ନିର୍ମାଣଧିନ ବ୍ରିଜରେ ପଡି ଯୁବକ ମୃତ, ଠିକାଦାରଙ୍କ ଅବହେଳା ଅଭିଯୋଗ ଆଣିଲେ ସ୍ଥାନୀୟ ଲୋକେ

author img

By

Published : Nov 27, 2022, 1:51 PM IST

ନିର୍ମାଣଧିନ ବ୍ରିଜରେ ପଡି ଯୁବକ ମୃତ

ବିନିକା-ଶରଧାପାଲି ରାଜ୍ୟ ରାଜପଥର ଧଉରାଖମାନ ଛକ ନିକଟରେ ନିର୍ମାଣଧିନ ବ୍ରିଜରେ ପଡି ଯୁବକ ମୃତ। ଅଧିକ ପଢନ୍ତୁ

ସୁବର୍ଣ୍ଣପୁର: ଜିଲ୍ଲାରେ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ନିର୍ମାଣଧିନ ବ୍ରିଜରେ ପଡି ଯୁବକଙ୍କ ମୃତ୍ୟୁ । ମୃତ ଯୁବକ ଜଣକ ହେଲେ ଜାମପାଲି ଗାଁର ଦିଲ୍ଲୀପ ଖଟୁଆ । ଫଳକ ଦିଆଯାଇ ନଥିବାରୁ ଏଭଳି ଦୁର୍ଘଟଣା ହୋଇଥିବା ନେଇ ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା।

ଗତକାଲି(ଶନିବାର) ରାତିରେ ବିନିକା-ଶରଧାପାଲି ରାଜ୍ୟ ରାଜପଥର ଧଉରାଖମାନ ଛକ ପାଖରେ ଏହି ଦୁର୍ଘଟଣା ହୋଇଛି । ରାସ୍ତାରେ ଏକ ବାଇକରେ ଘାଟି ଜାମପାଲି ଗାଁର ଦିଲ୍ଲୀପ ଖଟୁଆ ଘରକୁ ଫେରୁଥିବା ବେଳେ ନୂଆ ଭାବେ ତିଆରି ହେଉଥିବା ବ୍ରିଜରେ ଭାରସାମ୍ୟ ହରାଇ ପଡି ଯାଇଥିଲେ । ଫଳରେ ନିର୍ମାଣଧୀନ ପୋଲର ଲୁହା ରଡ଼ ଶରୀରରେ ପଶି ଯିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି।

ନିର୍ମାଣଧିନ ବ୍ରିଜରେ ପଡି ଯୁବକ ମୃତ

ଏହା ମଧ୍ୟ ପଢନ୍ତୁ: Gujarat Poll: ସୁରଟରେ ପ୍ରଚାର ମଇଦାନକୁ ଓହ୍ଲାଇବେ ମୋଦି-କେଜ୍ରିୱାଲ

ଜିଲ୍ଲା ଡ୍ରାଇଭର ସଂଘର କିଛି କାର୍ଯ୍ୟକର୍ତ୍ତା ଦିଲ୍ଲୀପଙ୍କୁ ଆଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ମୃତ ଘୋଷଣା କରିଥିଲେ । ତେବେ ନିର୍ମାଣଧୀନ ବ୍ରିଜର ଠିକାଦାରର ଅବହେଳା ଓ ନିର୍ମାଣ ନିୟମ ଉଲ୍ଲଙ୍ଘନ ଯୋଗୁଁ ଦିଲ୍ଲୀପଙ୍କ ପ୍ରାଣହାନୀ ଘଟିଥିବା ଅଭିଯୋଗ ହୋଇଛି । ନିର୍ମାଣ ଜାଗାରେ କୌଣସି ଡାଇଭର୍ଶନ ରାସ୍ତା ଓ ଆବଶ୍ୟକ ସୂଚନା ଫଳକ ଦିଆଯାଇ ନଥିବାରୁ ଲୋକେ ରାସ୍ତା ଜାଣି ପାରୁନାହାନ୍ତି । ଫଳରେ ଏଭଳି ଦୁର୍ଘଟଣା ହେଉଥିବା ଅଭିଯୋଗ ହୋଇଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.