଙ୍କୁ ସ୍କୁଲରେ ପାଠ ପଢିବା ନିମନ୍ତେ ଆଡମିଶନ କରାଯାଇଛି । ସେମାନଙ୍କୁ ପ୍ରଶାସନ ପକ୍ଷରୁ ସ୍କୁଲ ବ୍ୟାଗ ଠାରୁ ଆରମ୍ଭ କରି ପାଠ୍ୟପୁସ୍ତକ ଓ ପୋଷାକ ଦିଆଯାଇଛି । ସେମାନେ କେମିତି ନିୟମିତ ପାଠ ପଢିପାରିବେ ସେନେଇ ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯାଉଛି ।"

ଏହା ମଧ୍ୟ ପଢନ୍ତୁ: ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ସ୍ବାମୀ ପରିତ୍ୟକ୍ତା ମହିଳା, ଦାବିପତ୍ର ପ୍ରଦାନ

ପ୍ରଶାସନ ପକ୍ଷରୁ ଚିହ୍ନଟ ହୋଇଥିବା ୮ଜଣ ପିଲାଙ୍କୁ ସୁରେଶ୍ୱରୀ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଆଡମିଶନ କରାଯାଇଛି । ଶିଶୁମାନଙ୍କ ସ୍କୁଲରେ ପ୍ରବେଶ ଉତ୍ସବ ପାଳନ କରି ଅଧ୍ୟୟନ ପାଇଁ ସୁଯୋଗ ଦିଆଯାଇଛି । ସେହିପରି ପିଲାମାନଙ୍କ ଆଗ୍ରହୀ ବାପା ମାଆମାନଙ୍କୁ ଏନଆରଇଜିଏସ ଯୋଜନାରେ କାର୍ଯ୍ୟ ଯୋଗାଇ ଦେବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ତେବେ ଶିଶୁଙ୍କ ଭବିଷ୍ୟତ ଗଠନରେ ଜିଲ୍ଲା ପ୍ରଶାସନର ଏହି ପ୍ରୟାସକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.