ବାଇପାସ ରାସ୍ତା ନିର୍ମାଣରେ ଅହେତୁକ ବିଳମ୍ବ ଅଭିଯୋଗ

author img

By

Published : Nov 22, 2022, 2:06 PM IST

people facing problem due to delay in under constructed road work in subarnapur

ଅଧାପନ୍ତରିଆ ରହିଛି ସୁବର୍ଣ୍ଣପୁର ସହର ବ୍ଳକ ଛକ-ବାଇଗଣଜୁରୀ ବାଇପାସ ରାସ୍ତା ନିର୍ମାଣ କାର୍ଯ୍ୟ । ପ୍ରାୟ ଏକ ବର୍ଷ ପୂର୍ବେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ଆଜି ଯାଏ ଶେଷ ହୋଇନାହିଁ। ଅଧିକ ପଢ଼ନ୍ତୁ

ସୁବର୍ଣ୍ଣପୁର: ବ୍ଳକ ଛକ-ବାଇଗଣଜୁରୀ ବାଇପାସ ରାସ୍ତା ନିର୍ମାଣ କାର୍ଯ୍ୟରେ ଅହେତୁକ ବିଳମ୍ବ ହେଉଥିବା ଅଭିଯୋଗ ହେଉଛି । ରାସ୍ତା ପ୍ରଶସ୍ତିକରଣ ପାଇଁ ପ୍ରାୟ ବର୍ଷକ ପୂର୍ବରୁ ଜିଲ୍ଲା ଗୃହ ଓ ପୂର୍ତ୍ତ ବିଭାଗ କାର୍ଯ୍ୟ ଆରମ୍ଭ କରିଥିଲା । ପ୍ରାଥମିକ ପର୍ଯ୍ୟାୟରେ ପ୍ରାୟ ଦୁଇ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା । କିନ୍ତୁ ଆଜିଯାଏ କାମ ଶେଷ ହୋଇପାରୁନଥିବା ସହରବାସୀ ଅଭିଯୋଗ କରିଛନ୍ତି ।

ଅଧାରେ ରହିଛି ରାସ୍ତାକାମ

ପ୍ରଥମ ପର୍ଯ୍ୟାୟରେ ରାସ୍ତା ପ୍ରଶସ୍ତିକରଣ ପାଇଁ ରାସ୍ତାର ଦୁଇ ପାର୍ଶ୍ବ ଖୋଲି ଦିଆଗଲା । ସେହିପରି ଗୋଟିଏ ପାର୍ଶ୍ବରେ ଗାର୍ଡ ୱାଲ ତିଆରି ପାଇଁ ପ୍ରାୟ ଛଅମାସରୁ ଅଧିକ ସମୟ ଲାଗିଥିଲା । ସହରାଞ୍ଚଳ ଜଳ ଯୋଗାଣ ବିଭାଗର ପାଇପ ଲାଇନ ବିଛାଇବା ସହିତ ଗୋଟିଏ ପାର୍ଶ୍ବରେ ନୂତନ ଡ୍ରେନ ତିଆରି ପାଇଁ ଦୀର୍ଘ ଦିନ ଲାଗି ଯାଇଥିଲା । ମାତ୍ର ଦୁଇମାସ ଭିତରେ ଶେଷ ହେବାକୁ ଥିବା ଏହି ପ୍ରକଳ୍ପ ଆଜିକୁ ବର୍ଷେରୁ ଅଧିକ ସମୟ ହେଲା ସଂପୂର୍ଣ୍ଣ କରାଯାଇ ପାରିନାହିଁ । ଏବେ ରାସ୍ତାଟି ସଂପୂର୍ଣ୍ଣ ଖୋଳି ଦିଆଯାଇଥିବା ବେଳେ କ୍ରସର ଡଷ୍ଟ ପକାଯାଇଛି । ରାସ୍ତାରେ ପ୍ରତିଦିନ ପାଣି ଦିଆଯାଉ ନ ଥିବାରୁ ଗାଡିମୋଟର ଯିବା ଆସିବା ସମୟରେ ବହୁ ପରିମାଣରେ ଧୂଳି ଉଡୁଛି ।

ଏହା ମଧ୍ୟ ପଢ଼ନ୍ତୁ: ସୁବର୍ଣ୍ଣପୁରରେ ବଢ଼ୁଛି କଫ୍‌ ସିରପ ବିକ୍ରି ! ପଥଭ୍ରଷ୍ଟ ହେଉଛନ୍ତି ଯୁବଗୋଷ୍ଠୀ

ରାସ୍ତା ପାର୍ଶ୍ବରେ ଥିବା ଦୋକାନ ବଜାରର ବ୍ୟବସାୟୀ ତଥା ବାଟୋଇମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାସ୍ତାଟି ସଂପୂର୍ଣ୍ଣ ଖୋଳି ଦିଆଯାଇଥିବାରୁ କେତେବେଳେ ଦୁର୍ଘଟଣା ଘଟିବ କହିହେବନାହିଁ । ବାରମ୍ବାର ପୂର୍ତ୍ତ ବିଭାଗକୁ ଅନୁରୋଧ କଲେ ବି କୌଣସି ସୁଫଳ ମିଳୁନାହିଁ । ତେବେ ରାସ୍ତାଟି ତୁରନ୍ତ ସଂପୂର୍ଣ୍ଣ କରିବାକୁ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଦାବି ହୋଇଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.