ଜିଲ୍ଲାରେ ଦାଉ ସାଧିଛି ଲଘୁଚାପ ବର୍ଷା, ପାଣିରେ ଉବୁଟୁବୁ ହେଉଛି ରାମଜି ନଗର

author img

By

Published : Sep 14, 2021, 9:24 PM IST

ଜିଲ୍ଲାରେ ଦାଉ ସାଧିଛି ଲଘୁଚାପ ବର୍ଷା, ପାଣିରେ ଉବୁଟୁବୁ ହେଉଛି ରାମଜି ନଗର

ଜିଲ୍ଲାରେ ରେକର୍ଡ ସଂଖ୍ୟକ ବର୍ଷା । ପାଣି ନିଷ୍କାସନ ହୋଇ ନ ପାରିବାରୁ କୃତ୍ରିମ ବନ୍ୟାର ଭ୍ରମ ଦେଖିବାକୁ ମିଳିଛି ଜିଲ୍ଲା ସୁବର୍ଣ୍ଣପୁର ସହରର ରାମଜି ନଗର ଅଞ୍ଚଳରେ । ଅଧିକ ପଢନ୍ତୁ..

ସୁବର୍ଣ୍ଣପୁର: ବର୍ଷା ପାଣିରେ ଉବୁଟୁବୁ ହେଉଛି ସହରର ରାମଜୀ ନଗର । ପୌର ପରିଷଦ ପକ୍ଷରୁ ଆଜକୁ ଆଠ ବର୍ଷ ହେବ ସଠିକ୍ ଭାବେ ଡ୍ରେନେଜ ବ୍ୟବସ୍ଥା ହୋଇ ନ ଥିବାରୁ ଏବେବି ଅଳ୍ପ ବର୍ଷା ହେଲେ ରାସ୍ତାରେ ପାଣି ଛୁଟୁଛି । ହେଲେ ପୌର ପ୍ରଶାସନ ପଡାବାସୀଙ୍କ ସମସ୍ୟା ସମାଧାନ ପାଇଁ କୌଣସି ପଦକ୍ଷେପ ନେଇ ନ ଥିବା ଅଭିଯୋଗ ହୋଇଛି । ତେବେ ଗତକାଲିର ବର୍ଷାରେ ରାସ୍ତା ଉପରେ ପାଣି ଚାଲିବା ସହିତ ଘରଭିତରକୁ ପାଣି ପଶିବାରୁ ପଡାବାସୀ ପୌର ପରିଷଦ ପାଖରେ ପାଣି ନିଷ୍କାସନ ପାଇଁ ଅନୁରୋଧ କରିଛନ୍ତି ।

ଜିଲ୍ଲାରେ ଦାଉ ସାଧିଛି ଲଘୁଚାପ ବର୍ଷା, ପାଣିରେ ଉବୁଟୁବୁ ହେଉଛି ରାମଜି ନଗର

ହେଲେ ବହୁ ବିଳମ୍ବରେ ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ, ବରିଷ୍ଠ ଯନ୍ତ୍ରୀ ଓ ସଫେଇ କର୍ମଚାରୀମାନେ ପହଞ୍ଚି ଡ୍ରେନେଜ ସଫା କରିବା ସହିତ ପାଣି ନିଷ୍କାସନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଅଳ୍ପ ବର୍ଷାରେ ବି ପଡାର ବିଭିନ୍ନ ସ୍ଥାନରେ ପୋଖରୀ ଭଳି ପାଣି ଜମୁଥିବାରୁ ସ୍ଥାୟୀ ଡ୍ରେନେଜ ବ୍ୟବସ୍ଥା କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

ସେପଟେ ପଡାର ପ୍ରାୟ 90 ପ୍ରତିଶତ ପରିବାର ପୌର ପରିଷଦକୁ ହୋଲଡିଂ ଟ୍ୟାକ୍ସ ଦେଉଥିବାବେଳେ ପୌର ପରିଷଦ ପଡାବାସୀଙ୍କୁ ମୌଳିକ ସୁବିଧା ସୁଯୋଗ ପ୍ରଦାନ କରିବାରେ ବିଫଳ ହୋଇଥିବା ଅଭିଯୋଗ ହୋଇଛି । ଅପରପକ୍ଷେ ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ କହିଛନ୍ତି କି ପ୍ରଶାସନ ନିୟମ ଅନୁସାରେ ପାଣି ନିଷ୍କାସନ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଥିବା ନେଇ ସୂଚନା ଦେଇଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.