ନୂଆଁଖାଇ ପାଇଁ ତିନି ଦିନ ସରକାରୀ ଛୁଟି ଘୋଷଣା ଦାବି

author img

By

Published : Aug 30, 2022, 7:25 PM IST

people demand 3days holyday for nuakhai festival in subarnapur

ନୂଆଁଖାଇ ଛୁଟି ନେଇ ବିବାଦ । ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ନୂଆଁଖାଇ ଛୁଟି ନେଇ ବିବାଦ ମୁଣ୍ଡ ଟେକିଛି । ସେପଟେ ସୋନପୁରର ବରିଷ୍ଠ ଆଇନଜିବୀ ବଳଦେବ ବେଦବାଗଙ୍କ ନେତୃତ୍ବରେ ସ୍ବେଚ୍ଛାସେବୀମାନଙ୍କ ପକ୍ଷରୁ ସୁବର୍ଣ୍ଣପୁରରେ ମଧ୍ୟ ଛୁଟି ବୃଦ୍ଧି ନେଇ ଦାବି କରାଯାଇଛି । ଅଧିକ ପଢନ୍ତୁ

ସୁବର୍ଣ୍ଣପୁର: ନୂଆଁଖାଇକୁ ତିନି ଦିନିଆ ଛୁଟି ଘୋଷଣା ଦାବି । ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ନୂଆଁଖାଇ ଛୁଟି ନେଇ ବିବାଦ ଚାଲିଥିବାବେଳେ ସୁବର୍ଣ୍ଣପୁରରେ ମଧ୍ୟ ସ୍ବେଚ୍ଛାସେବୀମାନଙ୍କ ପକ୍ଷରୁ ଦାବି ହୋଇଛି । ଆଜି ବରିଷ୍ଠ ଆଇନଜିବୀ ବଳଦେବ ବେଦବାଗଙ୍କ ନେତୃତ୍ବରେ ଏହି ଦାବୀ ଉପସ୍ଥାପନା କରିଛନ୍ତି । ଜିଲ୍ଲାପାଳଙ୍କ ସହିତ ଛୁଟି ସଂପର୍କରେ ଆଲୋଚନା କରିବା ସହିତ ଛୁଟି ଦେବାକୁ ଦୃଢ ଦାବି କରିଛନ୍ତି । ପୂର୍ବରୁ ବି ଅନେକ ସଂଗଠନ ନୂଆଁଖାଇ ପାଳନ ପାଇଁ ତିନି ଦିନ ଛୁଟି ଦାବି କରି ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରିଥିଲେ । ଆଜି ପୁଣି ସମାନ ଦାବିରେ ପରିବର୍ତ୍ତନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନକୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।

