କୋଶଳ ରାଜ୍ୟ ଗଠନ ଦାବିରେ ସୁବର୍ଣ୍ଣପୁରରେ ବନ୍ଦ ଡାକରା

author img

By

Published : Sep 7, 2022, 1:18 PM IST

koshal sena called strike in subarnapur

ସ୍ବତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ ପଶ୍ଚିମ ଓଡ଼ିଶା କୋଶଳ କ୍ରାନ୍ତି ଯୁବ ମଞ୍ଚ ପକ୍ଷରୁ 12 ଘଣ୍ଟିଆ ସୁବର୍ଣ୍ଣପୁର ବନ୍ଦ ଡାକରା । ଅଧିକ ପଢ଼ନ୍ତୁ

ସୁବର୍ଣ୍ଣପୁର: ପଶ୍ଚିମ ଓଡ଼ିଶା କୋଶଳ କ୍ରାନ୍ତି ଯୁବ ମଞ୍ଚ ସୁବର୍ଣ୍ଣପୁର ଜିଲ୍ଲା ଶାଖା ପକ୍ଷରୁ ଆଜି 12 ଘଣ୍ଟିଆ ବନ୍ଦ ପାଳନ । ସ୍ବତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ ଜିଲ୍ଲାରେ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲାର ସମସ୍ତ ଦୋକାନ ବଜାର, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ବ୍ୟବସାୟିକ ପ୍ରତିଷ୍ଠାନ ସମେତ ଗାଡି ମୋଟର ଚଳାଚଳ ବନ୍ଦ ରହିଛି ।

ମଙ୍ଗଳବାର ବନ୍ଦ ଡାକରା ନେଇ ଜିଲ୍ଲା ସଦର ମହକୁମା ସହିତ ସମସ୍ତ ଛୋଟବଡ ସହରରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ଜନସାଧାରଣଙ୍କୁ ସୂଚନା ଦିଆଯାଇଥିଲା । କୋଶଳ ସଂଘ ଶାନ୍ତି ଶୃଙ୍ଖଳାର ସହ ବନ୍ଦ ପାଳନ କରିଥିବା ଦେଖିବାକୁ ମିଳିଛି । ଯୁବ ମଞ୍ଚର କାର୍ଯ୍ୟକର୍ତ୍ତାମାନେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଗୁଡିକ ଆଗରେ ପିକେଟିଂ କରି ବନ୍ଦ କରି ଦେଇଛନ୍ତି । ଅପ୍ରିତିକର ପରିସ୍ଥିତିକୁ ଏଡେଇବା ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ସ୍ଥାନ ଗୁଡିକରେ ସୁରକ୍ଷା କର୍ମୀ ମୁତୟନ କରାଯାଇଛି ।

କୋଶଳ ରାଜ୍ୟ ଗଠନ ଦାବିରେ ସୁବର୍ଣ୍ଣପୁରରେ ବନ୍ଦ ଡାକରା

ଏନେଇ ଆନ୍ଦୋଳନକାରୀ କହିଛନ୍ତି, "ରାଜ୍ୟ ସରକାର ପ୍ରତି କ୍ଷେତ୍ରରେ ପଶ୍ଚିମ ଓଡ଼ିଶାକୁ ଅବହେଳା କରି ଆସିଛନ୍ତି । ଏହାର ପ୍ରତିବାଦରେ ଗାଁଠାରୁ ସହର ପର୍ଯ୍ୟନ୍ତ ସବୁଆଡ଼େ କୋଶଳ ସେନା ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି ।" ସେମାନେ ଆହୁରି ମଧ୍ୟ କହିଛନ୍ତି, "ସ୍ଥାନୀୟ ନେତାମାନେ ଜନସାଧାରଣଙ୍କ ସମସ୍ୟାକୁ ଅଣଦେଖା କରିଛନ୍ତି । ପଶ୍ଚିମ ଓଡ଼ିଶାର ସମସ୍ତ ଯୁବପିଢ଼ି ଏହି ଦାବି ପାଇଁ ଆଗେଇ ଆସିଛନ୍ତି । ତୁରନ୍ତ କେନ୍ଦ୍ର ଓ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି କରିଛୁ । "

ଏହା ମଧ୍ୟ ପଢ଼ନ୍ତୁ: ବସଷ୍ଟାଣ୍ଡ ସ୍ଥାନାନ୍ତର ନକରିବା ଦାବିରେ ସୁବର୍ଣ୍ଣପୁର ବିଜେପିର ଆନ୍ଦୋଳନ

ସ୍ବତନ୍ତ୍ର କୋଶଳ ପ୍ରଦେଶ ଗଠନ ନହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ମଞ୍ଚ ପକ୍ଷରୁ କୁହାଯାଇଛି । ଏହି ବନ୍ଦ ପାଳନରେ ଜିଲ୍ଲାର ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ,ସାଂସ୍କୃତିକ ସଂଗଠନ ସମର୍ଥନ କରୁଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ସମର୍ଥନ କରି ଆନ୍ଦୋଳନରେ ସାମିଲ ହୋଇଛନ୍ତି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.