ଅବହେଳିତ ସୁବର୍ଣ୍ଣପୁର ଟାଉନ ହଲ୍

author img

By

Published : Sep 11, 2022, 10:43 AM IST

ଅବହେଳିତ ସୁବର୍ଣ୍ଣପୁର ଟାଉନ ହଲ୍

ସୁବର୍ଣ୍ଣପୁର ଏକ ପୁରାତନ ଐତିହାସିକ ସହର । ହେଲେ ଏଠାରେ ଅବହେଳିତ ହୋଇପଡ଼ିଛି ଟାଉନ ହଲ୍ । ନା ଅଛି ଫ୍ୟାନ୍, ନା ବିଜୁଳି ନା ଚୌକି । ଅଧିକ ପଢ଼ନ୍ତୁ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଏକ ପୁରାତନ ଐତିହାସିକ ସହର । ହେଲେ ଏଠାରେ ଅବହେଳିତ ହୋଇ ପଡ଼ିଛି ଟାଉନ ହଲ୍ । ନା ଅଛି ଫ୍ୟାନ୍, ନା ବିଜୁଳି ନା ଚୌକି । କୌଣସି ବି ସୁବିଧା ନାହିଁ ଏହି ଚାଉନ ହଲ ଭିତରେ । ଅବ୍ୟବସ୍ଥା ଭିତରେ ରହିଛି ସୁବର୍ଣ୍ଣପୁର ସହରର ଟାଉନ ହଲ୍ । ହଲ୍ ଭିତରେ ସବୁ କିଛି ଅସୁବିଧା ।

ଅବହେଳିତ ସୁବର୍ଣ୍ଣପୁର ଟାଉନ ହଲ୍

ସଦର ପୌର ପରିଷଦ ଏକ ବ୍ୟବସାୟିକ କେନ୍ଦ୍ରରେ ପରିଣତ ହୋଇଥିବା ଜିଲ୍ଲା ବିଜେପି ସଭାପତି ଅଭିଯୋଗ କରିଛନ୍ତି । ନିକଟ ଅତୀତରେ ତିଆରି ହୋଇଥିବା ନୂତନ ଟାଉନ ହଲର ଦିନିକିଆ ବ୍ୟବହାର ଖର୍ଚ୍ଚ 10 ହଜାର ଟଙ୍କା ରଖାଯାଇଥିବା ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି । ଜନସାଧାରଣଙ୍କ ଆର୍ଥିକ ସ୍ଥିତି ଓ ଆୟକୁ ଅନୁଧ୍ୟାନ କରି ଟାଉନ ହଲ ଭଡା ନିର୍ଦ୍ଧାରିତ କରିବାକୁ ଦାବି କରିଛନ୍ତି । ସେହିପରି ଟାଉନ ହଲଟି ସମ୍ପୂର୍ଣ୍ଣ ହୋଇ ନଥିବା ବେଳେ ଟାଉନ ହଲ ବ୍ୟବହାର ପାଇଁ ମୌଳିକ ସୁବିଧା ସୁଯୋଗ ବି ପୌରପରିଷଦ ସୃଷ୍ଟି କରି ନଥିବା ଅଭିଯୋଗ ହୋଇଛି । ଜିଲ୍ଲାରେ ଅନେକ ଛୋଟ ବଡ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ ରାଜନୈତିକ ଦଳ ଆଦି ବିଭିନ୍ନ ପ୍ରକାରର ସଚେତନତା ଓ ଜିଲ୍ଲାର ବିକାଶମୂଳକ କାର୍ଯ୍ୟକ୍ରମ କରିବା ପାଇଁ ଟାଉନ ହଲ ବ୍ୟବହାର କରିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି ।

ହେଲେ ଦୈନିକ ଦଶ ହଜାର ଟଙ୍କା ଭଡା ଶୁଣି ପଛଘୁଞ୍ଚା ଦେବାକୁ ବାଧ୍ୟ ହେଉଛନ୍ତି । ଟାଉନ ହଲର ଏହି ଦୈନିକ ଭଡା ହ୍ରାସ କରିବା ସହିତ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦେଇ ସହର ମଧ୍ୟ ଭାଗରେ ଥିବା ପୁରୁଣା ଟାଉନ ହଲ ମରାମତି କରି ପୁଣି କାର୍ଯ୍ୟକ୍ଷମ କରିବାକୁ ଦାବି ହେଉଛି। ସୂଚନାନୁସାରେ ଦିନଥିଲା ଏହି ଟାଉନ ହଲରେ ସମସ୍ତ ପ୍ରକାରର ସୁବିଧା ଥିଲା । ନା ବିଜୁଳିର ଅଭାବ ଥିଲା ନା ପାନୀୟ ଜଳର । ସ୍ଥାନୀୟ ଲୋକଙ୍କ କିଛି କାର୍ଯ୍ୟକ୍ରମ ହେଉ କି କୌଣସି ମିଟିଙ୍ଗ ହେଉ । ସବୁକିଛି ଏଠାରେ ଭଲ ଚାଲୁଥିଲା । ପରିଷ୍କାର ପରିଚ୍ଛନ୍ନତା ଥିଲା ଏହା ଭିତରେ । ସପ୍ତାହକୁ ଦୁଇଥର ବି ସଫା ହେଉଥିଲା । ହେଲେ ଏହା ଏବେ ଅପରିଷ୍କାର ଓ ଦୂଷିତ ପରିବେଶରେ ରହିଛି । କିନ୍ତୁ ବର୍ତ୍ତମାନ ଏହା ଏବେ ଏକ ପ୍ରକାରର ଭୂତକୋଠି ପାଲଟିଛି କହିଲେ ଅତ୍ୟୁକ୍ତି ହେବ ନାହିଁ । କାନ୍ଥରୁ ରଙ୍ଗ ଛାଡ଼ି ଗଲାଣି । ଭିତରେ ଥିବା ଶୌଚାଳୟ ଦୁର୍ଗନ୍ଧରେ ଫାଟି ପଡୁଛି । ଏପରିକି ହଲ ଭିତରର ଛାତରୁ ବେଳେ ବେଳ ପଲସ୍ତରା ଖସୁଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ବାସିନ୍ଦା ଏବଂ ବୁଦ୍ଧିଜୀବୀ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.