ସୁବର୍ଣ୍ଣପୁରର 'ଗଛ ମଣିଷ' ଗିରିଧାରୀ, ଜଙ୍ଗଲରେ ଦିନକୁ ବିତାନ୍ତି ୭ ଘଣ୍ଟା

author img

By

Published : Oct 18, 2021, 2:15 PM IST

Updated : Oct 18, 2021, 2:32 PM IST

ସୁବର୍ଣ୍ଣପୁରର 'ଗଛ ମଣିଷ' ଗିରିଧାରୀ, 3 ଦଶନ୍ଧିରୁ କରୁଛନ୍ତି ଜଙ୍ଗଲ ରକ୍ଷା

ସୁବର୍ଣ୍ଣପୁରରେ ଗଛ ମଣିଷର ପରିଚୟ ପାଇଛନ୍ତି ବୃଦ୍ଧ ଗିରିଧାରୀ ଭୋଇ । ଯିଏକି ୩ ଦଶନ୍ଧି ଧରି କରି ଆସୁଛନ୍ତି ଜଙ୍ଗଲର ସୁରକ୍ଷା । ଅଧିକ ପଢନ୍ତୁ...

ସୁବର୍ଣ୍ଣପୁର: ଜିଲ୍ଲାରେ ଦିନକୁ ଦିନ ଜଙ୍ଗଲ କ୍ଷୟ ହେବାରେ ଲାଗିଛି । ଏଭଳି ସ୍ଥିତିରେ ନୂତନ ଜଙ୍ଗଲ ସୃଷ୍ଟି ସହ ଏହାକୁ ସୁରକ୍ଷା ପାଇଁ ଅଣ୍ଟା ଭିଡିଛନ୍ତି ଜଣେ ବୃକ୍ଷ ପ୍ରେମୀ ଗିରିଧାରୀ ଭୋଇ । ଦୀର୍ଘ ୩ ଦଶନ୍ଧିରୁ ଅଧିକ ସମୟ ଧରି ସେ ନିଜ ଜୀବନକୁ ଜଙ୍ଗଲ ସୁରକ୍ଷାରେ ସମର୍ପିତ କରି ପାଲଟି ଯାଇଛନ୍ତି ଗଛ ମଣିଷ ।

ସୁବର୍ଣ୍ଣପୁରର 'ଗଛ ମଣିଷ' ଗିରିଧାରୀ, ଜଙ୍ଗଲରେ ଦିନକୁ ବିତାନ୍ତି ୭ ଘଣ୍ଟା

ଏହି ଜିଲ୍ଲାରେ ଜଙ୍ଗଲ କ୍ଷୟ ହେବାରେ ଲାଗିଥିବା ବେଳେ ନୂତନ ଜଙ୍ଗଲ ସୃଷ୍ଟି, ପୁରୁଣା ଜଙ୍ଗଲର ପୁନଃରୁଦ୍ଧାର ଦିଗରେ ସେତେଟା ଧ୍ୟାନ ଦିଆଯାଇ ପାରୁନାହିଁ । କିନ୍ତୁ ଗିରିଧାରୀ ହାତରେ ଠେଙ୍ଗା ଓ କାନ୍ଧରେ ଟାଙ୍ଗିଆ ଧରି କରୁଛନ୍ତି ଜଙ୍ଗଲ ସୁରକ୍ଷା । ସକାଳ ହେଲେ ସେ ବାହାରିପଡନ୍ତି ଗାଁ ଜଙ୍ଗଲ ଅଭିମୁଖେ । ଜଙ୍ଗଲରେ ପହଞ୍ଚି ଗଛ ସବୁର ଯତ୍ନ ନେବା ସହ ଜଙ୍ଗଲକୁ ଜଗି ବସନ୍ତି । ଘଣ୍ଟାଏ କି ୨ ଘଣ୍ଟା ନୁହେଁ, ସକାଳ ବେଳା ୪ ଘଣ୍ଟା ଏବଂ ସଂଧ୍ୟାରେ ୩ ଘଣ୍ଟା ଜଙ୍ଗଲକୁ ସୁରକ୍ଷା ଦେବା ପାଇଁ ସମୟ ବିତାଇଥାନ୍ତି । ଜିଲ୍ଲାର ତରଭା ବ୍ଲକ ପୋଲବନ୍ଧ ଗାଁର ଗିରିଧାରୀ ଭୋଇ ।

ଗାଁରେ ୩୫ ହେକ୍ଟରରୁ ଅଧିକ ଜମିରେ ବୃକ୍ଷରୋପଣ ସହ ତାର ସୁରକ୍ଷା କରି ଆସୁଛନ୍ତି । କେବଳ ସେତିକି ନୁହେଁ । ଜଙ୍ଗଲ ସୁରକ୍ଷା ପାଇଁ ଗାଁରେ କମିଟି ମଧ୍ୟ ଗଠନ କରିଛନ୍ତି । ଜଙ୍ଗଲରୁ କାଠଚୋରୀ ରୋକିବାରେ ସଫଳ ହୋଇଛନ୍ତି । ତାଙ୍କ ଉଦ୍ୟମରେ ଏବେ ପୋଲବନ୍ଧ ଗାଁ ମୁଣ୍ଡରେ ସୃଷ୍ଟି ହୋଇଛି ଏକ ସୁନ୍ଦର ଜଙ୍ଗଲ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Last Updated :Oct 18, 2021, 2:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.