ମିଥ୍ୟା ମାମଲା ରୁଜୁ ପ୍ରତିବାଦରେ ଥାନା ଘେରିଲେ ଶତାଧିକ ମହିଳା

author img

By

Published : Oct 13, 2021, 4:49 PM IST

ମିଥ୍ୟା ମାମଲା ରୁଜୁ ପ୍ରତିବାଦରେ ଧାରଣା

ସୁବର୍ଣ୍ଣପୁର ସଦର ଥାନା ସାମ୍ନାରେ ଧାରଣା ଦେଲେ ଶତାଧିକ ମହିଳା । ପୋଲିସ ଏକପାଖିଆ କାମ କରୁଥିବା ଅଭିଯୋଗ ସହ ମିଥ୍ୟା ମାମଲା ପ୍ରତ୍ୟାହାର କରିବା ପାଇଁ କଲେ ଦାବି । ଅଧିକ ପଢନ୍ତୁ...

ସୁବର୍ଣ୍ଣପୁର: ମିଥ୍ୟା ମକଦ୍ଦମା ରୁଜୁ ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଲେ ଶତାଧିକ ମହିଳା । ସ୍ବେଛାସେବୀ ବଳଦେବ ବାଗଙ୍କ ନେତୃତ୍ବରେ ସଦର ଥାନା ଆଗରେ କୁମ୍ଭାରପଡା ଓ କେଉଟପଡାର ଶତାଧିକ ମହିଳା ପିଲାଛୁଆଙ୍କ ସହିତ ଧାରଣାରେ ବସିଛନ୍ତି । ସ୍ଥାନୀୟ ପୋଲିସ ଏକପାଖିଆ କାମ କରିବା ସହ ମିଥ୍ୟା ଏତଲାରେ ଦୁଇ ସ୍ଥାନୀୟ ଯୁବକଙ୍କୁ ଅଟକ ରଖିଥିବା ଅଭିଯୋଗ ହୋଇଛି । ତୁରନ୍ତ ମିଥ୍ୟା ମାମଲା ପ୍ରତ୍ୟାହାର କରିବା ସହ ୨ ଅଟକ ଯୁବକଙ୍କୁ ଛାଡିବା ପାଇଁ ଦାବି କରି ଧାରଣା ଜାରି ରହିଛି ।

ମିଥ୍ୟା ମାମଲା ରୁଜୁ ପ୍ରତିବାଦରେ ଧାରଣାମିଥ୍ୟା ମାମଲା ରୁଜୁ ପ୍ରତିବାଦରେ ଧାରଣା

ଘଟଣା ଅନୁସାରେ, ଗତକାଲି ରାତିରେ ସଦର ଥାନା ପୋଲିସ କୁମ୍ଭାରପଡାର ବାଞ୍ଛା ବାଘ ଓ ପିଙ୍କୁ ବାଘକୁ ଏକ ଏତଲା ଆଧାରରେ ସଦର ଥାନା ପୋଲିସ ଅଟକ ରଖିଛି। କୁମ୍ଭାରପଡାରେ ଭଡାରେ ରହୁଥିବା ଜଣେ ମହିଳା ଓ ତାଙ୍କ ଝିଅ ଥାନାରେ ଏତଲା ଦେବା ପରେ ପୋଲିସ ଦୁଇ ଯୁବକଙ୍କୁ ଅଟକ ରଖିଥିଲା । ତେବେ ପଡାରେ ଭଡାରେ ରହୁଥିବା ମହିଳାଙ୍କ ପଡାବାସୀଙ୍କ ସହିତ ବିବାଦ ହୋଇଥିବା ନେଇ ସେମାନେ ପ୍ରାୟ ୫ ଦିନ ତଳେ ଥାନାରେ ଅଭିଯୋଗ କରିଥିଲେ । ତେବେ ପୋଲିସ ପଡାଲୋକଙ୍କ ଅଭିଯୋଗ ନଶୁଣି ଭଡା ରହୁଥିବା ମହିଳାଙ୍କ ଏତଲା ଆଧାରରେ ପଡାର ଯୁବକମାନଙ୍କୁ ରାତିରେ ଥାନାକୁ ଆଣି ଅଟକ ରଖିଥିବା ଅଭିଯୋଗ ହୋଇଛି ।

ପୋଲିସ ଏପରି ଏକପାଖିଆ କାର୍ଯ୍ୟାନୁଷ୍ଠାନ ନେବା ସହ ମିଛ ମକଦ୍ଦମା ଆଧାରରେ ପଡାବାସୀଙ୍କୁ ହଇରାଣ କରୁଥିବା ସେମାନେ ଅଭିଯୋଗ କରିଛନ୍ତି । ତେଣୁ ଅଟକ ୨ ଯୁବକଙ୍କୁ ନିଃସର୍ତ୍ତ ଛାଡିବା ସହିତ ମିଛ ମକଦ୍ଦମା ଦାଏର କରିଥିବା ମହିଳାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ହୋଇଛି । ଦାବି ପୂରଣ ନ ହେବା ଯାଏଁ ଧାରଣା ଚାଲୁ ରହିବ ବୋଲି ସ୍ବେଚ୍ଛାସେବୀ ବଳଦେବ ବେଦବାଗ କହିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.