ନୂଆଁଖାଇ ପାଇଁ ତିନି ଦିନ ସରକାରୀ ଛୁଟି ଘୋଷଣା ଦାବି

ଏହା ବି ପଢନ୍ତୁ- ନୂଆଁଖାଇ ପାଇଁ ତିନି ଦିନିଆ ଛୁଟି ଘୋଷଣା ନେଇ ଦାବି

ସୋନପୁରର ବରିଷ୍ଠ ଆଇନଜିବୀ ବଳଦେବ ବେଦବାଗ କହିଛନ୍ତି, "ଗଣପର୍ବ ନୂଆଁଖାଇକୁ ପଶ୍ଚିମ ଓଡ଼ିଶାବାସୀ ଦୁଇ ଦିନ ଧରି ପାଳନ କରିଥାନ୍ତି । ଏଥିପାଇଁ ରାଜ୍ୟ ସରକାର ଗୋଟିଏ ଦିନ ଛୁଟି ଘୋଷଣା କରିଛନ୍ତି । କିନ୍ତୁ ନବାର୍ଣ୍ଣ ପାଳନ ନିମନ୍ତେ ଅନ୍ୟୁନ୍ୟ ଦୁଇ ଦିନ ପ୍ରସ୍ତୁତି ପାଇଁ ସମୟ ଆବଶ୍ୟକ । ଏହି ତିଥିରେ ଖିଆ ପିଆ, ଖେଳକୁଦ, ମଉଜ ମଜଲିସ ସହିତ ନୂଆଁଖାଇ ଭେଟ ଘାଟ ହୋଇଥାଏ । ଏହା ପଶ୍ଚିମ ଓଡ଼ିଶାର ଭାବାବେଗ ସହ ଜଡ଼ିତ । ତେବେ ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲା ସମେତ ସୁବର୍ଣ୍ଣପୁର ଜିଲ୍ଲାରେ ବି ଏବେକାର ରାଜ୍ୟ ସରକାରଙ୍କ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ କାର୍ଯ୍ୟ କରି ନୂଆଁଖାଇ ସଂପର୍କରେ ଭଲଭାବେ ଜାଣିଛନ୍ତି । ଏପରିକି କଂଗ୍ରେସ ବିଧାୟକ ନରସିଂହ ମିଶ୍ର, ବିଜେପି ସାଂସଦ ସୁରେଶ ପୂଜାରୀ, ବିଜେପି ବିଧାୟକ ଜୟନାରାୟଣ ମିଶ୍ର ପ୍ରମୂଖ ରାଜ୍ୟ ସରକାରଙ୍କ ପାଖରେ ଏନେଇ ଦାବୀ ମଧ୍ୟ କରିଛନ୍ତି । ଏହା ସତ୍ତ୍ବେ ରାଜ୍ୟ ସରକାର କିଭଳି ଜାଣି ପାରୁ ନାହାନ୍ତି । ଏଣୁ ସରକାର ନୂଆଁଖାଇ ଛୁଟି ବୃଦ୍ଧି କରିବା ଦିଗରେ ପୁନଃବିଚାର କରନ୍ତୁ । ପଶ୍ଚିମ ଓଡିଶାବାସୀଙ୍କ ଏହି ଦାବି ପ୍ରତି ଧ୍ୟାନ ନ ଦେଲେ ବିଛିନ୍ନତାବାଦି ଚିନ୍ତା ଜନସାଧାରଣଙ୍କ ମନରେ ଉଦ୍ରେକ ହେବ ।"

ଏହା ବି ପଢନ୍ତୁ- ସେପ୍ଟେମ୍ବର 7ରେ ବରଗଡ ବନ୍ଦ ଡାକରା

ଅନ୍ୟପଟେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ନୂଆଁଖାଇ ଛୁଟି ନେଇ ବିବାଦ ଚାଲିଥିବାବେଳେ ବଲାଙ୍ଗୀରରେ ମଧ୍ୟ ବିଭିନ୍ନ ସଂଗଠନ ପକ୍ଷରୁ ଦାବି କରାଯାଇଛି । ଗଣପର୍ବ ନୂଆଁଖାଇକୁ ପଶ୍ଚିମ ଓଡ଼ିଶାବାସୀ ଦୁଇ ଦିନ ଧରି ପାଳନ କରିଥାନ୍ତି । ଏଥିପାଇଁ ରାଜ୍ୟ ସରକାର ସେପ୍ଟେମ୍ବର 1 ତାରିଖକୁ ଛୁଟି ଘୋଷଣା କରିଛନ୍ତି । ଏଥିପାଇଁ ଅନ୍ୟୁନ ତିନି ଦିନର ଛୁଟି ଘୋଷଣା କରିବାକୁ ବଲାଙ୍ଗୀରର ବିଭିନ୍ନ ସଂଗଠନ ତଥା ସ୍ଥାନିୟ ବାସିନ୍ଦା ଦାବି କରିଛନ୍ତି । ରାଜ୍ୟରେ ଅନ୍ୟ ପର୍ବ ପର୍ବାଣୀ ପାଇଁ ବିଶେଷ ଛୁଟି ପ୍ରଦାନ କରାଯାଉଥିବା ବେଳେ ନୂଆଁଖାଇ ପାଇଁ ମାତ୍ର ଗୋଟିଏ ଦିନ ଛୁଟି ଦିଆଯାଉଛି । ତେଣୁ ଏହାକୁ ମଧ୍ୟ ତିନି ଦିନ ଛୁଟି ଦିଆଯାଉ ବୋଲି ବଲାଙ୍ଗୀର ବାସିନ୍ଦା ଦାବି କରିଛନ୍ତି । ବରଗଡ଼ କୋଶଳ ସେନା ପକ୍ଷରୁ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ 3 ଦିନ ସରକାରୀ ଛୁଟି ଦାବିରେ ଆସନ୍ତା ୭ତାରିଖ ଦିନ ବନ୍ଦ ଡାକରା ଦିଆଯାଇଛି । ସେହିପରି ଝାରସୁଗୁଡାରେ ମଧ୍ୟ ନୂଆଁଖାଇ ପାଇଁ 3 ଦିନ ଛୁଟି ଦାବୀ କରାଯାଇଛି ।

ଇଟିଭି ଭାରତ, ସୁହର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.