କୋଭିଡ କଟକଣାରେ ଚାଲିଛି ମା' ମେଟକାନୀଙ୍କ ଷୋଡଶ ଉପଚାର ପୂଜା

author img

By

Published : Oct 12, 2021, 9:08 PM IST

କୋଭିଡ କଟକଣାରେ ଚାଲିଛି ମା' ମେଟକାନୀଙ୍କ ଷୋଡଶ ଉପଚାର ପୂଜା

ଷୋଡଶ ଉପଚାର ଓ ପୂଜା ବିଧି ଅନୁଯାୟୀ ପୂଜା ପାଉଛନ୍ତି ମା' ମେଟକାନୀ । ଆଉ କୋଭିଡ କଟକଣା ମଧ୍ୟରେ ମନ୍ଦିର ମଧ୍ୟକୁ ମାସ୍କ, ହାତକୁ ସାନିଟାଇଜ କରି ମା'ଙ୍କ ଦର୍ଶନ କରୁଛନ୍ତି ଶତାଧିକ ଶ୍ରଦ୍ଧାଳୁ । ଅଧିକ ପଢନ୍ତୁ...

ସୁବର୍ଣ୍ଣପୁର: ସୋନପୁର ଗଡଜାତର ସମସ୍ତ ପୀଠରେ ଚାଲିଛି ଶକ୍ତି ଆରାଧନା । ସହରର ଅଷ୍ଟଚଣ୍ଡୀଙ୍କ ମନ୍ଦିର ସମେତ ସବୁ ଦେବୀ ପୀଠରେ ଷୋଡଶ ଉପଚାର ପୂଜା ବିଧି ଓ ଦେବୀଙ୍କ ଭିନ୍ନ ଭିନ୍ନ ବେଶ କରାଯାଉଛି । ତେବେ ଏହି ସମୟରେ ଜିଲ୍ଲାର ଅନ୍ୟତମ ଶକ୍ତିପୀଠ ମା' ମେଟାକାନୀଙ୍କ ମନ୍ଦିରରେ ବି ଚଣ୍ଡୀପାଠର ଆୟୋଜନ କରାଯାଇଛି ।

କୋଭିଡ କଟକଣାରେ ଚାଲିଛି ମା' ମେଟକାନୀଙ୍କ ଷୋଡଶ ଉପଚାର ପୂଜା

ପରମ୍ପରା ଅନୁଯାୟୀ ୩ଦିନ ଧରି ଏହି ଚଣ୍ଡୀପାଠ କାର୍ଯ୍ୟକ୍ରମ କରାଯିବ । ମା'ଙ୍କ ଦର୍ଶନ ପାଇବା ପାଇଁ ବହୂ ଦୂର ଦୂରାନ୍ତରୁ ମା' ମେଟାକାନୀଙ୍କ କୃପା ଲାଭ କରିବା ପାଇଁ ଶ୍ରଦ୍ଧାଳୁମାନଙ୍କ ସମାଗମ ହେଉଛି ଏହି ପୀଠରେ । ତେବେ ଉଲୁଣ୍ଡା ବ୍ଳକ ସିଂହାସନ ଜଙ୍ଗଲର ପାଦ ଦେଶରେ କାହିଁ କେତେ ଦିନରୁ ପୂଜା ପାଇ ଆସୁଥିବା ମା ମେଟାକାନୀଙ୍କ ଆଶିଷ ଲାଭ କରିବା ସହିତ ପ୍ରକୃତି କୋଳରେ କିଛି ସମୟ ଅତିବାହିତ କରିବାକୁ ଶ୍ରଦ୍ଧାଳୁଙ୍କ ଭିଡ ଜମୁଛି ।

ସେପଟେ ପ୍ରାକୃକିକ ଶୋଭାରାଜିରେ ଭରପୁର ଏହି ପୀଠରେ ଦେବୀ ଦର୍ଶନ ସାଙ୍ଗକୁ ଛୁଟି ଦିନରେ ବଣଭୋଜିର ମଜା ନେବା ପାଇଁ ଜିଲ୍ଲା ତଥା ପଡୋଶୀ ଜିଲ୍ଲାଗୁଡିକରୁ ଭକ୍ତଙ୍କ ସୁଅ ଛୁଟୁଛି । ମନ୍ଦିର କମିଟି ପକ୍ଷରୁ ଶୃଙ୍ଖଳିତ ଦେବୀ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ତା ସହିତ କୋଭିଡ ନିୟମ ପାଳନ କରିବା ପାଇଁ ମନ୍ଦିର କମିଟି ଓ ସେବାୟତମାନଙ୍କ ପକ୍ଷରୁ ଶ୍ରଦ୍ଧାଳୁଙ୍କୁ ସୂଚନା ପ୍ରଦାନ କରାଯାଇଛି ।

ତେବେ ସେବାୟତମାନେ ଶ୍ରଦ୍ଧାଳୁଙ୍କୁ ମନ୍ଦିର ମଧ୍ୟକୁ ପ୍ରବେଶ ସମୟରେ ହାତକୁ ସାନିଟାଇଜ କରିବା ସହିତ ମାକ୍ସ ବ୍ୟବହାର କରିବା ପାଇଁ ପରାମର୍ଶ ଦେଉଛନ୍ତି । ଯଦିଓ ବିଗତ ବର୍ଷମାନଙ୍କ ପରି ସେତେଟା ଶ୍ରଦ୍ଧାଳୁଙ୍କ ସମାଗମ ହୋଇନାହିଁ ,ତଥାପି ଦୈନିକ ହଜାର ହଜାର ଭକ୍ତ ସକାଳୁ ସଞ୍ଜ ଯାଏଁ ଦେବୀଙ୍କ ଦର୍ଶନ କରିବା ପାଇଁ ଲମ୍ବା ଧାଡିରେ ଠିଆ ହେବା ଦେଖିବାକୁ ମିଳୁଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.